tatkalodisha.in

ସତ୍ୟ.. ନିରପେକ୍ଷ.. ତତ୍କାଳ

ବାତ୍ୟା ‘ଆକ୍‌ଭାନ୍’: ନରସାପୁର ଓ ପୁରୀ ମଧ୍ୟରେ ‘ଲ୍ୟାଣ୍ଡଫଲ’

1 min read
  • ପବନର ବେଗ ଘଣ୍ଟା ପ୍ରତି ୯୦-୧୦୦ କି.ମି. ରହିବା ସହ ୧୧୦ କି.ମି. ଯାଏଁ ଝଟ୍‌କା ପବନ ବହିବ

ଭୁବନେଶ୍ୱର, ଗୋପାଳପୁର //TATKAL ODISHA//

ଗମ୍ଭୀର ବାତ୍ୟା “ଆକ୍‌ଭାନ୍”

ଦକ୍ଷିଣ ବଙ୍ଗୋପସାଗରର ପଶ୍ଚିମ-ମଧ୍ୟ ଓ ପାର୍ଶ୍ୱବର୍ତ୍ତୀ ମଧ୍ୟ ଭାଗରେ ଥିବା ଗମ୍ଭୀର ବାତ୍ୟା “ଆକ୍‌ଭାନ୍” ଗତ ୦୬ ଘଣ୍ଟା ମଧ୍ୟରେ ଘଣ୍ଟା ପ୍ରତି ୦୫ କି.ମି. ବେଗରେ ଉତ୍ତର ଦିଗକୁ ଗତି କରି, ଗତକାଲି ୧୮ ନଭେମ୍ବର ୨୦୨୬, ରାତ୍ରି ୧୧ଟା ୩୦ ମିନିଟ୍ ସମୟରେ ପଶ୍ଚିମ-ମଧ୍ୟ ବଙ୍ଗୋପସାଗରରେ ଅକ୍ଷାଂଶ ୧୩.୯° ଉତ୍ତର ଓ ଦ୍ରାଘିମା ୮୫.୩° ପୂର୍ବ ନିକଟରେ କେନ୍ଦ୍ରୀଭୂତ ଥିଲା।

ଏହା –

  • ନରସାପୁର (ଆନ୍ଧ୍ର ପ୍ରଦେଶ) ଠାରୁ ପ୍ରାୟ ୪୮୦ କି.ମି. ଦକ୍ଷିଣ-ପୂର୍ବରେ
  • କଳିଙ୍ଗପଟ୍ଟଣମ୍ (ଆନ୍ଧ୍ର ପ୍ରଦେଶ) ଠାରୁ ପ୍ରାୟ ୫୧୦ କି.ମି. ଦକ୍ଷିଣ-ଦକ୍ଷିଣପୂର୍ବରେ
  • ଚେନ୍ନାଇ (ତାମିଲନାଡୁ) ଠାରୁ ପ୍ରାୟ ୫୬୦ କି.ମି. ପୂର୍ବରେ
  • ଗୋପାଳପୁର (ଓଡ଼ିଶା) ଠାରୁ ପ୍ରାୟ ୬୦୦ କି.ମି. ଦକ୍ଷିଣରେ
  • ପୁରୀ (ଓଡ଼ିଶା) ଠାରୁ ପ୍ରାୟ ୬୬୦ କି.ମି. ଦକ୍ଷିଣରେ ଅବସ୍ଥିତ ଥିଲା।

ଏହା ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି କରି ୨୦ ନଭେମ୍ବର ୨୦୨୬ ମଧ୍ୟାହ୍ନ ସୁଦ୍ଧା ନରସାପୁର ଓ ପୁରୀ ମଧ୍ୟରେ ଉତ୍ତର ଆନ୍ଧ୍ର ପ୍ରଦେଶ ଓ ୟାନମ୍ ଏବଂ ଦକ୍ଷିଣ ଓଡ଼ିଶା ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି।

ସେତେବେଳେ ସର୍ବାଧିକ ସ୍ଥାୟୀ ପବନର ବେଗ ଘଣ୍ଟା ପ୍ରତି ୯୦-୧୦୦ କି.ମି. ରହିବା ସହ ୧୧୦ କି.ମି. ଯାଏଁ ଝଟ୍‌କା ପବନ ବହିପାରେ।

Share

Leave a Reply