tatkalodisha.in

ସତ୍ୟ.. ନିରପେକ୍ଷ.. ତତ୍କାଳ

ବିଶ୍ୱବିଜୟୀ ହେଲା ପୁଣି ‘ଭାରତ’: ଇତିହାସ ରଚିଲେ ମହିଳା କ୍ରିକେଟ ଟିମ

1 min read
  • ମହିଳା କ୍ରିକେଟ ଟିମ ସାଉଥ ଆଫ୍ରିକାକୁ ହରାଇ ହାତେଇଛି ବିଶ୍ୱ କପ

ନୂଆଦିଲ୍ଲୀ//TATKAL ODISHA//

ବିଶ୍ୱବିଜୟୀ ହୋଇଛି ପୁଣି ‘ଭାରତ’ I ଏଥର ମହିଳା କ୍ରିକେଟ ଟିମ କମାଲ ଦେଖାଇଛନ୍ତି I ସାଉଥ ଆଫ୍ରିକାକୁ ହରାଇ ଭାରତୀୟ ଟିମ ବିଶ୍ୱ କପ ହାସଲ କରିଛି I

ମହିଳା ବିଶ୍ୱକପ କ୍ରିକେଟ ଫାଇନାଲରେ ଭାରତ ୫୨ ରନରେ ଦକ୍ଷିଣ ଆଫ୍ରିକାକୁ ହରାଇ  ଇତିହାସ ରଚିଛି I ପ୍ରଥମ ଥର ପାଇଁ ଏହି ଟାଇଟଲ ହାସଲ କରିଛି । ପୂର୍ବରୁ ଭାରତ ୨ ଥର ଫାଇନାଲରେ ପ୍ରବେଶ କରିଥିଲେ ହେଁ ଟାଇଟଲ ହାସଲ କରିପାରି ନ ଥିଲେ ।

ମୁମ୍ବାଇରେ ଅନୁଷ୍ଠିତ ଏହି ମ୍ୟାଚ ରୋମାଞ୍ଚ କର ଥିଲା I

ଭାରତୀୟ ସଫଳ ବୋଲର ଦୀପ୍ତି ଶର୍ମା ୫ଟି ୱିକେଟ ସାଉଥ ଆଫ୍ରିକାର ମେରୁଦଣ୍ଡ ଭାଙ୍ଗି ଦେଇଥିଲେ। ସେହିପରି ଶେଫାଳୀ ବର୍ମା ୨ଟି ଓ ଶ୍ରୀଚରଣ ଗୋଟିଏ ୱିକେଟ ଅକ୍ତିଆର କରିଥିଲେ ।

 ପ୍ରଥମେ ବ୍ୟାଟିଂ କରି ଭାରତ ୭ ୱିକେଟ ବିନିମୟରେ ୨୯୮ ରନ କରିଥିଲା । ସ୍ମୃତି ମାନ୍ଧନା ୪୫, ଶେଫାଳୀ ବର୍ମା ୮୭, ଜେମିମା ରୋଡ୍ରିଗ୍ୟୁଜ ୨୪, ହରମନପ୍ରୀତ କୌର ୨୦, ଦୀପ୍ତି ଶର୍ମା ୫୮ ଓ ରିଚା ଘୋଷ ୩୪ ରନର ଇନିଂସ ଖେଳିଥିଲେ । 

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସ୍ୱାଗତ

Share

Leave a Reply