ଜୀବନ ନାଟକ ସାରି ଚାଲିଗଲେ ‘ପ୍ରଣବ ପଟ୍ଟନାୟକ’
1 min read
- ମୃତ୍ୟୁ ବେଳକୁ ପ୍ରଣବ ତାଙ୍କୁ ୮୮ ବର୍ଷ ହୋଇଥିଲା
ଭୁବନେଶ୍ୱର,//TATKAL ODISHA//
ପ୍ରାୟ ପାଞ୍ଚ ଦଶନ୍ଧିରୁ ଅଧିକ ସମୟ ଧରି ନିଜର ସୁମଧୁର ସ୍ୱର ମାଧ୍ୟମରେ ଓଡ଼ିଆ ଚଳଚ୍ଚିତ୍ର ଏବଂ ଆଲବମ ଜଗତକୁ ସମୃଦ୍ଧ କରିଥିବା ସୁନାମଧନ୍ୟ ଓ ବର୍ଷିଆନ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକ ଆଉ ଇହ ଜଗତରେ ନାହାନ୍ତି I ମୃତ୍ୟୁ ବେଳକୁ ତାଙ୍କୁ ୮୮ ବର୍ଷ ବୟସ ହୋଇଥିଲା ।
ଶୁକ୍ରବାର ଭୁବନେଶ୍ୱରସ୍ଥିତ ବାସଭବନରେ ପ୍ରଣବ ପଟ୍ଟନାୟକଙ୍କ ପରଲୋକ ହୋଇଛି। ସଙ୍ଗୀତ ନାଟକ ଏକାଡେମୀ ଓ ରାଜ୍ୟ ଚଳଚିତ୍ର ପୁରସ୍କାର ସେ ପାଇଥିଲେ। ପ୍ରଣବ ପଟ୍ଟନାୟକ ଓଡ଼ିଆ ସଙ୍ଗୀତ ଜଗତର ଜଣେ ଅତ୍ୟନ୍ତ ପରିଚିତ ଓ ଲୋକପ୍ରିୟ କଣ୍ଠଶିଳ୍ପୀ ଥିଲେ।

ଦୀର୍ଘ ବର୍ଷର ସଙ୍ଗୀତ ଯାତ୍ରାରେ ସେ ଅନେକ ଲୋକପ୍ରିୟ ଓ ହିଟ୍ ଓଡ଼ିଆ ଗୀତ ଗାଇ ଶ୍ରୋତାଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛନ୍ତି।
ତାଙ୍କର ଅପୂର୍ବ କଣ୍ଠସ୍ୱର ଏବଂ ଗାୟନ ଶୈଳୀ ପାଇଁ ତାଙ୍କୁ ଓଡ଼ିଆ ସଙ୍ଗୀତର ଅନ୍ୟତମ ଶ୍ରେଷ୍ଠ ଗାୟକ ଭାବେ ଗଣନା କରାଯାଏ I
ତାଙ୍କ ସୁମଧୁର କଣ୍ଠ ଓ ସଙ୍ଗୀତ ପ୍ରତିଭା ଓଡ଼ିଆ ସଙ୍ଗୀତକୁ ଏକ ଭିନ୍ନ ପରିଚୟ ଦେଇଥିଲା। ତାଙ୍କ ଗୀତ ଆଜି ବି ଅନେକ ସଙ୍ଗୀତପ୍ରେମୀଙ୍କ ମନରେ ଅମର ହୋଇ ରହିଛି।
ଓଡ଼ିଆ ସଙ୍ଗୀତ ଜଗତରେ ସବୁବେଳେ ସ୍ମରଣୀୟ ହୋଇ ରହିବ।

ପ୍ରଣବ ପଟ୍ଟନାୟକ
- ଜନ୍ମ: ୨୦ ଜାନୁଆରୀ ୧୯୩୮
- ପିତା ତଥା ପୂର୍ବତନ ବାଚସ୍ପତି ଲାଲମୋହନ ପଟ୍ଟନାୟକଙ୍କଠାରୁ ପ୍ରେରଣା ପାଇ, ସେ ବାଲ୍ୟକାଳରୁ ହିଁ ସଂଗୀତ ପ୍ରତି ଆକୃଷ୍ଟ ହୋଇଥିଲେ ଓ ଗୁରୁ କୁନାଳ ଆଦୀନାରାୟଣ ରାଓଙ୍କଠାରୁ ସଂଗୀତ ଶିକ୍ଷାଗ୍ରହଣ କରିଥିଲେ ।
