ପ୍ରକାଶ ପାଇଲା ମଳୟ ମିଶ୍ରଙ୍କର ୩ ଉପନ୍ୟାସ
1 min read
Oplus_16908288
ବିଦ୍ରୋହ ଓ ଅଚଳ ମୂଲ୍ୟବୋଧ ବିରୁଦ୍ଧରେ ଶାଣିତ ସ୍ବର !
ବଲାଙ୍ଗିର,ଭୁବନେଶ୍ୱର //TATKAL ODISHA//
ଓଡିଶାର ଜଣେ ଜଣାଶୁଣା ଲେଖକ ବଲାଙ୍ଗିରର ମଳୟ ମିଶ୍ରଙ୍କର ଏକାଦିକ୍ରମେ ତିନୋଟି ଉପନ୍ୟାସ ପ୍ରକାଶ ପାଇଛି । ଆଗାମୀ ୪ ଡିସେମ୍ବରରେ ଭୁବନେଶ୍ବର ୮ ମ ରାଜ୍ୟ ପୁସ୍ତକମେଳାରେ ଏହି ତିନୋଟି ବିଶେଷ ଧରଣର ଉପନ୍ୟାସ ଆଲୋଡନ ସୃଷ୍ଟି କରିବାର ସମ୍ଭାବନା ରହିଛି ।
ଏଗୁଡିକ ହେଲା , ଜଗତସିଂପୁର ବା ଭୁବନେଶ୍ବରର ସୁପ୍ରତିଷ୍ଠିତ ପ୍ରକାଶନ ସଂସ୍ଥା ‘ ଶାନ୍ତିସେନା ‘ ର ‘ ଶଠକାଳ ‘ , ରାଜ୍ୟର ଅନ୍ୟତମ ଅଗ୍ରଣୀ ଲବ୍ଧପ୍ରତିଷ୍ଠ ପ୍ରକାଶନ ସଂସ୍ଥା ଭୁବନେଶ୍ବରର ‘ ପଶ୍ଚିମା ‘ ର ‘ ଜଳଚର ‘ ଓ କାନାଡା ବନାମ ଭୁବନେଶ୍ବରର ଆନ୍ତର୍ଜାତିକ ପ୍ରକାଶନ ସଂସ୍ଥା ‘ ବିଦ୍ୟା ପବ୍ଲିଶିଂ’ର ‘ ଜାର ପୁରୁଷ ‘ ।
ଉପନ୍ୟାସ ଗୁଡିକର ବିଶେଷତ୍ବ ହେଉଛି , ଏଗୁଡିକର ବିଷୟବସ୍ତୁ , ରଚନା ଶୈଳୀ ଓ ସ୍ବର ଉତ୍ତର ଆଧୁନିକ ଏବଂ ଶାଣିତ । ସାଂପ୍ରତିକ ସମାଜ , ଅଚଳ ମୂଲ୍ୟବୋଧର ପ୍ରଚଳିତ ବ୍ୟବସ୍ଥା ଓ କ୍ଷମତାସୀନ ସରକାରଙ୍କ ଅନେକ ଜନବିରୋଧୀ କାର୍ଯ୍ୟକଳାପ ବିରୁଦ୍ଧରେ ଲେଖକଙ୍କର ଦୁଃସାହସିକ ତୀବ୍ର ସମାଲୋଚନା ଏବଂ ରକ୍ଷଣଶୀଳତା ବିରୋଧୀ ଚିନ୍ତାଧାରା ଇତ୍ୟାଦି ଯୋଗୁଁ ଏହି ଉପନ୍ୟାସ ଗୁଡିକ ବିବାଦୀୟ ହେବାର ଯଥେଷ୍ଟ ସମ୍ଭାବନା ରହିଛି ।

ଉନ୍ମୋଚନ ପରି ପରମ୍ପରାରେ ବିଶ୍ବାସ ରଖୁ ନଥିବା ଲେଖକଙ୍କର ଏହି ତିନୋଟି ଭିନ୍ନ ଭିନ୍ନ ବିଷୟବସ୍ତୁ ଉପରେ ଲିଖିତ ଉପନ୍ୟାସ ଗୁଡିକ ଉକ୍ତ ଆଗାମୀ ପୁସ୍ତକମେଳାରେ ପାଠକଙ୍କ ହାତକୁ ଆସିବାର ଘୋଷଣା କସାଯାଇ ଥିଲେ ହେଁ , ଏହା ପ୍ରକାଶ ପାଇସାରିଛି ଓ ଆମାଜନ୍ , ଫ୍ଲିପ୍ କାର୍ଡ ଓ ପଶ୍ଚିମାର ପେଜ-ଲେ ପରି ଅନ୍ ଲାଇନ୍ ରେ ଏହା ଉପଲବ୍ଧ ହେଲାଣି । ଉଲ୍ଲେଖନୀୟ ଯେ ଓଡିଶାର ଏହି ପ୍ରଖର ଲେଖକ ଜଣକ କୌଣସି ଗୋଷ୍ଠୀର ଆଦୌ ଅନୁଗତ ନୁହଁନ୍ତି ।
ଅଦ୍ୟାବଧି ତାଙ୍କର ୧୩ ଟି ଗଳ୍ପ , ଗଳ୍ପ ସଂକଳନ ଓ ଉପନ୍ୟାସ ପ୍ରକାଶିତ ଓ ସେ ରାଜ୍ୟର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସମ୍ମାନିତ ହୋଇଛନ୍ତି ।
ଏଥିମଧ୍ୟରେ ବାଲେଶ୍ବରର ଚନ୍ଦ୍ରଭାଗୋତ୍ସବରେ ତାଙ୍କୁ ‘ କନ୍ ହେଇ କଥା ସମ୍ମାନ ‘ ଓ ପାଟଣାଗଡର ଅଶୋକ ଚଂଦନ ସ୍ମୃତିନ୍ୟାସ ଓ ବଲାଙ୍ଗିର ଜିଲ୍ଲା ଲେଖକ ପରିଷଦର ଯୁଗ୍ମ ଆନୁକୂଲ୍ୟରେ ବଲାଙ୍ଗିର ଠାରେ ଅନୁଷ୍ଠିତ ଏକ ଉତ୍ସବରେ ‘ ଅଶୋକ ଚଂଦନ ସ୍ମୃତି ସମ୍ମାନ ‘ ପ୍ରଦାନ କରାଯାଇଛି । ସେ ମଧ୍ୟ ସଂପ୍ରତି ବଲାଙ୍ଗିର ଜିଲ୍ଲା ଲେଖକ ପରିଷଦର ବିଗତ ୧୨ ବର୍ଷ ଧରି ସଭାପତି ରହିଛନ୍ତି ।
ଗତ ୧୯୯୭ ରେ ତାଙ୍କର ଏକ ଉପନ୍ୟାସୋପମ ଗଳ୍ପ ପୁସ୍ତକ ‘ ମକର ରାଶିର ଝିଅ ‘ ବିବଦମାନ ଓ ବହୁଚର୍ଚ୍ଚିତ ହୋଇଥିଲା ।
