tatkalodisha.in

ସତ୍ୟ.. ନିରପେକ୍ଷ.. ତତ୍କାଳ

ଜିନ୍ଦଲ ଷ୍ଟିଲ୍‌ର ନୂଆ ଉପହାର: ବଜାରକୁ ଆସିଲା ଭାରତର ସର୍ବାଧିକ ଚଉଡା ୧୬୫୦ ମିମି ପ୍ରସ୍ଥ ଜିନ୍ଦଲ ପ୍ୟାନ୍ଥର୍ କୋଟେଡ୍ ଷ୍ଟିଲ୍

1 min read

·      ଜିନ୍ଦଲ ପ୍ୟାନ୍ଥର୍‌ର ବିଶ୍ୱସନୀୟ ବ୍ରାଣ୍ଡ ଛତା ତଳେ ଉଚ୍ଚ ଗୁଣମାନର କୋଟେଡ୍ ଷ୍ଟିଲ୍ ଓ ବିଶେଷ ନିର୍ମାଣ ସାମଗ୍ରୀ ଏକତ୍ରିତ

ଭୁବନେଶ୍ୱର, //TATKAL ODISHA//

 ଜିନ୍ଦଲ ଷ୍ଟିଲ୍ ପକ୍ଷରୁ ଆଜି ‘ଜିନ୍ଦଲ ପାନ୍ଥର କୋଟେଡ୍ ଷ୍ଟିଲ୍’ର ଶୁଭାରମ୍ଭ ହୋଇଛି । ଦେଶର ସର୍ବାଧିକ ୧୬୫୦ ମିଲିମିଟର ଓସାର ବିଶିଷ୍ଟ କୋଟେଡ୍ ଷ୍ଟିଲ୍ ଉତ୍ପାଦ ଉପଲବ୍ଧ କରାଇବା ସହିତ, ବିଶ୍ୱସନୀୟ ‘ଜିନ୍ଦଲ ପାନ୍ଥର’ ବ୍ରାଣ୍ଡକୁ ଉଚ୍ଚ ମୂଲ୍ୟଯୁକ୍ତ ଡାଉନଷ୍ଟ୍ରିମ୍ ନିର୍ମାଣ ସମାଧାନ କ୍ଷେତ୍ରକୁ ସମ୍ପ୍ରସାରିତ କରିବା ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ।

            ଭୁବନେଶ୍ୱରରେ ଆୟୋଜିତ ରଙ୍ଗୋତ୍ସବ କାର୍ଯ୍ୟକ୍ରମରେ ଭାରତର ପରିବର୍ତ୍ତିତ ନିର୍ମାଣ ଆବଶ୍ୟକତାକୁ ଦୃଷ୍ଟିରେ ରଖି କୋଟେଡ୍ ଷ୍ଟିଲ୍‌ର ନୂତନ ପିଢ଼ିର ଉତ୍ପାଦ ସମୂହକୁ ଉନ୍ମୋଚନ କରାଯାଇଥିଲା ।  ଏଥିରେ ବିତରକ, ବାଣିଜ୍ୟିକ ସହଯୋଗୀ ଏବଂ ଗ୍ରାହକ ଉପସ୍ଥିତ ଥିଲେ ।

            ‘ଜିନ୍ଦଲ ପାନ୍ଥର କୋଟେଡ୍ ଷ୍ଟିଲ୍’ ଏକ ଶକ୍ତିଶାଳୀ ବ୍ରାଣ୍ଡ ଅଧୀନରେ କଲର-କୋଟେଡ୍ କଏଲ୍, ବେୟାର ମେଟାଲିକ୍-କୋଟେଡ୍ ଷ୍ଟିଲ୍ ଏବଂ ସ୍ୱତନ୍ତ୍ର ନିର୍ମାଣ ଉତ୍ପାଦଗୁଡ଼ିକୁ ଏକାଠି କରିଛି। ଛାତ ନିର୍ମାଣ, କାନ୍ଥର ଆବରଣ, ଶିଳ୍ପ ଓ ବାଣିଜ୍ୟିକ ପ୍ରତିଷ୍ଠାନ ଏବଂ ଆବାସିକ ନିର୍ମାଣ ପାଇଁ ପ୍ରସ୍ତୁତ ଏହି ଉତ୍ପାଦ ସମୂହ ଅଧିକ ଡିଜାଇନ୍ ଅବସର, ଆବରଣ କାର୍ଯ୍ୟରେ ଅଧିକ ଦକ୍ଷତା ଏବଂ ବିଭିନ୍ନ କାର୍ଯ୍ୟଦକ୍ଷତା ମାନଦଣ୍ଡ ଓ ବ୍ୟବହାର ଅନୁଯାୟୀ ସ୍ପଷ୍ଟ ବିକଳ୍ପ ପ୍ରଦାନ କରିବ ।

