ଆରପାରିରେ ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ୍ ମଜୁମଦାର
1 min read
- ଭୁବନେଶ୍ୱର, କଟକ//TATKAL ODISHA//
ବହୁ ଫିଲ୍ମର ହିଟ ଗୀତ ଦେଇଥିବା ଓଲିଉଡର ସୁପ୍ରସିଦ୍ଧ ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାରଙ୍କ ଆଉ ଇହ ଜଗତରେ ନାହାନ୍ତି । ଲିଭର ଜନିତ ରୋଗରେ ପୀଡିତ ହୋଇ ସେ ପରଲୋକ ଗମନ କରିଛନ୍ତି I ମୃତ୍ୟୁ ବେଳକୁ ତାଙ୍କୁ ୫୬ ହୋଇଥିଲା I
୧୯୯୧ରେ ସଂଗୀତ କ୍ୟାରିଅର ଆରମ୍ଭ କରିଥିଲେ ସ୍ବର୍ଗତ ଅଭିଜତ I
ସେପ୍ଟେମ୍ବର ୨୦୨୫ରେ ସ୍ବର୍ଗତ ମଜୁମଦାରଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ଏମ୍ସରେ ଭର୍ତ୍ତି ହୋଇଥିଲେ। ଅକ୍ଟୋବର ୨୩ରୁ ସେ ICUରୁ ବାହାରି ଜେନେରାଲ ମେଡିସିନ ୱାର୍ଡରେ ଚିକିତ୍ସିତ ହେଉଥିଲେ।
ଲିଭର ସଂକ୍ରମଣରେ ଗୁରୁତର ହୋଇ ଅଭିଜିତ ମେଡିକାଲରେ ଭର୍ତ୍ତି ହୋଇଥିଲେ। ଏକାଧିକ ରୋଗରେ ସଂକ୍ରମଣ ହୋଇ ସେ କୋମାରେ ତ ଥିଲେ, ପରେ ହସ୍ପିଟାଲରୁ ସୁସ୍ଥ ହୋଇ ଘରକୁ ଫେରିଥିଲେ।
ତାଙ୍କ ସ୍ବାସ୍ଥ୍ୟାବସ୍ଥା ଅଧିକ ବିଗିଡିବାରୁ ପୁଣି ଶନିବାର ରାତିରେ ତାଙ୍କୁ ପ୍ରଥମେ କଟକ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏହା ପରେ ତାଙ୍କୁ ଭୁବନେଶ୍ବର ସ୍ଥିତ ଏମ୍ସରେ ଭର୍ତ୍ତି କରାଯାଇଥିଲା। ସେଠାରେ ସେ ସମସ୍ତଙ୍କୁ ଛାଡ଼ି ଚାଲିଯାଇଛନ୍ତି I
