tatkalodisha.in

ସତ୍ୟ.. ନିରପେକ୍ଷ.. ତତ୍କାଳ

କିଏ ସେ ମନ୍ତ୍ରୀ? ବିଜେପିରେ ଦେହ..କଂଗ୍ରେସରେ ପ୍ରାଣ

1 min read

  • ନିୟମକୁ ମାଡ଼ି ମକଚି କଂଗ୍ରେସ ନେତାଙ୍କୁ  ଅନୁକମ୍ପା
  • କୋଟି କୋଟି ଟଙ୍କାର ଟେଣ୍ଡର କାର୍ଯ୍ୟ ଦେଇଛନ୍ତି
  • ରାକେଟରେ ଜଣେ ଅଣ ଓଡ଼ିଆ ବଡ଼ ବାବୁ ସମ୍ପୃକ୍ତ

ଭୁବନେଶ୍ୱର//TATKAL ODISHA//

//INVESTIGATION //

ଓଡ଼ିଶାରେ ଦେଖିବାକୁ ମିଳିଛି ଏକ ବିଚିତ୍ର ସଂଯୋଗ । ଜନୈକ ରାଜ୍ୟର କଂଗ୍ରେସ ନେତା ପ୍ରତିଦିନ ସନ୍ଧ୍ୟାରେ ବିଭିନ୍ନ ଅପଶବ୍ଦ ବ୍ୟବହାର କରି ବିଭିନ୍ନ ଟିଭି ଚ୍ୟାନେଲରେ ଗାଳି ବର୍ଷଣ କରିଚାଲିଛନ୍ତି । ଏକଥା ସ୍ଵାଭାବିକ I କାରଣ ରାଜ୍ୟଠୁ ଜାତୀୟସ୍ତର ପର୍ଯ୍ୟନ୍ତ କଂଗ୍ରେସ ଏବଂ ବିଜେପି ମଧ୍ୟରେ ରାଜନୈତିକ ଶତ୍ରୁତା ରହିଛି । 

କିନ୍ତୁ ମୋହନ ସରକାରରେ ଜଣେ ମନ୍ତ୍ରୀଙ୍କର ଏଥିରେ ଯାଏଆସେ କିଛି ନାହିଁ I ସମୟ ଓ ସୁଯୋଗ ଦେଖି କଂଗ୍ରେସ ମିତ୍ରଙ୍କ ସହ ମିଶି ବେଶ ହାତ ଚିକ୍କଣ କରିବାରେ ସେ ବ୍ୟସ୍ତ I

 ମନ୍ତ୍ରୀଙ୍କ ବିଭାଗରେ ସେଇ ଗାଳି ଦେଉଥିବା କଂଗ୍ରେସ ନେତା ନିଜ ସଂସ୍ଥା ନାଁରେ କୋଟି କୋଟି ଟଙ୍କାର ସରକାରୀ ‘କଣ୍ଟ୍ରାକ୍ଟ’ ହାତେଇଛନ୍ତି I ଶୁଣିଲେ ଆଶ୍ଚର୍ଯ୍ୟ ଲାଗିପାରେ, ହେଲେ କଥାଟି ଶତ ପ୍ରତିଶତ ସତ।  

  TATKAL ODISHA ମନ୍ତ୍ରୀଙ୍କ କେଳେଙ୍କାରୀ ଉପରେ ଭିତିରିଆ ଅନୁସନ୍ଧାନ କରିଛି I ‘ଆଳୁ ଖୋଳୁ ଖୋଳୁ ମହାଦେବ ଦର୍ଶନ’ ଭଳି ଗୋଟିଏ ପରେ ଗୋଟିଏ କଳା କାରନାମାର ଲମ୍ବା ତାଲିକା ଜାଣିବାକୁ ମିଳିଛି I କାରଣ, ମନ୍ତ୍ରୀଙ୍କ ଉପରେ କିଛି ଅଙ୍କୁଶ ନ ଥିବାରୁ ସେ – “ପାଣ୍ଡବରେ ଖାଅ.. କୁରୁରେ ଗାଅ” ନୀତି ଆପଣେଇଛନ୍ତି  I 