ଜିନ୍ଦଲ ପ୍ୟାନ୍ଥର୍ କୋଟେଡ୍ ଷ୍ଟିଲ୍ ଉତ୍ପାଦ ସମ୍ଭାର

ବର୍ଗବ୍ରାଣ୍ଡ ନାମବୈଷୟିକ ବିବରଣୀବ୍ୟବହାର ଓ ବିଶେଷତ୍ୱ
ରଙ୍ଗୀନ ଆବରଣଯୁକ୍ତ ଇସ୍ପାତ କଏଲ୍ପ୍ୟାନ୍ଥର ପ୍ରାଇମ୍ କଲରପ୍ଲସ୍ଏଜେଡ୍ ୧୫୦, ୩୫ ମାଇକ୍ରନ୍ଉଚ୍ଚମାନର ପ୍ରିମିୟମ୍ ରଙ୍ଗୀନ ଆବରଣଯୁକ୍ତ ଇସ୍ପାତ
ରଙ୍ଗୀନ ଆବରଣଯୁକ୍ତ ଇସ୍ପାତ କଏଲ୍ପ୍ୟାନ୍ଥର କଲରପ୍ରୋ ପ୍ଲସ୍ଏଜେଡ୍ ୧୫୦, ୨୨ ମାଇକ୍ରନ୍ଅଧିକ କାର୍ଯ୍ୟଦକ୍ଷ ଓ ସ୍ଥାୟୀ ରଙ୍ଗୀନ ଆବରଣଯୁକ୍ତ ଇସ୍ପାତ
ରଙ୍ଗୀନ ଆବରଣଯୁକ୍ତ ଇସ୍ପାତ କଏଲ୍ପ୍ୟାନ୍ଥର କଲରପ୍ରୋଏଜେଡ୍ ୭୦, ୧୨ ମାଇକ୍ରନ୍ମାନକ ଗୁଣମାନର ରଙ୍ଗୀନ ଆବରଣଯୁକ୍ତ ଇସ୍ପାତ
ରଙ୍ଗୀନ ଆବରଣଯୁକ୍ତ ଇସ୍ପାତ କଏଲ୍ପ୍ୟାନ୍ଥର କଲରପ୍ରୋ କ୍ଲାସିକ୍ପିପିଜିଆଇସୁଲଭ ମୂଲ୍ୟରେ ପୂର୍ବରୁ ରଙ୍ଗ କରାଯାଇଥିବା ଜିଙ୍କ୍ ଆବରଣଯୁକ୍ତ ଇସ୍ପାତ
ଧାତବ ଆବରଣଯୁକ୍ତ ଇସ୍ପାତ କଏଲ୍ପ୍ୟାନ୍ଥର ସିଲଭରଟୋନ୍ ପ୍ଲସ୍ଏଜେଡ୍ ୧୫୦ଅଧିକ ଆଲୁମିନିୟମ୍-ଜିଙ୍କ୍ ଆବରଣଯୁକ୍ତ ଇସ୍ପାତ
ଧାତବ ଆବରଣଯୁକ୍ତ ଇସ୍ପାତ କଏଲ୍ପ୍ୟାନ୍ଥର ସିଲଭରଟୋନ୍ଏଜେଡ୍ ୭୦ଆଲୁମିନିୟମ୍-ଜିଙ୍କ୍ ଆବରଣଯୁକ୍ତ ଇସ୍ପାତ
ଧାତବ ଆବରଣଯୁକ୍ତ ଇସ୍ପାତ କଏଲ୍ପ୍ୟାନ୍ଥର ସିଲଭରଟୋନ୍ କ୍ଲାସିକ୍ଗାଲଭାନାଇଜ୍‌ଡ୍ଜିଙ୍କ୍ ଆବରଣଯୁକ୍ତ ଇସ୍ପାତ
ନିର୍ମାଣ ସାମଗ୍ରୀପ୍ୟାନ୍ଥର ପ୍ରୋଫେକ୍ସପ୍ରୋଫାଇଲଡ ସିଟ୍ଛାତ ଓ କାନ୍ଥ ଆଚ୍ଛାଦନ ପାଇଁ ବ୍ୟବହୃତ
ନିର୍ମାଣ ସାମଗ୍ରୀପ୍ୟାନ୍ଥର ଥର୍ମୋସୋନିକ୍ସାଣ୍ଡୱିଚ୍ ପ୍ୟାନେଲ୍ତାପ ଓ ଶବ୍ଦ ନିୟନ୍ତ୍ରଣ ପାଇଁ ବ୍ୟବହୃତ

