03/09/2026

tatkalodisha.in

ସତ୍ୟ.. ନିରପେକ୍ଷ.. ତତ୍କାଳ

ଏଥେନ୍ସ ଟୁର୍ଣ୍ଣାମେଣ୍ଟରେ ଭାରତ ପାଇଁ ପଦକ ଆଣିଲେ ଜିନ୍ଦଲ ସ୍ପୋର୍ଟସ ହଷ୍ଟେଲର ୨ କ୍ରୀଡ଼ାବିତ

1 min read

  • ଶିବାନୀଙ୍କୁ ସ୍ୱର୍ଣ୍ଣ ଓ ମଞ୍ଜୁଙ୍କୁ ରୌପ୍ୟ
  • ଯୋଡ଼ା,/TATKAL ODISHA//

 ଏଥେନ୍ସ ଆକ୍ରୋପଲିସ ଅନ୍ତର୍ଜାତୀୟ ଉସୁ ଓପନ ଟୁର୍ଣ୍ଣାମେଣ୍ଟରେ ଚମତ୍କାର ପ୍ରଦର୍ଶନ କରି ଭାରତ ପାଇଁ ପଦକ ଜିତିଛନ୍ତି ବଡ଼ବିଲ ଜିନ୍ଦଲ ସ୍ପୋର୍ଟ୍ସ ହଷ୍ଚେଲର ଦୁଇ କ୍ରୀଡ଼ାବିତ। ଏଥିରେ ୧୪ ବର୍ଷରୁ କମ ୩୯ କେଜି ବର୍ଗରେ ଶିବାନୀ ମୁଣ୍ଡା ଫ୍ରାନ୍ସର ପ୍ରତିଯୋଗୀଙ୍କୁ ହରାଇ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ସେହିପରି ୪୮ କେଜି ବରିଷ୍ଠ ମହିଳା ବର୍ଗରେ ମଞ୍ଜୁ ମୁଣ୍ଡା ରୌପ୍ୟ ପଦକ ଜିତିଛନ୍ତି।

 କେନ୍ଦୁଝର ଜିଲ୍ଲା ଉସୁ ଆସୋସିଏସନ ଏବଂ ଉସୁ ଆସୋସିଏସନ ଅଫ୍ ଓଡ଼ିଶା ସହଭାଗିତାରେ ଜିନ୍ଦଲ ଷ୍ଟିଲର ସାମାଜିକ ସଂସ୍ଥା ଜିନ୍ଦଲ ଫାଉଣ୍ଡେସନ ପକ୍ଷରୁ ଉସୁକୁ ପ୍ରୋତ୍ସାହିତ କରାଯାଉଛି।

 ଜିନ୍ଦଲ ଫାଉଣ୍ଡେସନର ଅଧ୍ୟକ୍ଷା ଶାଲୁ ଜିନ୍ଦଲଙ୍କ ନେତୃତ୍ୱରେ ଜିନ୍ଦଲ ଷ୍ଟିଲର ସାମାଜିକ ସଂସ୍ଥା ଜିନ୍ଦଲ ଫାଉଣ୍ଡେସନର ପ୍ରୋତ୍ସାହନରେ ସୋୟାବାଲିରେ ଏକ ସ୍ପୋର୍ଟସ ହଷ୍ଟେଲ ପ୍ରତିଷ୍ଠିତ ହୋଇଛି। ୬୦ ଶଯ୍ୟା ବିଶିଷ୍ଟ ଏହି ହଷ୍ଟେଲରେ ପିଲା ରହି ପାଠ ପଢ଼ିବା ସହ ତାଲିମ ନେଉଛନ୍ତି। ଉଭୟ ଶିକ୍ଷା ଓ କ୍ରୀଡ଼ାରେ ଉତ୍କର୍ଷ ପାଇଁ ଫାଉଣ୍ଡେସନ ପକ୍ଷରୁ ସମସ୍ତ ସୁବିଧା ସୁଯୋଗ ଦିଆଯାଉଛି।

 ସେହିପରି କେନ୍ଦୁଝର ଜିଲ୍ଲା ସିଆଲିଯୋଡ଼ାଠାରେ ଉନ୍ନତମାନର ଉସୁ ପ୍ରଶିକ୍ଷଣ କେନ୍ଦ୍ର ମଧ୍ୟ ଖୋଲିଛି। ଏଠାରେ ୩୫୦ଜଣ ଯୁବକ ଯୁବତୀ ପ୍ରଶିକ୍ଷଣ ନେଉଛନ୍ତି।

 ଜିନ୍ଦଲ ଷ୍ଟିଲର ଅଧ୍ୟକ୍ଷ ତଥା ମାନ୍ୟବର କୁରୁକ୍ଷେତ୍ର ସାଂସଦ ଶ୍ରୀ ନବୀନ ଜିନ୍ଦଲଙ୍କ ମାର୍ଗଦର୍ଶନ ଓ ଜିନ୍ଦଲ ଫାଉଣ୍ଡେସନର ଅଧ୍ୟକ୍ଷା ଶ୍ରୀମତୀ ଶାଲୁ ଜିନ୍ଦଲଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଫାଉଣ୍ଡେସନ ସ୍ଥାନୀୟ ଅଞ୍ଚଳର ପ୍ରତିଭାଙ୍କ ଅନ୍ୱେଷଣଠାରୁ ଆରମ୍ଭ କରି ସେମାନଙ୍କ ସାମଗ୍ରିକ ବିକାଶ କ୍ଷେତ୍ରରେ ନିରନ୍ତର ଭାବେ କାର୍ଯ୍ୟ କରିଆସୁଛି। କଠିନ ପରିଶ୍ରମ, ନିଷ୍ଠା ଓ ପ୍ରୋତ୍ସାହନ ଯୋଗୁ ଆଜି ଏହି ଗ୍ରାମୀଣ ଅଞ୍ଚଳର ପିଲାମାନେ ବୈଶ୍ୱିକ ମାନ୍ୟତା ଅର୍ଜନ କରିଛନ୍ତି।

କେବଳ ଉସୁ ନୁହେଁ ଫାଉଣ୍ଡେସନ ପକ୍ଷରୁ ଦେଶର ୪୦ ହଜାର ଗ୍ରାମୀଣ ଓ ଆଦିବାସୀ ପ୍ରତିଭାଙ୍କୁ ସାମରିକ କଳା, ହକି, ଫୁଟବଲ, କବାଡ଼ି, ଖୋ-ଖୋ, ତୀରନ୍ଦାଜୀ ଓ କ୍ରିକେଟ ଖେଲିବାକୁ ପ୍ରୋତ୍ସାହିତ କରାଯାଉଛି।

Share

Leave a Reply