ପ୍ରୋବାଇଟିକ୍ସ, ପ୍ରତିଷେଧକ ଶକ୍ତି ଅମ୍ଳଯୁକ୍ତ ପଖାଳ
1 min read
- ପଖାଳ ଦିବସରେ TATKAL ODISHAର ଅଭିନନ୍ଦନ
- ++++++++++
- ସତ୍ୟକାମ ମହାନ୍ତି
- +++++++++++
ନବ ସଭ୍ୟତାରେ ଖାଦ୍ୟର ବିଶେଷତାକୁ ବୃଦ୍ଧି କରିବା ନିମିତ୍ତ ୨୦୧୧ ମସିହା ଠାରୁ ପ୍ରତ୍ୟେକ ବର୍ଷ ମାର୍ଚ୍ଚ ୨୦ ତାରିଖରେ ପଖାଳ ଦିବସ ପାଳନ କରାଯାଉଅଛି । ଓଡିଶା ବାହାରେ ମଧ୍ୟ ପଖାଳର ଖାଦ୍ୟ ଗୁଣକୁ ପ୍ରୋତ୍ସାହିତ କରାଯାଉଛି ।
ଓଡ଼ିଶାରେ ମୁଖ୍ୟତଃ ପଖାଳ ଏକ ଖରାଦିନିଆ ଖାଦ୍ୟ । ଓଡିଶା ବାହାରେ ଏପରିକି ୟୁରୋପ, ଉତ୍ତର ଆମେରିକା ପ୍ରଭୃତି ରାଷ୍ଟ୍ରରେ ଜୁଲାଇ ମାସରେ ଖୁବ ଗରମ ହୁଏ । ତେଣୁ ବିଦେଶରେ ପ୍ରତିବର୍ଷ ଜୁଲାଇ ମାସ ୧୩ ତାରିଖରେ ବିଶ୍ବ ପଖାଳ ଦିବସ ପାଳନ କରାଯାଉଛି । ସେମାନଙ୍କ ପକ୍ଷେ ତାଙ୍କର ଜଳବାୟୁ ଦୃଷ୍ଟିରୁ ମାର୍ଚ୍ଚ ମାସରେ ଭୀଷଣ ଗରମ ହୁଏ ନାହିଁ । ତାରିଖ ଭିନ୍ନ ଭିନ୍ନ ହେଲେ ମଧ୍ୟ ସମଗ୍ର ବିଶ୍ବରେ ପଖାଳ ଦିବସ ପାଳିତ ହେଉଛି ।
ଦଶମ ଖ୍ରୀଷ୍ଟାବ୍ଦରୁ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ରୀତିନୀତିରେ ପଖାଳ ସମ୍ପୃକ୍ତ । ସମସ୍ତ ଭକ୍ତ ପଖାଳକୁ ମହାପ୍ରସାଦର ଏକ ଅଙ୍ଗ ଭାବେ ଗ୍ରହଣ କରିଛନ୍ତି । ଶ୍ରୀଜଗନ୍ନାଥ ମନ୍ଦିରରେ ଜୀଉ ମାନଙ୍କର ଉପଭୋଗ ନିମିତ୍ତ ଆଦରର ସହ ପଖାଳ ଭାତ ସମର୍ପିତ ହୋଇ, ମହାପ୍ରସାଦରେ ପରିଗଣିତ ହୁଏ । ଫଳରେ ପଖାଳର ଧାର୍ମିକ ଗୁରୁତ୍ବ ବିଶେଷ ଭାବରେ ରହିଛି ।
ଏହା ସତ୍ୟ ଯେ, ପଖାଳର ସୃଷ୍ଟି ଓଡିଶାରୁ ହିଁ ହୋଇଅଛି । ସେଥି ନିମିତ୍ତ ପ୍ରଥମେ ଓଡ଼ିଶାରେ ମାର୍ଚ୍ଚ ମାସ କୋଡିଏ ତାରିଖରେ ପଖାଳ ଦିବସ ପାଳନ କରାଯାଇଆସୁଅଛି । ସମଗ୍ର ଓଡ଼ିଶାର ଜନ ସାଧାରଣ ଏହି ଦିବସକୁ ପାଳନ କରନ୍ତି । ବିଶେଷତଃ ଭାରତ ଉପମହାଦେଶର ପୂର୍ବ ଭାଗରେ ତଥା ନେପାଳ ଏବଂ ମିଆଁମାର ବହୁସ୍ଥଳରେ ପଖାଳକୁ ଆଦରଣୀୟ ଖାଦ୍ୟ ଭାବରେ ଗ୍ରହଣ କରାଯାଇଛି ।
