tatkalodisha.in

ସତ୍ୟ.. ନିରପେକ୍ଷ.. ତତ୍କାଳ

ମା’ ଭଗବତୀଙ୍କ ପୀଠରେ ଜୟ ମା ଭଗବତୀ ଗୀତ ରିଲିଜ

1 min read

Oplus_16908288

ବାଣପୁର //TATKAL ODISHA //
ବାଣପୁର ମା ଭଗବତୀ ଙ୍କ ପୀଠରେ ଭଗବତୀଙ୍କ ମହିମା କୁ ନେଇ ଭକ୍ତି ଭାବପୂର୍ଣ୍ଣ ଆଧାରିତ “ଜୟ ମା ଭଗବତୀ” ଶୁଭାଙ୍ଗିନୀ କ୍ରିୟେ ସନ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ଗୀତକୁ ପବିତ୍ର ଦଶହରା ମଙ୍ଗଳ ବାର ଦିନ ପ୍ରଯୋଜକ ଗୋଲକ ବିହାରୀ ପରିଡା ଓ ଡ଼ଃ.ପୁଷ୍ପା ଞ୍ଜଳୀ ପାଇକରାୟ ମା ଙ୍କ ନିକଟରେ ପୂଜାର୍ଚ୍ଚନା କରି ମୁଖ୍ୟ ଦ୍ଵାର ନିକଟରେ ଶ୍ରୋତା ଙ୍କ ନିମନ୍ତେ ରିଲିଜ କରିଛନ୍ତି I


କବି ଦିଗମ୍ବର ବିଶ୍ୱାଳ ଙ୍କ ରଚିତ ଗୀତଟିକୁ ଯୁବ ସଂଗୀତ ନିର୍ଦ୍ଧେଶକ ବସନ୍ତ ମିଶ୍ର ସଂଗୀତରେ ସଜାଇ ଥିବାବେଳେ ଶୈଳଭ୍ୟାମା ମହାପାତ୍ର ଓ ଭାଗିରଥି ପାଇକରାୟ କଣ୍ଠ ଦାନ କରିଛନ୍ତି l ଏହାର ବ୍ୟବସ୍ଥାପନା ଦାୟୀତ୍ୱ ରେ ଅଛନ୍ତି ନୀଳମାଧବ ପାଇକ ରାୟ ।ଏହି ଗୀତରେ ମାଙ୍କର କିଛି ନୀତିକାନ୍ତି ଓ ଜାନିଯାତ୍ରା ର ଭିଜୁଆଲ ସହ ଗୀତଟି ସୁନ୍ଦର ଭାବେ ପରିବେଷଣ କରାଯାଇଛି ।

ଏହି କାର୍ଯ୍ୟ କ୍ରମରେ ପ୍ରଯୋଜକ ଗୋଲକ ବିହାରୀ ପରିଡା ଓଡ଼ଃ.ପୁଷ୍ପା ଞ୍ଜଳୀ ପାଇକରାୟ, ଗୀତିକାର ଦିଗମ୍ବର ବିଶ୍ୱାଳ, କଣ୍ଠ ଶ୍ଳିପି ଭାଗିରଥି ପାଇକରାୟ, ଆଇନ ଜୀବି ରବୀନ୍ଦ୍ର ନାଥ ମାନାସିଂ ଙ୍କ ସମେତ ସ୍ଥାନୀୟ ଅଂଚଳର ବହୁ ବୁଦ୍ଧିଜୀବୀ ଓ ଜନସାଧାରଣ
ଉପସ୍ଥିତ ଥିଲେ।

ମାଙ୍କ ଭଜନଟି ଶ୍ରୋତା ମହଲରେ ଭକ୍ତି ଭାବ ଜାଗ୍ରତ କରାଇବା ସହ ଆଦୃତ ଲାଭ କରିବ ବୋଲି ଉଭୟ ପ୍ରଯୋଜକ ଓ ଶୁଭାଙ୍ଗିନୀ କ୍ରିଏସନ ଆଶାପୋଷଣ କରିଛନ୍ତି ଳ

ଶୁଣନ୍ତୁ ସୁମଧୁର ଭକ୍ତି ଗୀତ…

Share

Leave a Reply