tatkalodisha.in

ସତ୍ୟ.. ନିରପେକ୍ଷ.. ତତ୍କାଳ

ଏଆଇ ଡାଟା ସେଣ୍ଟରର ଆବଶ୍ୟକତା ଭାରତ ପାଇଁ ଢେର : ଅନନ୍ଥ ନାଗେଶ୍ୱରନ୍

1 min read

Oplus_151126016

ଭୁବନେଶ୍ୱର,//TATKAL ODISHA//

ଆଗାମୀ କୋଡିଏ ବର୍ଷରେ ଭାରତ କେଉଁ ଭଳି ଚାଲେଞ୍ଜର ସମ୍ମୁଖୀନ ହେବ, ତାହା ଆମ ପାଇଁ ବଡ଼ ପ୍ରସଙ୍ଗ ହୋଇଛି I ବର୍ତ୍ତମାନ ବିଶ୍ୱ ଛଟି ସମସ୍ୟା ଦେଇ ଗତି କରୁଛି I ତାହା ହେଉଛି ମହାମାରୀ, ୟୁକ୍ରେନ ୱାର, ତାରିଫ, ଚୀନର ଅସ୍ତ୍ର ଯୋଗାଣ, ଇରାନ -ଆମେରକା ଯୁଦ୍ଧ ଏବଂ ଏଆଇ ବ୍ୟବହାର I ଆଗାମୀ ଦିନରେ ଏଆଇର ବ୍ୟବହାର ବଢ଼ିବ I ତେଣୁ ଭାରତ ପାଇଁ ଏଆଇ ଡାଟା ସେଣ୍ଟରର ଆବଶ୍ୟକତା ରହିଛି I ଫଳରେ ଦେଶରେ ଆର୍ଥିକ ସ୍ଥିତି ଏହା ଉପରେ ନିର୍ଭର କରିବ I ବିଦେଶରେ ଏଆଇ ଉପରେ ଅନେକ କାର୍ଯ୍ୟ ହେଉଛି I

    ଗୁରୁବାର ଅପରାହ୍ନରେ ଉତ୍କଳ ବିଶ୍ୱବିଦ୍ୟାଳୟ ଏବଂ ଡ. ହରେକୃଷ୍ଣ ମହତାବ ଫାଉଣ୍ଡେସନ୍ ମିଳିତ ଭାବେ ଆୟୋଜିତ କରିଥିବା ୩୫ତମ ଡ. ହରେକୃଷ୍ଣ ମହତାବ ମେମୋରିଆଲ୍ ଫାଉଣ୍ଡେସନ୍ ଲେକ୍ଚର କାର୍ଯ୍ୟକ୍ରମରେ ଯୋଗଦେଇ ଏହା କହିଛନ୍ତି ଭାରତ ସରକାରଙ୍କ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଭି. ଅନନ୍ଥ ନାଗେଶ୍ୱରନ୍ I 

ପୁସ୍ତକ ଉନ୍ମୋଚନ

  ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା କଟକ ସାଂସଦ ତଥା ଡ. ହରେକୃଷ୍ଣ ମହତାବ ଫାଉଣ୍ଡେସନର ଅଧ୍ୟକ୍ଷ ଡ. ଭର୍ତ୍ତୃହରି ମହତାବ କହିଥିଲେ, ମୋର ପିତା ଡ. ମହତାବ ନିଜ ଜୀବନକୁ ରାଜ୍ୟର ହିତରେ ଉତ୍ସର୍ଗ କରିଥିଲେ I ସେ କେବଳ ସ୍ୱାଧୀନତା ସଂଗ୍ରାମରେ ନିଜକୁ ସାମିଲ ନ ଥିଲେ, ସାହିତ୍ୟ, ଗବେଷଣା, ସାମ୍ବାଦିକତା ଓ ସାଙ୍ଗଠନିକ କ୍ଷେତ୍ରରେ ରହି ବହୁ କାଳଜୟୀ କାର୍ଯ୍ୟ କରିଥିଲେ I ତାଙ୍କ ଦ୍ୱାରା କଟକରୁ ପ୍ରକାଶ ପାଉଥିବା ପ୍ରଜାତନ୍ତ୍ରରେ ସେ ନିୟମିତ ଭାବେ ‘ଗାଁ ମଜଲିସ’ ସ୍ତମ୍ଭରେ ଗାଁର ଲୋକଙ୍କ କଥା କହୁଥିଲେ I 

 ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଚଣ୍ଡୀ ପ୍ରସାଦ ନନ୍ଦ ସ୍ବାଗତ ଭାଷଣ ଦେଇ ଡ ମହତାବଙ୍କ ଓଡ଼ିଶା ପାଇଁ କଣ ଅବଦାନ ରହିଛି ତାହା ବିସ୍ତୃତ ଭାବେ ବଖାଣି ଥିଲେ I 

oplus_136314880

   

ସ୍ୱାମୀ ବିବେକାନନ୍ଦ, ମହାତ୍ମା ଗାନ୍ଧୀ, ନେତାଜୀ ସୁବାଷ ଚନ୍ଦ୍ର ବୋଷ ଡ ମହତାବଙ୍କର ଥିଲେ ଆଦର୍ଶ ପୁରୁଷ

ଅନ୍ୟତମ ଅତିଥି ଭାବେ ଯୋଗ ଦେଇଥିବା ରାଜନୀତି ବିଜ୍ଞାନ ବିଭାଗର ପୂର୍ବତନ ପ୍ରଫେସର ତଥା  ବିଭାଗୀୟ ମୁଖ୍ୟ ପ୍ରଫେସର ସୂର୍ଯ୍ୟ ନାରାୟଣ ମିଶ୍ର କହିଥିଲେ, ଡ ମହତାବ ଓଡ଼ିଶାରେ ଘରେ ଘରେ ପରିଚିତ ଥିଲେ I  ସ୍ୱାମୀ ବିବେକାନନ୍ଦ, ମହାତ୍ମା ଗାନ୍ଧୀ, ନେତାଜୀ ସୁବାଷ ଚନ୍ଦ୍ର ବୋଷ ଡ ମହତାବଙ୍କର ଥିଲେ ଆଦର୍ଶ ପୁରୁଷ I ଏହି ତିନି ମହାପୁରୁଷ ମହତାବଙ୍କ ଜୀବନର ଗତିପଥକୁ ବଦଳାଇ ଦେଇଥିଲେ I ସେଥିପାଇଁ ସେ ନୂଆ ଓଡ଼ିଶାର ସ୍ବପ୍ନ ଦେଖି ସଫଳ ହୋଇଥିଲେ I 

   ଉକ୍ତ କାର୍ଯ୍ୟକ୍ରମର ଉତ୍କଳ ବିଶ୍ୱବିଦ୍ୟାଳୟ ରେଜିଷ୍ଟ୍ରାର୍ ଡ. ସ୍ୱାତୀ ମିଶ୍ର ମଞ୍ଚ ପରିଚାଳନା କରିଥିଲାବେଳେ ଉତ୍କଳ ବିଶ୍ୱବିଦ୍ୟାଳୟର ପିଜି କାଉଁନସିଲର ଅଧ୍ୟକ୍ଷ ପ୍ରଫେସର ଜଗ୍ନେଶ୍ୱର ଦଣ୍ଡପାଟ ଧନ୍ୟବାଦ ଅର୍ପଣ କରିଥିଲେ I   ଏହି ଅବସରରେ ଡ. ମହତାବଙ୍କ ଉପରେ ଚାରୋଟି ଗବେଷଣାତ୍ମକ ପୁସ୍ତକ ଉନ୍ମୋଚନ ହୋଇଥିଲା I 

Share

Leave a Reply