ବାଗ୍ମୀ ଗଣିତଜ୍ଞ ପ୍ରଫେସର୍ ଗୋକୁଳାନନ୍ଦ ଦାସଙ୍କ ପୁଣ୍ୟ ତିଥିରେ ସୃଜନୀର ବିନୀତ ଶ୍ରଦ୍ଧାଞ୍ଜଳି
1 min read
ଚେନ୍ନାଇ, ଭୁବନେଶ୍ୱର,//TATKAL ODISHA//
ସୃଜନୀ ପରିବାର,ଚେନ୍ନାଇ ଆନୁକୂଲ୍ୟରେ ବିଶିଷ୍ଟ ଗଣିତଜ୍ଞ ତଥା ଉତ୍କଳ ବିଶ୍ୱବିଦ୍ୟାଳୟ ପୂର୍ବତନ କୁଳପତି ପ୍ରଫେସର୍ ଗୋକୁଳାନନ୍ଦ ଦାସଙ୍କ ପ୍ରଥମ ଶ୍ରାଦ୍ଧ ଦିବସ ଉପଲକ୍ଷେ ଆୟୋଜିତ ସ୍ମୃତି-ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ବରେଣ୍ୟ ଅତିଥି ତଥା ଆଲୋଚକଙ୍କ ଉପସ୍ଥିତିରେ ଆଭାସୀ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି I
ନବରଙ୍ଗପୁର କଲେଜର ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫେସର୍ ରାଧାନାଥ ବେହେରା ବିଶିଷ୍ଟ ଗଣିତଜ୍ଞ ତଥା ପୂର୍ବତନ କୁଳପତି “ପ୍ରଫେସର୍ ଗୋକୁଳାନନ୍ଦ ଦାସ ସ୍ମାରକୀ ସମିତି” ସଭାମୁଖ୍ୟ ରୂପେ ଯୋଗଦେଇ ଆଭାସୀ କାର୍ଯ୍ୟକ୍ରମର ସମ୍ପୂର୍ଣ୍ଣ ତତ୍ତ୍ୱାବଧାନତା ନେବା ସହ ନିଜର ଉଦ୍ଘାଟନୀ ଅଭିଭାଷଣରେ ନିଜ ଛାତ୍ର ଜୀବନରେ କିପରି ପ୍ରଫେସର୍ ଗୋକୁଳାନନ୍ଦ ଦାସଙ୍କ ଦ୍ୱାରା ଅନୁପ୍ରାଣିତ ହୋଇଥିଲେ ସେ ପ୍ରସଙ୍ଗରେ ନିଜସ୍ୱ ଅବିବ୍ୟକ୍ତି ପ୍ରଦାନ କରିବା ସହ ବିନୀତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ I

ଭବ୍ୟ ସଭାରେ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର ପୂର୍ବତନ କୂଳପତି ପ୍ରଫେସର୍ ଡକ୍ଟର ସୁଦର୍ଶନ ନନ୍ଦ,ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରାକ୍ତନ ପ୍ରଫେସର୍ ଡକ୍ଟର ବିରେନ୍ଦ୍ର ନାୟକ,ସୁନାମଧନ୍ୟା କଣ୍ଠଶିଳ୍ପୀ ତଥା ବାଣୀବିହାର ଗଣିତ ବିଭାଗୀୟ ମୁଖ୍ୟ ପ୍ରଫେସର୍ ଡକ୍ଟର ଅନୁସୟା ନାଥ,ଗଣିତ ପ୍ରତିଷ୍ଠାନର ନିର୍ଦ୍ଦେଶକ ପ୍ରଫେସର୍ ଡକ୍ଟର ଯଶୋବନ୍ତ ଜେନା, ଉତ୍କଳ ବିଶ୍ୱବିଦ୍ୟାଳୟ ସ୍ଥିତ ପ୍ରାକ୍ତନ ନୃତତ୍ତ୍ୱ ବିଭାଗ ମୁଖ୍ୟ ପ୍ରଫେସର୍ କିଶୋର ବସା ଏବଂ ଅଭିନବ ଗଣିତ ବିଚିତ୍ରା ର ସମ୍ପାଦକ ପ୍ରଫେସର୍ ନୀଳାମ୍ବର ବିଶ୍ୱାଳ ଆଦି ଉପସ୍ଥିତ ରହି ବିଶିଷ୍ଟ ଗଣିତଜ୍ଞ ତଥା ଉତ୍କଳ ବିଶ୍ୱବିଦ୍ୟାଳୟ ପୂର୍ବତନ କୁଳପତି ପ୍ରଫେସର୍ ଗୋକୁଳାନନ୍ଦ ଦାସଙ୍କ ଶିକ୍ଷାଦାନ ପ୍ରଣାଳୀ ଓ ଗଣିତ ଗବେଷଣା ଉପରେ ନିଜସ୍ୱ ଅଭିବ୍ୟକ୍ତି ପ୍ରଦାନ କରିବା ସହ ଛାତ୍ରବତ୍ସଳ ଗୁରୁଙ୍କୁ ନିଜସ୍ୱ ଭାବପୂର୍ଣ୍ଣ ସ୍ମୃତି-ଶ୍ରଦ୍ଧାଞ୍ଜଳି ଅର୍ପିତ କରିଥଲେ I
