tatkalodisha.in

ସତ୍ୟ.. ନିରପେକ୍ଷ.. ତତ୍କାଳ

ଅଧ୍ୟକ୍ଷଙ୍କୁ ରିଲିଭ କରୁଛନ୍ତି ଏମଡି : କାହା ବଳରେ ବଳିଆନ?

1 min read

Oplus_16908288

  • ସରକାରୀ ନିୟମର ଖୋଲା ଉଲ୍ଲଘଂନ??

ଭୁବନେଶ୍ୱର,//TATKAL ODISHA//

ଓଡ଼ିଶାରେ ଯେ’ ଅଣ ଓଡ଼ିଆ ଅଧିକାରୀମାନେ ଉପରମୁହାଁ ହୋଇଛନ୍ତି, ପ୍ରଚଳିତ ନିୟମକୁ ମାଡ଼ି ମକଚି ଦେଉଛନ୍ତି, ତାର ଜ୍ୱଳନ୍ତ ଉଦାହରଣ ପୁଣି ଓଡ଼ିଶା ବନ ଉନ୍ନୟନ ନିଗମ (ଓଏଫଡିସି)ରେ ଦେଖିବାକୁ ମିଳିଛି I

କନିଷ୍ଠ ଅଧିକାରୀ ହୋଇ ଵି ପଦ ମର୍ଯ୍ୟାଦାର ଗାରିମାକୁ ନଷ୍ଟଭ୍ରଷ୍ଟ କରି ବରିଷ୍ଠ ଅଧିକାରୀଙ୍କୁ ବିନା ବୋର୍ଡ ଅନୁମତିରେ “ରିଲିଭ” କରିଛନ୍ତି I 

– କାହା ବଳରେ ସେ ବଳିଆନ??

ଆମର ହସ୍ତଗତ ହୋଇଥିବା ଚିଠି ଓଓ ନଂ -୨୦୧୮୭/ ଓଇ (୧)-୪୯୩/୨୦୨୬, ତାରିଖ -୧୦, ନଭେମ୍ବର, ୨୦୨୬ରେ 

ପରିଚାଳନା ନିର୍ଦ୍ଦେଶକ (MD) ପ୍ରେମ କୁମାର ଝା ନିଜ ଦସ୍ତଖତରେ ଓଏଫଡିସିର ଅଧ୍ୟକ୍ଷ ତଥା ବରିଷ୍ଠ ଆଇଏଏସ ଅଧିକାରୀ ବିଷ୍ଣୁପଦ ସେଠୀଙ୍କୁ ଚିଠି ଦେଇ କାର୍ଯ୍ୟମୁକ୍ତ କରିବା ନିମନ୍ତେ ନିର୍ଦ୍ଦେଶ ଜାରି କରିଛନ୍ତି I 

– ତାହା ସମ୍ଭବ କି? ଆଇନ କ’ଣ କହୁଛି?

କନିଷ୍ଠ ଅଧିକାରୀ ଝା  ଜଣେ ଭାରତୀୟ ବନ ସେବା ଅଧିକାରୀ ହୋଇ ଅଧ୍ୟକ୍ଷଙ୍କୁ କାର୍ଯ୍ୟମୁକ୍ତ କରିବା ନିମନ୍ତେ ନିର୍ଦ୍ଦେଶ କଲେ କିପରି? ତାହା ନିୟମ ବିରୋଧୀ ବୋଲି ଚର୍ଚ୍ଚା ଜୋର ଧରିଛି I

MD ଙ୍କ ନିର୍ଦେଶନାମା

 ଅଧ୍ୟକ୍ଷ ଜଣେ କାର୍ଯ୍ୟରତ ଭାରତୀୟ ପ୍ରଶାସନିକ ସେବା (IAS) ଅଧିକାରୀ ଏବଂ ପ୍ରଶାସନିକ ପଦକ୍ରମରେ ତାଙ୍କ ଠାରୁ ବରିଷ୍ଠ ଅଟନ୍ତି।

“ସ୍ଵାଭାବିକ ପ୍ରକ୍ରିୟା ଅନୁସାରେ, ଅଧ୍ୟକ୍ଷ ନିର୍ଦ୍ଧାରିତ ବିଧି ଅନୁଯାୟୀ ଦାୟିତ୍ଵ ହସ୍ତାନ୍ତର କରିଥାନ୍ତେ, ଅଥବା ଜଣେ ଉତ୍ତରାଧିକାରୀ ଆନୁଷ୍ଠାନିକ ଭାବେ ତାଙ୍କ ଠାରୁ ଦାୟିତ୍ଵ ଗ୍ରହଣ କରିଥାନ୍ତେ।”

ସ୍ଵାଭାବିକ ପ୍ରକ୍ରିୟା ଅନୁସାରେ, ଅଧ୍ୟକ୍ଷ ନିର୍ଦ୍ଧାରିତ ବିଧି ଅନୁଯାୟୀ ଦାୟିତ୍ଵ ହସ୍ତାନ୍ତର କରିଥାନ୍ତେ, ଅଥବା ଜଣେ ଉତ୍ତରାଧିକାରୀ ଆନୁଷ୍ଠାନିକ ଭାବେ ତାଙ୍କ ଠାରୁ ଦାୟିତ୍ଵ ଗ୍ରହଣ କରିଥାନ୍ତେ। କାହିଁକି ଅସମ୍ମାନ କରାଯାଇଛି?

