tatkalodisha.in

ସତ୍ୟ.. ନିରପେକ୍ଷ.. ତତ୍କାଳ

ଗନ୍ଧମାର୍ଦନ ବଞ୍ଚାଅ : କମ୍ପାନୀ ପ୍ରୀତି ଛାଡ଼, ନେହେଲେ ଆନ୍ଦୋଳନ ଚେତାବନୀ

1 min read

Oplus_16908288

  • ପଞ୍ଚିମ ଓଡ଼ିଶା ଲୋକେ ହେଲେ ଏକାଠି

ବଲାଙ୍ଗୀର, ନୂଆପଡା, ପାଇକମାଳ, ନୂଆପଡ଼ା //TATKAL ODISHA//

ରାମାୟଣ ଯୁଗର ଐତିହ୍ୟ ଓ ସଂସ୍କୃତିକୁ ଜାବୋଡ଼ି ଧରିଥିବା ଏବଂ ଓଡ଼ିଶାରେ ଆଉ ଏକ ଜୈବ ମଣ୍ଡଳ ‘ଗନ୍ଧମାର୍ଦନ’ ପାହାଡକୁ ଧ୍ବଂସ କରିବାକୁ ଗୋଟିଏ ନିର୍ଦ୍ଧିଷ୍ଟ କମ୍ପାନୀ ଆଖେଇଛି I ରାଜ୍ୟ ସରକାରଙ୍କ ସହ ସଲାସୁତୁରା କରି ପାହାଡ଼ ସଂଲଗ୍ନ ତଳି ଅଞ୍ଚଳରେ ଶହ ଶହ ଏକର ଜମି  ଉକ୍ତ କମ୍ପାନୀ ଅକ୍ତିଆର କରିଛି I ଫଳରେ ପ୍ରକୃତିର ଅପାସୋରା ଶୋଭାର ଭଣ୍ଡାର ଏହି  ଗାନ୍ଧମାର୍ଦନ ପାହାଡ଼ର ସୁରକ୍ଷା ପାଇଁ ପଶ୍ଚିମ ଓଡ଼ିଶାର ୬ ଜିଲ୍ଲାର ସଂଗଠନ ଏବଂ ନେତୃବୃନ୍ଦ ଏକାଠି ହୋଇଛନ୍ତି I ସ୍ଥାନୀୟ ଅଞ୍ଚଳବାସୀ ଗନ୍ଧମାର୍ଦ୍ଦନକୁ କମ୍ପାନୀ ପାଖେ ବିକିଥିବା ବୁଝାମଣାକୁ ରଦ୍ଦ ନ କଲେ  କହିଛନ୍ତି ଆଗକୁ ଆନ୍ଦୋଳନ ତୀବ୍ର ହେବ ବୋଲି  ଚେତାବନୀ ଦେଇଛନ୍ତି।

ଆଉ ଏକ ଜୈବ ମଣ୍ଡଳ

– ଲୋକେ ପ୍ରଶ୍ନ କରିଛନ୍ତି କେଉଁ ସ୍ୱାର୍ଥରେ କମ୍ପାନୀଙ୍କୁ ସରକାର ଉଭୟ ସରକାରୀ ଓ ଘରୋଇ ଜମି ଯୋଗାଇ ଦେଇଛନ୍ତି?

– ରାକେଟରେ କେଉଁମାନେ?? ସ୍ଥାନୀୟ ମନ୍ତ୍ରୀ,ସାଂସଦ ଓ ବିଧାୟକଙ୍କ ପାଟିରେ ତାଲା କାହିଁକି??

   ହରିଶଙ୍କର ଠାରେ ହଜାର ହଜାର ଲୋକ ରୁଣ୍ଡ ହୋଇ ବିରୋଧୀ ସ୍ଲୋଗାନ ଦେଇଛନ୍ତି I ଯେଉଁ ୬ ଜିଲ୍ଲାର ଲୋକେ ଏକାଠି ହୋଇଛନ୍ତି, ସେଇ ଜିଲ୍ଲାଗୁଡ଼ିକ ହେଉଛି, ବରଗଡ଼, ବାଲାଙ୍ଗୀର, ସମ୍ବଲପୁର, ଝାରସୁଗୁଡା, କଳାହାଣ୍ଡି ଏବଂ ନୂଆପଡା I 

ପାହାଡ଼ ତଳି ଅଞ୍ଚଳକୁ ଘରୋଇ କମ୍ପାନୀକୁ ଦିଆଯାଇଥିବା ଜମିକୁ ରଦ୍ଦ ପାଇଁ ଦାବି କରାଯାଇଛି I

ଜିନ୍ଦାବାଦ ସଂଗଠନର ଆବାହକ ତ୍ରିଲୋଚନ ପୁଞ୍ଜିଙ୍କ ନେତୃତ୍ୱରେ ପରିବେଶବିତ ପ୍ରଫୁଲ୍ଲ ସମନ୍ତରାୟ, ପଶ୍ଚିମ ଓଡିଶା କୃଷକ ସଂଗଠନ ତରଫରୁ ଲିଙ୍ଗରାଜ, ସରୋଜ, କିଶୋର, ଝାରସୁଗୁଡା ଜିଲ୍ଲାରୁ ଅନନ୍ତ, ନୂଆପଡା ଜିଲାରୁ ଫନିନ୍ଦମ ସିଂହଦେଓ, ତ୍ରିଲୋଚନ ବର୍ମା, ସାହାରା ପାୱାର ପ୍ଲାଣ୍ଟ ବିରୋଧି ମଞ୍ଚର ବାଳକୃଷ୍ଣ ସାଣ୍ଢ ପ୍ରମୁଖ ଆନ୍ଦୋଳନର ନେତୃତ୍ୱ ନେଉଛନ୍ତି I 

 ବିଶିଷ୍ଟ ପରିବେଶବିତ ତଥା ଗ୍ରୀନ ନୋବେଲ ବିଜେତା ପ୍ରଫୁଲ୍ଲ ସାମନ୍ତରା TATKAL ODISHA କୁ କହିଛନ୍ତି ଯେ, 

” ଗନ୍ଧମାର୍ଦ୍ଦନ ଆମ ଜାତିର ଐତିହ୍ୟ ସ୍ଥଳ I ପାହାଡ଼ରେ ଲକ୍ଷ ଲକ୍ଷ ଟନ୍‌ ବକ୍ସାଇଟ ଗଚ୍ଛିତ ରହିଛି। ପାହାଡ଼ର ଚତୁଃପାର୍ଶ୍ୱରେ ଏକ ଲକ୍ଷରୁ ଅଧିକ  ପରିବାର ପାହାଡ ଉପରେ ବର୍ଷ ସାରା ନିର୍ଭର କରି ନିଜର ଜୀବନ ଜୀବିକା ଚଳାଉଛନ୍ତି। ନୃସିଂହନାଥ ଓ ହରିଶଙ୍କର ପାଇଁ ପ୍ରତିଦିନ ଶତାଧିକ ତୀର୍ଥଯାତ୍ରୀ ଭିଡ଼ ଜମାଉଛନ୍ତି । ଏହାକୁ ଧ୍ବଂସ କରିବାକୁ ଦେବୁ ନାହିଁ I ଏନେଇ ଲଢେଇ ଜାରି ରହିବ I”

ଏବେ ସରକାର କି ନିଷ୍ପତ୍ତି ନେଉଛନ୍ତି ଦେଖିବା କଥା I

Share

Leave a Reply