ସବୁ ମହାବିଦ୍ୟାଳୟ, ବିଶ୍ୱବିଦ୍ୟାଳୟକୁ ଏଣିକି ନିଶୁଳ୍କ ୱାଇ-ଫାଇ ଇଣ୍ଟରନେଟ୍
1 min read
- ତିନି ବର୍ଷରେ ବ୍ୟୟ ଅଟକଳ ୩୯୩.୬୨ କୋଟି
- ଉପକୃତ ହେବେ ୬ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ‘ଅଧ୍ୟାପକ’
- ବାଜିଲା କ୍ୟାବିନେଟ ମୋହର
ଭୁବନେଶ୍ୱର,//TATKAL ODISHA//
ଓଡ଼ିଶାରେ ସମସ୍ତ ମହାବିଦ୍ୟାଳୟ ଏବଂ ବିଶ୍ୱବିଦ୍ୟାଳୟକୁ ରାଜ୍ୟ ସରକାର ନିଶୁଳ୍କ ୱାଇ-ଫାଇ ଇଣ୍ଟରନେଟ୍ ସୁବିଧା ଯୋଗାଇ ଦେବେ I
ଏହି ପଦକ୍ଷେପ ଦ୍ୱାରା ସରକାରୀ ଏବଂ ଅନୁଦାନପ୍ରାପ୍ତ ଉଚ୍ଚଶିକ୍ଷାନୁଷ୍ଠାନଗୁଡ଼ିକର ୬ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଏବଂ ଅଧ୍ୟାପକ ଏବଂ ଅଧ୍ୟାପିକା ଉପକୃତ ହେବେ।
ଏନେଇ “ଓଡ଼ିଶା ଶିକ୍ଷାନେଟ୍ – ସମସ୍ତ ମହାବିଦ୍ୟାଳୟ ଏବଂ ବିଶ୍ୱବିଦ୍ୟାଳୟକୁ ନିଶୁଳ୍କ ୱାଇ-ଫାଇ ଇଣ୍ଟରନେଟ୍ ସୁବିଧା ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ସଶନ୍ତୀକରଣ” ଫ୍ଲାଗସିପ୍ ଯୋଜନାର କାର୍ଯ୍ୟକାରିତାକୁ ଅନୁମୋଦନ କରାଯାଇଛି।
- ଆର୍ଥିଜ ବର୍ଷ ୨୦୨୬-୨୭ରୁ ୨୦୨୮-୨୯ ମଧ୍ୟରେ ମୋଟ୍ ୩୯୩.୬୨ କୋଟି ଟଙ୍କାର ବ୍ୟୟ ଅଟକଳ ହୋଇଛି।
ସୋମବାର ରାତିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ୍ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

ବୈଠକ ପରେ ମୁଖ୍ୟଶାସନ ସଚିବ ଅନୁ ଗର୍ଗ କହିଛନ୍ତି ଯେ, ଏହି ଯୋଜନା ପ୍ରଥମ ପର୍ଯ୍ୟାୟରେ ୧୩୦ଟି ମହାବିଦ୍ୟାଳୟରେ ସଫଳ କାର୍ଯ୍ୟକାରି ହେବ। ଏହି ଆଧାରରେ ଓଡ଼ିଶାର ୬୦୧ଟି ସରକାରୀ ଏବଂ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟକୁ ନିଶୁଳ୍କ, ସୁରକ୍ଷିତ ଏବଂ ଉଚ୍ଚ-ଗତି ସମ୍ପନ୍ନ ୱାଇ-ଫାଇ ସଂଯୋଗୀକରଣ ପ୍ରଦାନ କରିବ।