ମୋ ଦୃଷ୍ଟିରେ ପଖାଳ ସାମାନ୍ୟ ମାତ୍ର ବ୍ୟଞ୍ଜନ ନୁହେଁ ବରଂ ଏହା ଏକ ଆବେଗ, ସାଧାରଣତାର ଚିହ୍ନ, ଆରାମଦାୟକ ଓ ଓଡ଼ିଆ ପରମ୍ପରା ର ଉଚ୍ଚ ନିଦର୍ଶନ । ବିଶେଷ ଭାବରେ ଗୃହରେ ଏହା ଆକର୍ଷଣ, ଯେଉଁ ଖାଦ୍ୟ କି କଠିନ ସମୟରେ ଉତ୍ତେଜନା ସୃଷ୍ଟି କରିବାରେ ସମର୍ଥ । ଏବେ ମଧ୍ୟ ଓଡ଼ିଆ ମାନଙ୍କର ଅତିପ୍ରିୟ ଖାଦ୍ୟ ରୂପେ ଆମ ମା’ର ସ୍ନେହ ଓ ଆମ ସଂସ୍କୃତିର ନିର୍ଯାସକୁ ସ୍ମରଣ କରାଇଥାଏ । ମାର୍ଚ୍ଚ ଦଶ ତାରିଖକୁ ଓଡ଼ିଶାର ସ୍ବତନ୍ତ୍ର ଅମ୍ଳଯୁକ୍ତ ଭାତ ବା ପଖାଳ ଭାବରେ ପାଳନ କରାଯାଉଛି । ରନ୍ଧା ଭାତରେ ପାଣି ମିଶାଇ ରାତ୍ରିରେ ରଖି ଗ୍ରୀଷ୍ମ ସମୟରେ ଖିଆଯାଏ, ଯାହାଦ୍ବାରା ଶରୀର ଶୀତଳ ରହେ । ଏହି ଉତ୍ସବ ଶରୀରକୁ ସତେଜ କରୁଥିବା ପଖାଳ ଭାତର ବିଶେଷତ୍ଵ ଓ ଲୋକପ୍ରିୟତାକୁ ଓଡିଶା ବାହାରେ ପ୍ରଚାର କରି ତାହାର ପୃଷ୍ଟିକାରିତା ଓ ସାଂସ୍କୃତିକ ପ୍ରସିଦ୍ଧି ବିଷୟରେ ସଚେତନତା ଜାଗରଣ ନିମିତ୍ତ ଉଦ୍ଦିଷ୍ଟ ।
ଓଡ଼ିଶାର ଘରେ ଘରେ ପଖାଳର ବହୁକାଳରୁ ସାଂସ୍କୃତିକ ପ୍ରସିଦ୍ଧି ରହିଆସିଛି । ଏହା ଏକ ସାଧାରଣ ଖାଦ୍ୟ ନୁହେଁ ବରଂ ଏହି ଖାଦ୍ୟ ଓଡ଼ିଆ ମାନଙ୍କର ସରଳତା ଓ ବହୁକାଳରୁ ଗ୍ରହଣ କରୁଥିବା ପରମ୍ପରାର ପ୍ରତୀକ । ଏହା ଓଡିଶା ରାଜ୍ୟରେ ପ୍ରଥମେ ଗ୍ରହଣ କରାଯାଇ ପରେ ବଙ୍ଗ, ଆସାମ ଓ ଛତିଶଗଡ଼ ପ୍ରଭୃତିକୁ ଯାଇଛି । ଏହାର ଶରୀରକୁ ଶୀତଳ କରିବାର ଶକ୍ତି ଥିବାରୁ ବହୁଭାବରେ ଗ୍ରହଣ କରାଯାଇ ଓଡ଼ିଆ ଖାଦ୍ୟର ଗୁରୁତ୍ବପୂର୍ଣ୍ଣ ଅଂଶ ହୋଇପାରିଛି ।
ବିଭିନ୍ନ ପ୍ରକାର ପଖାଳ :-
ପଖାଳକୁ ବିଭିନ୍ନ ଭାବରେ ପ୍ରସ୍ତୁତ କରି ଗ୍ରହଣ କରାଯାଇଥାଏ ।
- ଜୀରା ପଖାଳ – ପଖାଳରେ ଜୀରା ଓ ଲୁଣ ଦେଇ ପ୍ରସ୍ତୁତ ହୁଏ ।
- ଦହି ପଖାଳ – ତୀବ୍ର ଖଟା ସୁଗନ୍ଧ ନିମିତ୍ତ ପଖାଳରେ ଦହି ମିଶ୍ରିତ ହୁଏ ।
- ସଜ ପଖାଳ – ଭାତକୁ ପାଣିରେ ମିଶାଇ ବିନା ଅମ୍ଳଯୁକ୍ତ ଭାବରେ ପ୍ରସ୍ତୁତ ହୁଏ ।
