tatkalodisha.in

ସତ୍ୟ.. ନିରପେକ୍ଷ.. ତତ୍କାଳ

ପରମ ଏକାଦଶୀ: ୨ବର୍ଷ ୮ ମାସ ଅନ୍ତରେ ଆସେ

1 min read

Oplus_16908288

  • ଶ୍ରୀକାନ୍ତ ଦାଶ
  • ++++++++


ଆମ ସଂସ୍କୃତି ରେ ମଳ ମାସ ବା ଅଧିମାସ ଯାହା ପୁରୁଷୋତ୍ତମ ମାସ ନାମରେ ବିଦିତ ତାହା ପ୍ରତି 2ବର୍ଷ 8ମାସ ଅନ୍ତରେ ଆସେ | ଏହାକୁ ପରମ ମାସ ମଧ୍ୟ କୁହାଯାଏ| ଆଉ ଏହି ମାସର ଏକାଦଶକୁ ପରମ ଏକାଦଶୀ କୁହାଯାଏ |

ଏହି କ୍ରମରେ 2026ଜୁନ 11ରେ ପରମ ଏକାଦଶୀ ପାଳିତ ହେବ |

ବର୍ଷରେ ପଡୁଥିବା ଏକାଦଶୀ ମଧ୍ୟରେ ପରମ ଏକାଦଶୀ ଅତ୍ୟନ୍ତ ପବିତ୍ର ଓ ଅନନ୍ୟ | ଏକାଦଶୀ ପାଳନ କରୁଥିବା ବ୍ୟକ୍ତି ମାନେ ସମ୍ପୂର୍ଣ୍ଣ ନିର୍ଜଳା (ବିନା ପାଣି ରେ )ରହି ଏ ବ୍ରତ ପାଳନ୍ତି ଓ ପରଦିନ କୂଳ ପୁରୋହିତଙ୍କୁ ଦାନ ଦକ୍ଷିଣା ଦେଇ ପାରଣା ଅର୍ଥାତ ଖାଦ୍ୟ ଗ୍ରହଣ କରନ୍ତି |ଆଉ କେହି ବ୍ରତ ଧାରୀ ଫଳ ଆହାର କରି ବ୍ରତ ପାଳନ କରନ୍ତି |

ଏ ବ୍ରତ ବିଷ୍ଣୁ ଙ୍କ ଉଦ୍ଦେଶ୍ୟରେ ପାଳିତ ହୁଏ |ଏଣୁ ବ୍ରତ ଧାରୀମାନେ “ଓଁ ନମୋ ଭଗବତେ ବାସୁଦେବାୟ “ମନ୍ତ୍ର ଜପ କରନ୍ତି |ଏହି ବ୍ରତରେ ଦାନ ଧର୍ମ କଲେ ପୁଣ୍ୟ ମିଳେ ବୋଲି ବ୍ରତ ଧାରୀମାନେ ବିଶ୍ୱାସ କରି ଦାନ ଧର୍ମ କରନ୍ତି | ପୁରୁଷୋତ୍ତମ ମାସର ଏ ପରମ ଏକାଦଶୀ ପାଳନ ପାଇଁ ବ୍ରତଧାରୀ ମାନେ ଆଗ୍ରହର ସହ ଅପେକ୍ଷା କରିଥାନ୍ତି |


ବାସ୍ତବରେ ଆମ ସଂସ୍କୃତିରେ ଏକାଦଶୀର ମହତ୍ତ୍ୱ ସ୍ୱାସ୍ଥ୍ୟ ଦୃଷ୍ଟିରୁ ମଧ୍ୟ ମହତ୍ତ୍ୱପୂର୍ଣ |

ଓଁ ନମୋ ଭଗବତେ ବାସୁଦେବାୟ🙏🙏
ଶ୍ରୀକାନ୍ତ ଦାଶ
ସାଧାରଣ ସମ୍ପାଦକ, ଓଡ଼ିଆ ଜାତୀୟ ସମ୍ମିଳନୀ

Share

Leave a Reply