tatkalodisha.in

ସତ୍ୟ.. ନିରପେକ୍ଷ.. ତତ୍କାଳ

କାର୍ତ୍ତିକ ମାସ ଶୁକ୍ଲପକ୍ଷ ଅଷ୍ଟମୀ ତିଥିରେ “ଗୋଷ୍ଠାଷ୍ଟମୀ’

1 min read

Oplus_16908288

ଗୋଷ୍ଠାଷ୍ଟମୀ
କାର୍ତ୍ତିକ ମାସ ଶୁକ୍ଲପକ୍ଷ ଅଷ୍ଟମୀ ତିଥିରେ “ଗୋଷ୍ଠାଷ୍ଟମୀ’ପର୍ବ ପାଳିତ ହୁଏ |ଏହା ହିନ୍ଦୁ ମାନଙ୍କର ବିଶେଷ କରି ଗୌଡିୟ ବୈଷ୍ଣବ ଓ ରାଧାବଲ୍ଲଭ ସମ୍ପ୍ରଦାୟର ବିଶିଷ୍ଟ ପର୍ବ |


ପୁରାଣ କଥା ଅନୁସାରେ ‘ଶ୍ରୀକୃଷ୍ଣଙ୍କର ଗାଇ ବାଛୁରୀଙ୍କ ସହିତ ବଣକୁ ଯିବାର ପ୍ରଥମ ଦିବସକୁ ‘ଗୋଷ୍ଠାଷ୍ଟମୀ’ ଭାବରେ ପାଳନ କରାଯାଏ | ପିତା ନନ୍ଦ ପୁତ୍ର ଶ୍ରୀକୃଷ୍ଣ ଓ ବଳରାମଙ୍କୁ ପାଞ୍ଚ ବର୍ଷ ବୟସରେ ଗାଇ ବାଛୁରୀଙ୍କ ଯତ୍ନ ନେବାର ଦାୟିତ୍ୱ ଅର୍ପଣ କରନ୍ତି |

ଶ୍ରୀକୃଷ୍ଣ ବଳରାମ ଆନନ୍ଦ ମନରେ ଅନ୍ୟ ଗୋପାଳ ବାଳକ ମାନଙ୍କ ସହିତ ଗାଇ ଚରେଇବାକୁ ବଣକୁ ଯାନ୍ତି |କୃଷ୍ଣଗତ ପ୍ରାଣା ରାଧାରାଣୀ ମଧ୍ୟ ସେମାନଙ୍କ ସହିତ ଯିବାକୁ ଆଗ୍ରହୀ ହୁଅନ୍ତି ମାତ୍ର ‘ସେ ଝିଅ ହୋଇ ଥିବାରୁ ତାଙ୍କୁ ଗୋ ଗୋଷ୍ଠକୁ ଯିବାରେ ବାରଣ କରାଯାଏ |କିନ୍ତୁ ସେ ଜଣେ ଗୋପାଳ ବାଳକର ଛଦ୍ମ ବେଶରେ ଗୋ ଗୋଷ୍ଠକୁ ଯା’ନ୍ତି, ତାଙ୍କ ବେଶ ସୁବଳ – ସଖାଙ୍କ ସହିତ ମିଶି ଯାଉଥାଏ | ଶ୍ରୀକୃଷ୍ଣଙ୍କ ପ୍ରଥମ ଗାଈଚରା ଦିବସକୁ କୃଷ୍ଣ ପ୍ରେମୀ ମାନେ ଭକ୍ତିପୁତ ଭାବରେ ପାଳନ କରନ୍ତି |ମଣିପୁର ରାଜ୍ୟରେ ଏହି ଦିନକୁ ଛୁଟି ଘୋଷଣା କରାଯାଏ |


ଏହିଦିନ ଗାଇ ବାଛୁରୀଙ୍କୁ ଗାଧୋଇ ଦିଆଯାଏ, ନୂଆ ବସ୍ତ୍ର, ଫୁଲ ମାଳ, ଚନ୍ଦନ, ସିନ୍ଦୁର ଆଦିରେ ସଜ କରାଯାଏ |ତାଙ୍କୁ ତାଙ୍କ ସୁଖପ୍ରଦ ଭୋଜନ ପ୍ରଦାନ କରାଯାଏ |ରାଧା ଓ କୃଷ୍ଣ ଙ୍କର ଗୋମାତା ପ୍ରିୟ ଥିଲେ |ତାଙ୍କ ପ୍ରିୟ ସୁରଭି ଗୋମାତା ମାନଙ୍କ ନାଁ ସ୍ୱତନ୍ତ୍ର ଥିଲା |ସେମାନେ ଥିଲେ ମଙ୍ଗଳା, ପିଙ୍ଗଳା, ଗଙ୍ଗା, ପିସାଙ୍ଗୀ, ମଣିକାସ୍ତନି, ହଂସୀ, ଓ ବଂଶୀପ୍ରିୟା |
ଆମ କୃଷି ସଂସ୍କୃତିରେ ଗୋମାତାଙ୍କର ମହତ୍ତ୍ୱପୂର୍ଣ୍ଣ ଯୋଗଦାନ ରହିଛି |ବୈଦିକ ଯୁଗରୁ “ପଞ୍ଚଗବ୍ୟ “ର ବ୍ୟବହାର ହୋଇ ଆସୁଛି |ସେ ସବୁ ଗୋମାତାଙ୍କ ଗୋବର, ଗୋମୂତ୍ର,ଦୁଗ୍ଧ, ଦହି ଓ ଘିଅ |

ଗୋପାଷ୍ଟମୀ


ଆମ କୃଷିଭିତ୍ତିକ ଅର୍ଥନୀତିର ଅଭିବୃଦ୍ଧିରେ ଗୋ ସମ୍ପଦର ଭୂମିକା ଯଥେଷ୍ଟ ରହିଛି |ଆମକୁ ଅର୍ଥନୈତିକ ବିକାଶକୁ ତ୍ୱରାନ୍ୱିତ କରିବାକୁ ହେଲେ ଗୋ ସମ୍ପଦର ବିକାଶ ଓ ଯତ୍ନ କରିବାକୁ ହେବ |ଗୋଷ୍ଠାଷ୍ଟମୀ ପର୍ବ ଆମକୁ ଏଥିପାଇଁ ପ୍ରେରଣା ଦେଇଥାଏ |
ଜୟ ଶ୍ରୀ ରାଧାକୃଷ୍ଣ 🙏🙏

  • ଶ୍ରୀକାନ୍ତ ଦାଶ, ସଭାପତି ‘ଅବି’ଓ ସାଧାରଣ ସମ୍ପାଦକ, ଓଡ଼ିଆ ଜାତୀୟ ସମ୍ମିଳନୀ |
    Email srikantadash. bpc @gmail. com
Share

Leave a Reply