- ଵାସି ପଖାଳ – ରାତିସାରା ପଖାଳ ଭାତକୁ ରଖି ପରେ ସ୍ବତନ୍ତ୍ର ସ୍ବାଦ ପାଇଁ ପ୍ରସ୍ତୁତ ।
- ଚିପୁଡା ପଖାଳ – ପଖାଳକୁ ଚିପୁଡ଼ି ଦେବା ପରେ, ତା ସହିତ ବିଭିନ୍ନ ପରିବା ସିଝା ।
ପଖାଳର ସ୍ବାସ୍ଥ୍ୟଗତ ଉପକାରିତା – ଗ୍ରୀଷ୍ମ ସମୟରେ ଦେହର ତାପକୁ କମ କରି ଶୀତଳ କରିବା ଓ ଦେହରେ ଜଳୀୟ ଅଂଶକୁ ବଢ଼ାଇବାରେ ପଖାଳ ଭାତ ସେବନ ଉପକାରୀ ।
ପଖାଳ ଭାତର ଅମ୍ଳଯୁକ୍ତ ଅଂଶ ଦେହରେ ସକାରତ୍ମକ ବ୍ୟାକ୍ଟେରିଆ ସୃଷ୍ଟି ହୁଏ ଓ ଖାଦ୍ୟ ସହଜରେ ହଜମ ହୋଇଯାଏ ।
“ପଖାଳରେ ଥିବା ଭିଟାମିନ ଓ ଧାତୁ ବହୁ ଉପକାରୀ, ଦେହର ପ୍ରତିଷେଧକ ଶକ୍ତି ଅମ୍ଳଯୁକ୍ତ ପଖାଳ ଖାଇବା ଦ୍ବାରା, ସେଥିରେ ଥିବା ପ୍ରୋବାଇଟିକ୍ସ ଯୋଗୁଁ ଦୃଢ ହୋଇଥାଏ”..
ଦେହର ସର୍ବାଙ୍ଗୀନ ସ୍ବାସ୍ଥ୍ୟରକ୍ଷା ଦୃଷ୍ଟିରୁ ପଖାଳରେ ଥିବା ଭିଟାମିନ ଓ ଧାତୁ ବହୁ ଉପକାରୀ, ଦେହର ପ୍ରତି ପ୍ରତିଷେଧକ ଶକ୍ତି ଅମ୍ଳଯୁକ୍ତ ପଖାଳ ଖାଇବା ଦ୍ବାରା, ସେଥିରେ ଥିବା ପ୍ରୋବାଇଟିକ୍ସ ଯୋଗୁଁ ଦୃଢ ହୋଇଥାଏ ।
ପଖାଳ ଦିବସରେ ଘରେ ଘରେ ଓ ଭୋଜନାୟାଳୟ ଗୁଡିକରେ କେବଳ ଓଡ଼ିଶା ନୁହେଁ ଭାରତର ବିଭିନ୍ନ ପ୍ରଦେଶରେ ଭିନ୍ନ ଭିନ୍ନ ପ୍ରକାର ପଖାଳ ପ୍ରସ୍ତୁତ କରାଯାଏ, ଲୋକମାନେ ପଖାଳ ଭାତକୁ ବହୁତ ଭଲ ପାଉଥିବାରୁ ତାଙ୍କର ଖାଦ୍ୟ ଗ୍ରହଣ କରିବାର ଆନନ୍ଦ ଗଣମାଧ୍ୟମ ବା ସୋସିଆଲ ମିଡିଆରେ ବହୁ ଚିତ୍ର ଓ ଖାଦ୍ୟର ପ୍ରଚାର ହେଉଛି ।
ଶ୍ରୀଜଗନ୍ନାଥ ମନ୍ଦିର, କେନ୍ଦ୍ରାପଡ଼ାର ବଳଦେବ ଜୀଉ ମନ୍ଦିର, ବାଲେଶ୍ବରର ଇମାମି ଜଗନ୍ନାଥ ମନ୍ଦିର ତଥା ଇଂକଡ ତଥା ପୃଥିବୀର ବିଭିନ୍ନ ଜଗନ୍ନାଥ ମନ୍ଦିରରେ ପଖାଳ ଭୋଗ କରାଯାଏ । ଏହାଦ୍ବାରା ଆଧ୍ୟାତ୍ମିକ ଭାବନାର ଉଦ୍ରେକ ହୁଏ । ଭକ୍ତମାନେ ମନ୍ଦିରରେ ପଂକ୍ତି ଭୋଜନ କରି ସମବେତ ଭାବରେ ପୁଷ୍ଟିକର ପଖାଳ ସେବନରେ ଆନନ୍ଦ ଲାଭ କରନ୍ତି ।
- ସତ୍ୟକାମ ମହାନ୍ତି
- ଉପସଭାପତି
- ଶ୍ରୀଜଗନ୍ନାଥ ସଂସ୍କୃତି ପରିଷଦ, ଭୁବନେଶ୍ବର
ଦୁରଭାଷ – 8093346548
