tatkalodisha.in

ସତ୍ୟ.. ନିରପେକ୍ଷ.. ତତ୍କାଳ

୮୯ ବର୍ଷରେ ଚାଲିଗଲେ ‘ହି ମ୍ୟାନ’ ଧର୍ମେନ୍ଦ୍ର

1 min read

ମୁମ୍ବାଇ //TATKAL ODISHA//

ପରଲୋକରେ ବଲିଉଡର ଅନ୍ୟତମ ସୁପର ଷ୍ଟାର ତଥା ‘ହି-ମ୍ୟାନ୍’ ଭାବେ ପରିଚିତ ଧର୍ମେନ୍ଦ୍ର ଆଉ ଇହ ଧାମରେ ନାହାନ୍ତି I ମୃତ୍ୟୁ ବେଳକୁ ତାଙ୍କୁ  ୮୯ ବର୍ଷ ହୋଇଥିଲା I 

ବଲିଉଡ୍ ଜଗତରେ ଶୋକର ଲହରୀ ଖେଳିଯାଇଛି ।

  ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଧର୍ମେନ୍ଦ୍ର ସୋମବାର ପରଲୋକ ଗମନ କରିଛନ୍ତି I ପୂର୍ବରୁ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ସାଙ୍ଗେ ସାଙ୍ଗେ ବ୍ରିଜ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରି ଭେଣ୍ଟିଲେଟରରେ ରଖାଯାଇଥିଲା ।  

ସ୍ବର୍ଗତ ଧର୍ମେନ୍ଦ୍ର ଜନ୍ମ ପଞ୍ଜାବର ନାସରାଲି ଗାଁରେ ୮ ଡିସେମ୍ବର ୧୯୩୫ରେ ହୋଇଥିଲା। ସେ ତାଙ୍କ କ୍ୟାରିଅରରେ ୩୦୦ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ I

ସ୍ବର୍ଗତ ଧର୍ମେନ୍ଦ୍ର ୧୯୬୦ରେ “ଦିଲ୍ ଭି ତେରା ହମ୍ ଭି ତେରେ” ଫିଲ୍ମ ମାଧ୍ୟମରେ ଡେବ୍ୟୁ କରିଥିଲେ। ପରେ, ସେ , “ଶୋଲେ,” “ସୀତା ଔର ଗୀତା,” “ମେରା ଗାଁଓ ମେର ଦେଶ,” “ଲୋହା,” ଏବଂ ଆହୁରି ଅନେକ ଫିଲ୍ମ ମାଧ୍ୟମରେ ଦର୍ଶକଙ୍କୁ ମନୋରଞ୍ଜନ କରାଇଥିଲେ।ପ୍ରାୟ ୬୫ ବର୍ଷ ଧରି ବଲିଉଡରେ ରାଜ୍ କରିଥିଲେ। 

Share

Leave a Reply