ପ୍ରଫେସର୍ ଗୋକୁଳାନନ୍ଦ ଦାସଙ୍କ ଧର୍ମପତ୍ନୀ ନୀନା ଦାସ ମହାନ୍ତିଙ୍କ ସହ ସମସ୍ତ ପରିବାର ବର୍ଗ ତଥା ପୁତ୍ର,ପୁତ୍ର ବଧୂ,ଝିଅ ,ଜ୍ୱାଇଁ ସହ ସମସ୍ତ ବନ୍ଧୁ ପରିଜନ ଭବ୍ୟ ଆଭାସୀ ସଭାରେ ଉପସ୍ଥିତ ରହି ପ୍ରଫେସର୍ ଗୋକୁଳାନନ୍ଦ ଦାସଙ୍କ ପ୍ରତି ଭାବପୂର୍ଣ୍ଣ ସ୍ମୃତି-ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥଲେ I
ସୃଜନୀ ପରିବାରର ସଂପାଦକ ଅଶୋକ କୁମାର ସାମନ୍ତ ଅତିଥି ପରିଚୟ ପ୍ରଦାନ ସହ ସଭାର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ସୃଜନୀ ପରିବାରର ମୁଖ୍ୟ ଉପଦେଷ୍ଟା ତଥା ଅବସରପ୍ରାପ୍ତ ଆଇ ଏଫ୍ ଏସ୍ ଶ୍ରୀଯୁକ୍ତ ଆଶୁତୋଷ ସାମନ୍ତସିଂହାର, ଉପଦେଷ୍ଟା ପ୍ରଫେସର୍ ଗୋଦାବରୀଶ ମିଶ୍ର ଏବଂ ସୃଜନୀର ଅନ୍ୟତମ ଉପଦେଷ୍ଟା ତଥା ସାରସ୍ୱତ ସାଧିକା ଡକ୍ଟର ବାସନ୍ତୀ ମହାନ୍ତି ଙ୍କ ସହ ସୁଦୂର ଆମେରିକାରେ ଅବସ୍ଥାପିତ କରୁଥିବା ବହୁ ମାନ୍ୟଗଣ୍ୟ ସୁଧୀ ତଥା ବିଦ୍ୱାନଙ୍କ ଭବ୍ୟ ଉପସ୍ଥିତି ସଭାକୁ ମହିମା ମଣ୍ଡିତ କରିଥିଲା I

ପ୍ରସାରଭାରତୀର କଣ୍ଠଶିଳ୍ପୀ ବିଦ୍ୟୁତପ୍ରଭା ପଟ୍ଟନାୟକଙ୍କ ପ୍ରାରମ୍ଭିକ ସଂଗୀତ ପରିବେଷଣ କରିଥିଲେ I ସୃଜନୀର କାର୍ଯ୍ୟକ୍ରମ ନିର୍ଦ୍ଦେଶକ ତଥା “ସମଦୃଷ୍ଟି” ପତ୍ରିକାର ସମ୍ପାଦକ ଶ୍ରୀଯୁକ୍ତ ବିଘ୍ନେଶ୍ଵର ସାହୁ ଏବଂ ସଭା ଆୟୋଜିକା ତଥା ପ୍ରଫେସର୍ ଦାସଙ୍କ ଝିଆରୀ ଡକ୍ଟର ରଶ୍ମି ଦାସ ମହାନ୍ତି ସଭା ସଂଚାଳନ କରିବା ସହ ପ୍ରଫେସର୍ ଦାସ ମହୋଦୟଙ୍କ ପ୍ରତି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ I
ସୃଜନୀର ସମ୍ପାଦକ ଅଶୋକ ସାମନ୍ତଙ୍କ ଧନ୍ୟବାଦାର୍ପଣ ବକ୍ତବ୍ୟରେ ପ୍ରଫେସର୍ ଗୋକୁଳାନନ୍ଦ ଦାସ ଙ୍କ ଅବର୍ତ୍ତମାନରେ ଆମେ କିପରି ତାଙ୍କୁ ଯଶୋଦେହରେ ବଂଚେଇ ରଖିପାରିବ ଏହି ମତ ସହ ସଭା ସାଙ୍ଗ ହୋଇଥିଲା I