ଆମେ ଏହି ସଂଯୋଗର ରହସ୍ୟ ଖୋଜିବାକୁ ଚେଷ୍ଟା କରି କିଛିଟା ସଫଳ ହୋଇଛୁ I ଜାଣିବାକୁ ପାଇଲୁ ଯେ’ ମନ୍ତ୍ରୀ ମହାଶୟ ବିଜେପି ଦଳରୁ ସବୁ ସୁବିଧା ପାଇ ବି ନିଜର ପୂର୍ବ ସମ୍ପର୍କ (କଂଗ୍ରେସ ସହ ) ଛିନ୍ନ କରି ପାରି ନାହାନ୍ତି I କାରଣ, ସେ ଜଣେ ଆମଦାନୀ କରା ବିଜେପି ନେତା,ବାସ୍ତବରେ ସେ କଂଗ୍ରେସରୁ ଆମଦାନୀ ହୋଇ ବିଜେପିକୁ ଆସିଛନ୍ତି I  ସେଥିପାଇଁ ସେ ତାଙ୍କର ପୁରୁଣା କଂଗ୍ରେସ ସେଟିଂ ଉପରେ ତାଙ୍କର ଭରସା ଅଧିକ I ସେଇ ସେଟିଂରେ ତାଙ୍କର ଦୋକାନ ଚାଲିଛି । ଶୁଣିଲେ ଯେତିକି ରୋଚକପୂର୍ଣ୍ଣ, ଦଳ ପାଇଁ ସେତିକି ମାରାତ୍ମକ ମଧ୍ୟ I 

ଏଭଳି ଦଳ ଦ୍ରୋହୀ ହାତ ଚିକ୍କଣ କରୁଥିବା ମନ୍ତ୍ରୀ ଜଣକ କିଏ? ତାଙ୍କର ନାଁ କଣ? 

ତାହା ଆମେ ପ୍ରକାଶ କରୁ ନାହୁଁ I ଇଙ୍ଗିତରେ ବୁଝାଇ ଦେଇଛୁ I ତଦନ୍ତ କଲେ ସବୁ ଗୁମର ଖୋଲିଯିବ I ମନ୍ତ୍ରୀଙ୍କ ଘର ଦକ୍ଷିଣ ଓଡ଼ିଶାରେ ...

“ନୂଆପଡ଼ା ଉପନିର୍ବାଚନରେ ସମ୍ପୃକ୍ତ ମନ୍ତ୍ରୀ ମହୋଦୟ ପ୍ରଚାରେ ଭାରି ବ୍ୟସ୍ତ.. ହେଲେ ସେ କେଉଁ ଦଳ ପାଇଁ କାର୍ଯ୍ୟ କରୁଛନ୍ତି ତାହା ଏବେ ବଡ଼ ପ୍ରଶ୍ନ”

 ମହାଶୟଙ୍କ ହାତରେ ଦୁଇଟି ଦୁଧିଆଳୀ ବିଭାଗ ରହିଛି I ସବୁ କାର୍ଯ୍ୟ ସେ ନିଜେ ତଦାରଖ କରୁଛନ୍ତି I ନିଜେ ଗୋଟିଏ କୋଟେରୀ ଗୋଷ୍ଠୀ କରିଛନ୍ତି I ରାକେଟରେ ଜଣେ ଅଣ ଓଡ଼ିଆ ବଡ଼ ବାବୁ(ଲୋକ ସେବା ଭବନ) ଏବଂ ଜଣେ ଅଧସ୍ତନ ସାନ ଅଧିକାରୀ(କଟକ) ସମ୍ପୃକ୍ତ  I ସେମିତି ଆଉ ଦୁଇ ଜଣଙ୍କ ଭିତରେ ମନ୍ତ୍ରୀଙ୍କ ପିଏସ ଓ ଜଣେ ଏଏସଓ ଏଥିରେ ସାମିଲ ଥିବା ଅଭିଯୋଗ ହୋଇଛି I