- ୧୯୫୮ ମସିହାରେ,ଭୁବନେଶ୍ୱର ମିଶ୍ରଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ନିର୍ମିତ ଚଳଚ୍ଚିତ୍ର ମା’ରେ ସେ ପ୍ରଥମ ଥର ପାଇଁ ଗାଇବାର ସୁଯୋଗ ପାଇଥିଲେ । ଶ୍ରୀ ଲୋକନାଥ, ସୂର୍ଯ୍ୟମୁଖୀ, ସିନ୍ଦୂର ବିନ୍ଦୁ, ଶେଷ ଶ୍ରାବଣ, ଚିହ୍ନା ଅଚିହ୍ନା, ବତୀଘର ଆଦି ଚଳଚ୍ଚିତ୍ର ତାଙ୍କୁ ଲୋକପ୍ରିୟତାର ଶିଖରରେ ପହଞ୍ଛାଇ ପାରିଥିଲା । ଚଳଚ୍ଚିତ୍ର ଜୀବନରେ ସେ ବହୁ ଜାତୀୟସ୍ଥରର କଳାକାରମାନଙ୍କ ସହ କାମ କରିବାର ସୁଯୋଗ ପାଇଛନ୍ତି । ସେମାନଙ୍କ ମଧ୍ୟରେ ଭୁପିନ୍ଦର ସିଂହ, ନିର୍ମଳା ମିଶ୍ର, ଉଷା ମଙ୍ଗେସକର, ବାଣୀ ଜୟରାମ, ଏସ. ଜାନକୀ ପ୍ରମୁଖ ଅନ୍ୟତମ । ପ୍ରାୟ ୨୦୦ ଓଡ଼ିଆ ଚଳଚ୍ଚିତ୍ରରେ ସେ କଣ୍ଠଦାନ କରିସାରିଛନ୍ତି ।
ଅଣଚଳଚ୍ଚିତ୍ର ସଙ୍ଗୀତରେ ମଧ୍ଯ ତାଙ୍କର ଗୁରୁତ୍ୱପୂର୍ଣ ଯୋଗଦାନ ରହିଛି। ବେତାର, ଦୂରଦର୍ଶନ ଓ ଆଲବମ ମାଧ୍ୟମରେ ସେ ବହୁ ଭଜନ ଓ ଆଧୁନିକ ସଙ୍ଗୀତ ଓଡ଼ିଆ ଶ୍ରୋତାମାନଙ୍କୁ ଭେଟିଦେଇଛନ୍ତି । ୧୯୯୨ ମସିହାରେ ତାଙ୍କର ପ୍ରଥମ ଗଜଲ ଆଲବମ, ଶବ୍-ଏ-ଗଜଲ ମୁକ୍ତିଲାଭ କରିଥିଲା । ଏହି ଆଲବମରେ ପଣ୍ଡିତ ହରିପ୍ରସାଦ ଚୌରାଶିଆ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଓ ଶ୍ରୀମତି ଦେବକୀ ପଣ୍ଡିତ, ପ୍ରଣବ ପଟ୍ଟନାୟକଙ୍କ ସହିତ କଣ୍ଠଦାନ କରିଥିଲେ । ଦେଶ ବିଦେଶରେ ବହୁ ସ୍ଥାନରେ ସଙ୍ଗୀତ ପରିବେଷଣ କରି ସେ ବହୁ ସମୃଦ୍ଧି ଲାଭ କରିଛନ୍ତି ।
| କଥାଟିଏ | ଅରୁନ୍ଧତୀ | ୧୯୬୭ | ଶାନ୍ତନୁ ମହାପାତ୍ର |
| ତୁମେ ଜାଣନା ଜାଣନା | କା | ୧୯୬୬ | ଭୁବନେଶ୍ୱର ମିଶ୍ର |
| ମୁଁ ତ କୁଳରୁ ହେଲି, ମୋର ଅନ୍ତର ମନ୍ଦିରେ | ମଲାଜହ୍ନ | ୧୯୬୫ | ଅକ୍ଷୟ ମହାନ୍ତି |
| ନୟନେ ସୁନୟନା | ସାଧନା | ୧୯୬୪ | ବାଳକୃଷ୍ଣ ଦାସ |
| ନୀଳାଦ୍ରି ବିହାରୀ ହରି, ଏ ରଙ୍ଗ ରହିବ ନାହିଁ, ଅନ୍ତରେ କାନ୍ଦେ | ସୂର୍ଯ୍ୟମୁଖୀ | ୧୯୬୩ | ଶାନ୍ତନୁ ମହାପାତ୍ର |
| ତୁ କି ପରଦେଶୀ, ଚାହେଁନା ଚାହେଁନା | ଶ୍ରୀ ଲୋକନାଥ | ୧୯୬୦ | ବାଳକୃଷ୍ଣ ଦାସ |
| ବେଦନା ସାଗର | ମା | ୧୯୫୯ | ଭୁବନେଶ୍ୱର ମିଶ୍ର |
