ନୂଆପଡା କାଲମିଦାଦରରେ ହୀରା, କେନ୍ଦୁଝର ଗୋପୁର-ଜଳଡ଼ିହିରେ ସୁନାଖଣି
1 min read
Oplus_16908288
ଭୁବନେଶ୍ବର,//TATKAL ODISHA//:
ଓଡିଶାର ନୂଆପଡା ଜିଲ୍ଲା ଅନ୍ତର୍ଗତ କାଲମିଦାଦର ଅଞ୍ଚଳରେ ହୀରା ଓ ମାଣିକ୍ ପଥର ସନ୍ଧାନ ମିଳିଛି। ସେହିପରି କେନ୍ଦୁଝର ଜିଲ୍ଲାର ବଂଶପାଳ ବ୍ଲକ ଅନ୍ତର୍ଗତ ଗୋପୁର-ଜଳଡ଼ିହି ଅଞ୍ଚଳରେ ସୁନାପଥର ଥିବାର ସନ୍ଧାନ ମିଳିଛି I
ଗୁରୁବାର ବିଧାନସଭାରେ ଏହି ସୂଚନା ଦେଇଛନ୍ତି ଖଣିମନ୍ତ୍ରୀ ବିଭୂତି ଭୂଷଣ ଜେନା।
ମନ୍ତ୍ରୀ କହିଛନ୍ତି ଯେ, ଓଡିଶା ମାଟି ତଳେ କେବଳ ଲୁହା ଓ ବକ୍ସସାଇଟ ନୁହେଁ, ହୀରା ଓ ମାଣିକ ପଥରର ସନ୍ଧାନ ମିଳିଛି। ସେହିପରି କଳାହାଣ୍ଡି ଜିଲ୍ଲା ଜୁନାଗଡ ବ୍ଲକ ହିଞ୍ଜିଳିବାହାଲ-ଜିଲିଙ୍ଗିବାର ମାଣିକ ପଥର ଖଣି ଥିବାର ସନ୍ଧାନ ମଧ୍ୟ ମିଳିଛି। ସେ ନେଇ ମଧ୍ୟ ଅଧିକ ଅନୁସନ୍ଧାନ ଚାଲିଛି।

ମନ୍ତ୍ରୀ କହିଛନ୍ତି ଯେ, ମୟୂରଭଞ୍ଜ ଜିଲ୍ଲାର କୁଳିଅଣା ବ୍ଲକ ଅନ୍ତର୍ଗତ ମଦନାସାହି-କାଞ୍ଜିଆ ଅଞ୍ଚଳରେ ତମ୍ବାବାହୀ ପଥର ସହିତ ସୁନା ଥିବାର ଆକଳନ ହୋଇଛି ।
ମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟରେ ଦେବଗଡ଼ ଜିଲ୍ଲାର ରିଆମାଳ ବ୍ଲକ ଅନ୍ତର୍ଗତ ଆଦାସ-ରାମପାଲ୍ଲୀ ଅଞ୍ଚଳରେ ତମ୍ଵା ପଥର, ଗ୍ରାଫାଇଟ୍, ନିକେଲ ସହିତ ସୁନା ଥିବାର ଜଣାଯାଇଛି I