  • ମନ୍ତ୍ରୀ ଅଧିନସ୍ତ ଗୋଟିଏ ବିଭାଗର ଏଇ ନିକଟରେ ଗୁରୁତ୍ୱପୂର୍ଣ୍ଣ “ଇଭେଣ୍ଟର ଟେଣ୍ଡର” ଆହ୍ୱାନ କରାଯାଇଥିଲା I ରାଜ୍ୟର ବହୁ ଅଭିଜ୍ଞତା ସମ୍ପନ୍ନ ସଂସ୍ଥା ଏଥିରେ ଯୋଗଦାନ କରିଥିଲେ। କ୍ୟୁସିବିଏସ (QCBS) ପଦ୍ଧତିରେ ଟେଣ୍ଡର ଡକାଯାଇଥିଲା I ନିୟମାନୁସାରେ କାର୍ଯ୍ୟ ଯୋଗ୍ୟ ସଂସ୍ଥାକୁ ମିଳିବା କଥା।କିନ୍ତୁ ତାହା ହେଲାନାହିଁ I ଆଶ୍ଚର୍ଯ୍ୟ ଜନକ ଭାବରେ ଏଭେଣ୍ଟ  କାର୍ଯ୍ୟ ସହ କୌଣସି ପୂର୍ବ ଅଭିଜ୍ଞତା ନ ଥିବା ରାଜ୍ୟର ଏକ ପ୍ରମୁଖ  ‘ସିକ୍ୟୁରିଟି ସଂସ୍ଥା’କୁ ଏହି କାର୍ଯ୍ୟଟି ମିଳିଛି। ମନ୍ତ୍ରୀ ସବୁ ନିୟମକୁ ଜଳାଞ୍ଜଳି ଦେଇ ଏହି କେଳେଙ୍କାରୀ କରିଛନ୍ତି I 

ମନ୍ତ୍ରୀ କେବଳ ‘ରାଧେ.. ରାଧେ.. ଅଧେ.. ଅଧେ’ ନିୟମକୁ ଗୁରୁତ୍ୱ ଦେଇଥିବା ପାୱାର କରିଡରରେ ଚର୍ଚ୍ଚା ଜୋର ଧରିଛି I

 ଅନୁସନ୍ଧାନରୁ ଜଣାପଡ଼ିଛି ଯେ, ଟେଣ୍ଡର ହାତେଇଥିବା ଉକ୍ତ ସଂସ୍ଥାର ମାଲିକ ଜଣେ ପ୍ରତିଷ୍ଠିତ କଂଗ୍ରେସ ନେତା।  ଫର୍ଜି ଅଭିଜ୍ଞତା ପ୍ରମାଣପତ୍ର ଦେଇ କାର୍ଯ୍ୟ ହାତକୁ ନେଇଛନ୍ତି। 

ଅଭିଯୋଗ ହେଉଛି ଯେ’ ଉକ୍ତ ସଂସ୍ଥାର ଇଭେଣ୍ଟ ସମ୍ପର୍କରେ କୌଣସି ପୂର୍ବ ଅଭିଜ୍ଞତା ନ ଥାଇ ବି କେମିତି ଓ କେଉଁ ନିୟମରେ କାର୍ଯ୍ୟ ପାଇଁ ମନ୍ତ୍ରୀ ଅନୁମତି ଦେଲେ, ତାହା ବଡ଼ ପ୍ରଶ୍ନ I

  ତେଣୁ, ଲୋକଙ୍କ ସରକାର “ମୋହନ ସରକାର” ତୁରନ୍ତ ବିଧିବଦ୍ଧ ଅନୁସନ୍ଧାନ କରିବା ଜରୁରୀ I ତାହା କଲେ ସବୁ ରହସ୍ୟ ଉନ୍ମୋଚନ ହେବ ଏବଂ ମନ୍ତ୍ରୀଙ୍କ ଅସଲ ଚେହରା ପଦାରେ ପଡ଼ିବ ବୋଲି ସଚେତକ ମହଲରେ ଦାବି ହୋଇଛି।(କ୍ରମଶଃ)

Share

Leave a Reply