tatkalodisha.in

ସତ୍ୟ.. ନିରପେକ୍ଷ.. ତତ୍କାଳ

ବିଦେଶ ଗସ୍ତର ତଦନ୍ତ : ବିଜେଡି କହିଲା, ପାହାଡ଼କୁ ଟେକା ଫିଙ୍ଗିବାର ଦୁଃସାହସ କରିଛନ୍ତି ସରକାର

1 min read

ଭୁବନେଶ୍ୱର//TATKAL ODISHA//

ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ତାଙ୍କ ପୂର୍ବତନ ଘରୋଇ ସଚିବ ଭି କେ ପାଣ୍ଡିଆନଙ୍କ ବିଦେଶ ଗସ୍ତ ଉପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତଦନ୍ତ ନିର୍ଦେଶ ଦେବାର ବାର ଘଣ୍ଟା ପରେ ବିଜେଡି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି I

ରବିବାର ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ଲେନିନ ମହାନ୍ତିଙ୍କ ଉପସ୍ଥିତିରେ ବିଜେଡି ବିଧାୟକ ଗୌତମବୁଦ୍ଧ ଦାସ ପାହାଡ଼କୁ ଟେକା ଫିଙ୍ଗିଛନ୍ତି ବୋଲି କଟାକ୍ଷ କରିଛନ୍ତି I

ଗୌତମବୁଦ୍ଧ କହିଛନ୍ତି ଯେ, ୨୪ ବର୍ଷରେ ନବୀନ ବାବୁ ମାତ୍ର ଦୁଇଥର ବିଦେଶ ଗସ୍ତରେ ଯାଇଛନ୍ତି, ତାହା ପୁଣି ଥରେ ଜାତିସଂଘର World Food Program ନିମନ୍ତ୍ରଣରେ ଓଡ଼ିଶାର ଅଭୂତପୂର୍ବ ଦାରିଦ୍ର୍ୟ ହ୍ରାସ ଓ ଖାଦ୍ୟ ସୁରକ୍ଷା କାର୍ଯ୍ୟକ୍ରମର ସଫଳତା ସଂପର୍କରେ ବିଶ୍ୱବାସୀଙ୍କୁ ଅବଗତ କରିବା ପାଇଁ ଓ ଓଡ଼ିଶାରେ ବିଦେଶୀ ପୁଞ୍ଜିନିବେଶ ପାଇଁ ଏବଂ ଦ୍ୱିତୀୟ ଥର ଜାପାନ ଯାଇଥିଲେ ପୃଥିବୀର ୧ନମ୍ବର ଇସ୍ପାତ କମ୍ପାନି ନିପ୍ପନ ଷ୍ଟିଲକୁ ଓଡ଼ିଶା ଆଣିବା ପାଇଁ।

ଗୌତମବୁଦ୍ଧ ପୁଣି କହିଛନ୍ତି, ଗଞ୍ଜାମ ବନ୍ୟା ପରିସ୍ଥିତିରେ ରାଜ୍ୟ ସରକାରଙ୍କ ଚରମ ବିଫଳତା ପଦାରେ ପଡ଼ିଯିବା ଭୟରେ ଏଥିରୁ ଧ୍ୟାନ ହଟାଇବା ପାଇଁ ନବୀନ ବାବୁଙ୍କ ବିଦେଶ ଗସ୍ତର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଆପଣ ପାହାଡ଼କୁ ଟେକା ଫିଙ୍ଗିବାର ଦୁଃସାହସ କରିଛନ୍ତି ।

ତଥାପି ଆମେ ଏହାକୁ ସ୍ୱାଗତ କରୁଛୁ । ମୋହନ ବାବୁ , ସତସାହସ ଥିଲେ ସଠିକ୍ ତଦନ୍ତ କରନ୍ତୁ। ସତ କଣ ଓଡ଼ିଶାବାସୀଙ୍କ ସାମ୍ନାକୁ ଆଣନ୍ତୁ । ନହେଲେ ଓଡ଼ିଶାବାସୀ ଆପଣଙ୍କୁ କ୍ଷମା ଦେବେ ନାହିଁ ବୋଲି ବିଜେଡି କହିଛି ।

  • ଦେଖନ୍ତୁ ପୂର୍ବ ରିପୋର୍ଟ କଣ ଥିଲା??

// INQUIRY //

ମୁଖ୍ୟମନ୍ତ୍ରୀ ଦେଲେ ତଦନ୍ତ ନିର୍ଦେଶ..
ଖୋଲିବ ନବୀନ, ପାଣ୍ଡିଆନଙ୍କ ବିଦେଶ ଗସ୍ତର ଗୁମର?

Share

Leave a Reply