IPS TRANSFER : ବଦଳିଲେ ଜେଲ୍ ବିଭାଗ ଡିଜି ସୁଶାନ୍ତ ନାଥ
1 min read
ଭୁବନେଶ୍ୱର//TATKAL ODISHA //
ବରିଷ୍ଠ ଆଇପିଏସ (IPS) ସ୍ତରରେ ବଡ଼ ଧରଣର ଅଦଳବଦଳ ହୋଇଛି I ଜେଲ୍ ବିଭାଗ ଡିଜି ସୁଶାନ୍ତ ନାଥଙ୍କୁ ଗୃହ ବିଭାଗର ଓଏସଡି (OSD) ଭାବେ ନିଯୁକ୍ତି ଦିଆଯାଇଥିବା ବେଳେ ଏସଏଫଏସଏଲ୍ (SFSL) ନିର୍ଦ୍ଦେଶକ ସନ୍ତୋଷ ବାଲାଙ୍କୁ ଜେଲ୍ ବିଭାଗ ଡିଜି ଭାବେ ଅତିରିକ୍ତ ଦାୟିତ୍ୱ ନ୍ୟସ୍ତ କରାଯାଇଛି।
ରବିବାର ଏନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି I
, ଅମିତାଭ ଠାକୁରଙ୍କୁ କଟକ ପରିବହନ କମିଶନର ଏବଂ ରାଜେଶ କୁମାରଙ୍କୁ ଗୃହ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି।
ଅନ୍ୟପଟେ କେନ୍ଦ୍ରୀୟ ଡେପୁଟେସନରୁ ଫେରିଥିବା ସାରା ଶର୍ମାଙ୍କୁ ଭିଜିଲାନ୍ସ ଡିଆଇଜି (DIG) ଭାବେ ନିଯୁକ୍ତି ମିଳିଛି।
ଜିଲ୍ଲା ଏବଂ ମୁଖ୍ୟାଳୟ ସ୍ତରରେ ମଧ୍ୟ ପରିବର୍ତ୍ତନ କରାଯାଇଛି; ଝାରସୁଗୁଡ଼ା ଏସପି ଗୁଣ୍ଡଲା ରେଡ୍ଡୀ ରାଘବେନ୍ଦ୍ରଙ୍କୁ ପୋଲିସ ମୁଖ୍ୟାଳୟ ଏଆଇଜି (AIG) ଏବଂ ନୂଆପଡ଼ା ଏସପି ଅମ୍ରିତପାଲ ସିଂହଙ୍କୁ ପୋଲିସ ମୁଖ୍ୟାଳୟ ଏସପି ଭାବେ ବଦଳି କରାଯାଇଛି। ସେହି ସ୍ଥାନରେ ସୋନାଲି ସିଂ ପରମାରଙ୍କୁ ଝାରସୁଗୁଡ଼ା ଏସପି ଏବଂ ତପନ ନାରାୟଣ ରଥଙ୍କୁ ନୂଆପଡ଼ା ଏସପି ଭାବେ ନୂତନ ଦାୟିତ୍ୱ ଦିଆଯାଇଛି।