ପ୍ରତ୍ୟେକ ପ୍ରମାଣୀକୃତ ଛାତ୍ରଛାତ୍ରୀ ଶୈକ୍ଷିକ, ଗବେଷଣା ଏବଂ ଦକ୍ଷତା ବିକାଶ ଉଦ୍ଦେଶ୍ୟରେ କ୍ୟାମ୍ପସ ମଧ୍ୟରେ ପ୍ରତିଦିନ ୧ ଜିବି ପର୍ଯ୍ୟନ୍ତ ନିଶୁଳ୍କ ଇଣ୍ଟରନେଟ୍ ଡାଟା ପାଇବେ ।
ମୁଖ୍ୟଶାସନ ସଚିବ କହିଛନ୍ତି ଯେ,
- ୱାଇ-ଫାଇ ଭିତ୍ତିଭୂମି ସ୍ଥାପନ, ବ୍ୟାଣ୍ଡୱିଡ୍ଥ ବ୍ୟବସ୍ଥା, ନେଟ୍ୱାର୍କ ପରିଚାଳନା, ସାଇବର ସୁରକ୍ଷା ଏବଂ ପରିଚାଳନା ଓ ରକ୍ଷଣାବେକ୍ଷଣ ସହାୟତା ଅନ୍ତର୍ଭୁକ୍ତ।
- ଏକ କେନ୍ଦ୍ରୀକୃତ ଅନୁଧ୍ୟାନ ଡ୍ୟାସ୍ବୋର୍ଡ ଦକ୍ଷ ସେବା ପ୍ରଦାନ, ନେଟ୍ୱାର୍କ ସୁରକ୍ଷା, ଅପ୍-ଟାଇମ୍ ଏବଂ ସର୍ବୋତ୍ତମ ଉପଯୋଗ ନିଶ୍ଚିତ କରିବ।
- ଏହି ସୁବିଧା ଇ-ବୁକ୍, ଡିଜିଟାଲ୍ ଲାଇବ୍ରେରୀ, ଆଭାସୀ ଶ୍ରେଣୀଗୃହ, ସ୍ୱୟମ, ଏବଂ ଅନ୍ୟାନ୍ୟ ଗବେଷଣା ଡାଟାବେସ୍, ପ୍ରତିଯୋଗିତାମୂଳକ ପରୀକ୍ଷା ଉତ୍ସ, ଡିଜିଟାଲ୍ ଦକ୍ଷତା ବିକାଶ ପ୍ଲାଟଫର୍ମ ଏବଂ ସାମ୍ସ, ହିମ୍ସ ଏବଂ ବୃତ୍ତି ପୋର୍ଟାଲ୍ ଭଳି ଇ-ଗଭର୍ଣାନ୍ସ ସେବାଗୁଡ଼ିକର ଉପଲବ୍ଧତାକୁ ସହାୟତା କରିବ। ଏହି ପଦକ୍ଷେପ ଦ୍ୱାରା ସରକାରୀ ଏବଂ ଅନୁଦାନପ୍ରାପ୍ତ ଉଚ୍ଚଶିକ୍ଷାନୁଷ୍ଠାନଗୁଡ଼ିକର ୬ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଏବଂ ଅଧ୍ୟାପକ ଓ ଅଧ୍ୟାପିକା ଉପକୃତ ହେବେ।
- ବିଶେଷ କରି ଗ୍ରାମାଞ୍ଚଳ, ଦୁର୍ଗମ ଏବଂ ଆର୍ôଥକ ଦୃଷ୍ଟିରୁ ଦୁର୍ବଳ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ମଧ୍ୟରେ, ଯାହା ଡିଜିଟାଲ୍ ବିଭାଜନକୁ ଦୂର କରିବ ଏବଂ ଗୁଣାତ୍ମକ ଉଚ୍ଚଶିକ୍ଷାର ଉପଲବ୍ଧତାକୁ ପ୍ରୋତ୍ସାହିତ କରିବ।
- ଜାତୀୟ ଶିକ୍ଷା ନୀତି ୨୦୨୦, ଡିଜିଟାଲ୍ ଇଣ୍ଡିଆ ଏବଂ ଓଡ଼ିଶା ଭିଜନ ୨୦୩୬ ସହିତ ସମନ୍ୱିତ ଏହି ଯୋଜନା ଓଡ଼ିଶାର ଡିଜିଟାଲ୍ ଉଚ୍ଚଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବ। ଏକ ବିକଶିତ ଓଡ଼ିଶା ଏବଂ ବିକଶିତ ଭାରତ ଗଠନ ଦିଗରେ ଯୋଗଦାନ କରିବ ବୋଲି ସରକାର ସ୍ପଷ୍ଟ କରିଛନ୍ତି।
*