            ଜିନ୍ଦଲ ଷ୍ଟିଲ୍‌ର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଭି. ଆର୍. ଶର୍ମା କହିଛନ୍ତି, “ଜିନ୍ଦଲ ପାନ୍ଥର ବଜାରରେ ଏକ ସୁଦୃଢ଼ ପରିଚୟ ସୃଷ୍ଟି କରିବା ସହ ଗ୍ରାହକମାନଙ୍କର ବିଶ୍ୱାସ ଅର୍ଜନ କରିପାରିଛି । ୧୬୫୦ ମିଲିମିଟର ଓସାର ବିଶିଷ୍ଟ ଭାରତର ସର୍ବବୃହତ୍ କୋଟେଡ୍ ଷ୍ଟିଲ୍ ଉତ୍ପାଦ ସମେତ ‘ଜିନ୍ଦଲ ପାନ୍ଥର କୋଟେଡ୍ ଷ୍ଟିଲ୍’ର ଶୁଭାରମ୍ଭ ମାଧ୍ୟମରେ ଆମେ ଏହି ବିଶ୍ୱାସକୁ ଉଚ୍ଚ ମୂଲ୍ୟଯୁକ୍ତ ଡାଉନଷ୍ଟ୍ରିମ୍ ଷ୍ଟିଲ୍ ସମାଧାନର ଏକ ବ୍ୟାପକ କ୍ଷେତ୍ରକୁ ସମ୍ପ୍ରସାରିତ କରୁଛୁ । ଏହି ଉତ୍ପାଦ ସମୂହ ଗୁଣବତ୍ତା, କାର୍ଯ୍ୟଦକ୍ଷତା, ସୌନ୍ଦର୍ଯ୍ୟ ଏବଂ ବିଶ୍ୱସନୀୟତାକୁ ଏକ ଶକ୍ତିଶାଳୀ ବ୍ରାଣ୍ଡ ଅଧୀନରେ ଏକତ୍ରିତ କରିଛି । ଏହା ଗ୍ରାହକ, ସ୍ଥପତି, ଫ୍ୟାବ୍ରିକେଟର ଏବଂ ବିତରଣ ସହଯୋଗୀମାନଙ୍କୁ କଲର୍ କୋଟେଡ୍ ଓ ବେୟାର ମେଟାଲିକ୍ ଷ୍ଟିଲ୍‌ଠାରୁ ଆରମ୍ଭ କରି ଛାତ ନିର୍ମାଣ, କାନ୍ଥ ଆବରଣ ଏବଂ ସ୍ୱତନ୍ତ୍ର ନିର୍ମାଣ ସାମଗ୍ରୀ ପର୍ଯ୍ୟନ୍ତ ବିଭିନ୍ନ ଆବଶ୍ୟକତା ଅନୁଯାୟୀ ସଠିକ୍ ଉତ୍ପାଦ ଚୟନ କରିବାର ସୁଯୋଗ ପ୍ରଦାନ କରିବ । ନିରନ୍ତର ଗୁଣବତ୍ତା, ଉତ୍ପାଦର ଉପଲବ୍ଧତା, ବୈଷୟିକ ସହାୟତା ଏବଂ ଦୃଢ଼ ବିତରଣ ବ୍ୟବସ୍ଥା ଦ୍ୱାରା ଆମେ ଭାରତରେ ବଢ଼ୁଥିବା ଭିତ୍ତିଭୂମି, ଶିଳ୍ପ, ବାଣିଜ୍ୟିକ ଏବଂ ଆବାସିକ ନିର୍ମାଣ କ୍ଷେତ୍ରର ଆବଶ୍ୟକତା ପୂରଣ କରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ।”

            ‘ରଙ୍ଗୋତ୍ସବ’ ଅବସରରେ ଏହି ଶୁଭାରମ୍ଭ ଡାଉନଷ୍ଟ୍ରିମ୍ କୋଟେଡ୍ ଷ୍ଟିଲ୍ କ୍ଷେତ୍ରରେ ନିଜର ବଜାର ଉପସ୍ଥିତି ସୁଦୃଢ଼ କରିବା, ଗ୍ରାହକ ଓ ବାଣିଜ୍ୟିକ ସହଯୋଗୀଙ୍କ ସହ ସମ୍ପର୍କକୁ ଆହୁରି ନିବିଡ଼ କରିବା ଏବଂ ଭାରତର ପରିବର୍ତ୍ତିତ ନିର୍ମାଣ କ୍ଷେତ୍ରର ଆବଶ୍ୟକତା ଅନୁଯାୟୀ ସ୍ୱତନ୍ତ୍ର ସମାଧାନ ପ୍ରଦାନ କରିବା ଦିଗରେ ଜିନ୍ଦଲ ଷ୍ଟିଲ୍‌ର ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି।

Share

Leave a Reply