03/09/2026

tatkalodisha.in

ସତ୍ୟ.. ନିରପେକ୍ଷ.. ତତ୍କାଳ

ଜୀବନ ନାଟକ ସାରି ଚାଲିଗଲେ ‘ପ୍ରଣବ ପଟ୍ଟନାୟକ’

1 min read
  • ମୃତ୍ୟୁ ବେଳକୁ ପ୍ରଣବ ତାଙ୍କୁ ୮୮ ବର୍ଷ ହୋଇଥିଲା

ଭୁବନେଶ୍ୱର,//TATKAL ODISHA//

ପ୍ରାୟ ପାଞ୍ଚ ଦଶନ୍ଧିରୁ ଅଧିକ ସମୟ ଧରି ନିଜର ସୁମଧୁର ସ୍ୱର ମାଧ୍ୟମରେ ଓଡ଼ିଆ ଚଳଚ୍ଚିତ୍ର ଏବଂ ଆଲବମ ଜଗତକୁ ସମୃଦ୍ଧ କରିଥିବା ସୁନାମଧନ୍ୟ ଓ ବର୍ଷିଆନ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକ ଆଉ ଇହ ଜଗତରେ ନାହାନ୍ତି I ମୃତ୍ୟୁ ବେଳକୁ ତାଙ୍କୁ ୮୮ ବର୍ଷ ବୟସ ହୋଇଥିଲା ।

    ଶୁକ୍ରବାର ଭୁବନେଶ୍ୱରସ୍ଥିତ ବାସଭବନରେ ପ୍ରଣବ ପଟ୍ଟନାୟକଙ୍କ ପରଲୋକ ହୋଇଛି। ସଙ୍ଗୀତ ନାଟକ ଏକାଡେମୀ ଓ ରାଜ୍ୟ ଚଳଚିତ୍ର ପୁରସ୍କାର ସେ ପାଇଥିଲେ। ପ୍ରଣବ ପଟ୍ଟନାୟକ ଓଡ଼ିଆ ସଙ୍ଗୀତ ଜଗତର ଜଣେ ଅତ୍ୟନ୍ତ ପରିଚିତ ଓ ଲୋକପ୍ରିୟ କଣ୍ଠଶିଳ୍ପୀ ଥିଲେ। 

ଦୀର୍ଘ ବର୍ଷର ସଙ୍ଗୀତ ଯାତ୍ରାରେ ସେ ଅନେକ ଲୋକପ୍ରିୟ ଓ ହିଟ୍ ଓଡ଼ିଆ ଗୀତ ଗାଇ ଶ୍ରୋତାଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛନ୍ତି।

ତାଙ୍କର ଅପୂର୍ବ କଣ୍ଠସ୍ୱର ଏବଂ ଗାୟନ ଶୈଳୀ ପାଇଁ ତାଙ୍କୁ ଓଡ଼ିଆ ସଙ୍ଗୀତର ଅନ୍ୟତମ ଶ୍ରେଷ୍ଠ ଗାୟକ ଭାବେ ଗଣନା କରାଯାଏ I 

ତାଙ୍କ ସୁମଧୁର କଣ୍ଠ ଓ ସଙ୍ଗୀତ ପ୍ରତିଭା ଓଡ଼ିଆ ସଙ୍ଗୀତକୁ ଏକ ଭିନ୍ନ ପରିଚୟ ଦେଇଥିଲା। ତାଙ୍କ ଗୀତ ଆଜି ବି ଅନେକ ସଙ୍ଗୀତପ୍ରେମୀଙ୍କ ମନରେ ଅମର ହୋଇ ରହିଛି। 

 ଓଡ଼ିଆ ସଙ୍ଗୀତ ଜଗତରେ ସବୁବେଳେ ସ୍ମରଣୀୟ ହୋଇ ରହିବ।

ପ୍ରଣବ ପଟ୍ଟନାୟକ

  • ଜନ୍ମ: ୨୦ ଜାନୁଆରୀ ୧୯୩୮
  • ପିତା ତଥା ପୂର୍ବତନ ବାଚସ୍ପତି ଲାଲମୋହନ ପଟ୍ଟନାୟକଙ୍କଠାରୁ ପ୍ରେରଣା ପାଇ, ସେ ବାଲ୍ୟକାଳରୁ ହିଁ ସଂଗୀତ ପ୍ରତି ଆକୃଷ୍ଟ ହୋଇଥିଲେ ଓ ଗୁରୁ କୁନାଳ ଆଦୀନାରାୟଣ ରାଓଙ୍କଠାରୁ ସଂଗୀତ ଶିକ୍ଷାଗ୍ରହଣ କରିଥିଲେ ।

ଅଣଚଳଚ୍ଚିତ୍ର ସଙ୍ଗୀତରେ ମଧ୍ଯ ତାଙ୍କର ଗୁରୁତ୍ୱପୂର୍ଣ ଯୋଗଦାନ ରହିଛି। ବେତାର, ଦୂରଦର୍ଶନ ଓ ଆଲବମ ମାଧ୍ୟମରେ ସେ ବହୁ ଭଜନ ଓ ଆଧୁନିକ ସଙ୍ଗୀତ ଓଡ଼ିଆ ଶ୍ରୋତାମାନଙ୍କୁ ଭେଟିଦେଇଛନ୍ତି । ୧୯୯୨ ମସିହାରେ ତାଙ୍କର ପ୍ରଥମ ଗଜଲ ଆଲବମ, ଶବ୍-ଏ-ଗଜଲ ମୁକ୍ତିଲାଭ କରିଥିଲା । ଏହି ଆଲବମରେ ପଣ୍ଡିତ ହରିପ୍ରସାଦ ଚୌରାଶିଆ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଓ ଶ୍ରୀମତି ଦେବକୀ ପଣ୍ଡିତ, ପ୍ରଣବ ପଟ୍ଟନାୟକଙ୍କ ସହିତ କଣ୍ଠଦାନ କରିଥିଲେ । ଦେଶ ବିଦେଶରେ ବହୁ ସ୍ଥାନରେ ସଙ୍ଗୀତ ପରିବେଷଣ କରି ସେ ବହୁ ସମୃଦ୍ଧି ଲାଭ କରିଛନ୍ତି ।

କଥାଟିଏଅରୁନ୍ଧତୀ୧୯୬୭ଶାନ୍ତନୁ ମହାପାତ୍ର
ତୁମେ ଜାଣନା ଜାଣନାକା୧୯୬୬ଭୁବନେଶ୍ୱର ମିଶ୍ର
ମୁଁ ତ କୁଳରୁ ହେଲି, ମୋର ଅନ୍ତର ମନ୍ଦିରେମଲାଜହ୍ନ୧୯୬୫ଅକ୍ଷୟ ମହାନ୍ତି
ନୟନେ ସୁନୟନାସାଧନା୧୯୬୪ବାଳକୃଷ୍ଣ ଦାସ
ନୀଳାଦ୍ରି ବିହାରୀ ହରି, ଏ ରଙ୍ଗ ରହିବ ନାହିଁ, ଅନ୍ତରେ କାନ୍ଦେସୂର୍ଯ୍ୟମୁଖୀ୧୯୬୩ଶାନ୍ତନୁ ମହାପାତ୍ର
ତୁ କି ପରଦେଶୀ, ଚାହେଁନା ଚାହେଁନାଶ୍ରୀ ଲୋକନାଥ୧୯୬୦ବାଳକୃଷ୍ଣ ଦାସ
ବେଦନା ସାଗରମା୧୯୫୯ଭୁବନେଶ୍ୱର ମିଶ୍ର
Share

Leave a Reply