ଏହାଠାରୁ ମଧ୍ୟ ଗୁରୁତ୍ଵପୂର୍ଣ୍ଣ ବିଷୟ ହେଉଛି, ଅଧ୍ୟକ୍ଷଙ୍କୁ ବର୍ତ୍ତମାନ ସୁଦ୍ଧା ବଦଳିର ଆନୁଷ୍ଠାନିକ ଆଦେଶ ପ୍ରଦାନ କରାଯାଇ ନାହିଁ। କେବଳ ବଦଳି ବିଜ୍ଞପ୍ତି ପ୍ରକାଶ ପାଇଛି I 

ବିଶେଷତଃ ଅଧ୍ୟକ୍ଷସ୍ତରରେ ଦାୟିତ୍ଵ ଗ୍ରହଣ ବା ଦାୟିତ୍ଵ  ବିଷୟକୁ ପ୍ରତିଷ୍ଠିତ ପ୍ରଶାସନିକ ପରମ୍ପରା, ଶିଷ୍ଟାଚାର ଏବଂ ପଦବୀର ମର୍ଯ୍ୟାଦାକୁ ଦୃଷ୍ଟିରେ ରଖି ପରିଚାଳନା କରାଯିବା ଉଚିତ୍ ବୋଲି ବିଶ୍ୱାସ କରାଯାଏ। ତେଣୁ ଏହା ଯେଉଁ ପ୍ରକାରେ କରାଯାଇଛି, ତାହା ଗଭୀର ଉଦ୍‌ବେଗର ବିଷୟ।

ଶୁଣାଯାଏ ଲୋକସେବା ଭବନରେ  କାର୍ଯ୍ୟରତ ଜଣେ “ବଡ଼ ବାବୁ” ଉକ୍ତ କନିଷ୍ଠ ବାବୁଙ୍କର “ଗଡ଼ ଫାଦର” I ସେମାନେ ନିଜ ରାଜ୍ୟପ୍ରିତି ଏବଂ ଗୋଟିଏ ଗୋଠ ବନ୍ଧନ କରି ବିଭିନ୍ନ କେଳେଙ୍କାରୀ କରୁଥିବା ଅଭିଯୋଗ ହେଉଛି I ଦିଲ୍ଲୀରେ ଲବି ଵି ଅଧିକ I 

ଯଦି ସତ, ତାହାଲେ ସାଙ୍ଘାତିକ I 

ଖଣିରୁ ପାଣି, ଜଙ୍ଗଲରୁ ମୁଣି ଯାଏ ସବୁଠି ଲମ୍ବା ହାତ I ଯିଏ ବିରୋଧ କରିବ, ସେମାନେ ରାସ୍ତାରୁ ହଟାଇଦେବେ I ଏମିତି ଚାଲୁଛି I ଏହା ଅନୁସନ୍ଧାନ ସାପେକ୍ଷ I ତଦନ୍ତ ହେଲେ ଗୁମର ଖୋଲିବ I 

ଏହି ପ୍ରସଙ୍ଗରେ ଏମଡି ପ୍ରେମ କୁମାର ଝାଙ୍କ ପ୍ରତିକ୍ରିୟା ଲୋଡ଼ିବାରୁ ସେ କହିଛନ୍ତି ଯେ, ମୁଁ କିଛି ଭୁଲ କରି ନାହିଁ I ଆଇନ ଅନୁସାରେ ରିଲିଭ କରିଛି I”

ତେବେ ତୃତୀୟ ମହଲା ଏଥି ପ୍ରତି ନଜର ଦେବା ଦରକାର I ଲୋକଙ୍କ ଭରଷା ଅନେକ ରହିଛି I  ଯଦି କିଛି ଅଭିଯୋଗର ପ୍ରମାଣ ସିଦ୍ଧ ତଥ୍ୟ ରହିଛି ତାହାଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦରକାର I ତାହା ନ କରି ତଳିଆ ଓ ଅଣଓଡ଼ିଆ ଅଧିକାରୀ ଜରିଆରେ ପଦକ୍ଷେପ ନେବା ଆଦୌ ଗ୍ରହଣଯୋଗ୍ୟ ନୁହେଁ I 

Share

Leave a Reply