କଳାହାଣ୍ଡିରେ କନ୍ଧ ଜନଜାତି : ନିଆରା ମଣିଷ
1 min read
Oplus_16908288
- ସାମାଜିକ ଜୀବନରେ କନ୍ଧଙ୍କ ସ୍ବତନ୍ତ୍ର ଭୂମିକା
- ++++++++++++
- ସିଦ୍ଧାର୍ଥ ଶାଶ୍ଵତ ପଣ୍ଡା
- ++++++++++++
ଦେଶିଆ କନ୍ଧମାନେ ସମତଳ ଅଞ୍ଚଳରେ ବାସ କରନ୍ତି । ଏମାନେ ସଂଖ୍ୟାଧିକ ଏବଂ ପ୍ରଭାବଶାଳୀ। କୂଟିଆମାନେ ପର୍ବତଘେରା ଉପତ୍ୟାକାରେ ବାସ କରନ୍ତି। ତେଣୁ ସେମାନଙ୍କୁ ଝରଣିଆ କନ୍ଧ ବୋଲି ମଧ୍ୟ କୁହାଯାଏ। ଦେଶୀଆ କନ୍ଧଙ୍କଠୁ କୂଟିଆ ଓ ଡ଼ଙ୍ଗରିଆ ମାନେ ଅଧିକ ରକ୍ଷଣ ଶୀଳ।
ଦେଶିଆ କନ୍ଧ ମାନେ କନ୍ଧାନ ଭାଷା ବ୍ୟବହାର କରୁଥିବା ବେଳେ କୂଟିଆ ଓ ଡ଼ଙ୍ଗରିଆ କନ୍ଧ ମାନେ କୁଇ ଓ କୁଭି ଭାଷା ବ୍ୟବହାର କରନ୍ତି।
କନ୍ଧ ସମ୍ପ୍ରଦାୟ ର ଲୋକ ଗାଥା ଅନୁଯାୟୀ ଏକଦା ଏମାନେ ବିନ୍ଧ୍ୟପର୍ବତ ର ତଳହଟିରୁ କଳାହାଣ୍ଡି କୁ ଆସି ବସତି ସ୍ଥାପନ କରିଥିଲେ। ଏଣୁ ଏମାନେ ବଇଞ୍ଜିଗିରି କନ୍ଧ ଭାବେ ପରିଚୟ ପ୍ରଦାନ କରନ୍ତି। ଏହି ଗାଥା ଅନୁଯାୟୀ ଜଙ୍ଗଲ ସଫା କରି କାନ୍ଧ ବସତି ମାନ ସ୍ଥାପିତ ହେଲା। ଗୋଟିଏ ଗୋଟିଏ ବଂଶ ର ଲୋକ ଏପରି ନୂତନ ଭାବେ ଜଙ୍ଗଲ ସଫାକରି ସ୍ଥାପିତ ଗ୍ରାମ ମାନଙ୍କରେ ବସତି ସ୍ଥାପନ କଲେ। ବଂଶବୃଦ୍ଧି ହେବ ସଙ୍ଗେ ନୂତନ ଗ୍ରାମ ସ୍ଥାପିତ ହେଲା ବୋଲି ଅନେକ ଐତିହାସିକ ମତବ୍ୟକ୍ତ କରନ୍ତି। ୟାହା ସାଙ୍ଗକୁ କିଛି ଗ୍ରାମପୁଞ୍ଜକୁ ନେଇ ଗୋଟିଏ ଲେଖାଏ ଦେଶ ବା ପ୍ରଗଣା ସ୍ଥାପିତ ହୋଇ ସ୍ଵାୟତ୍ତ ଶାସନ ବ୍ୟବସ୍ଥା ଲାଗିଲା। ପାଟମାଝୀ ବା ଉମରା ଏହି ଦେଶ ର ମୁଖ୍ୟ ଥିଲେ। ପ୍ରାରମ୍ଭିକ ସ୍ଥରରେ ପାରସ୍ପରିକ ସହଯୋଗ ରେ ସମ୍ମିଳିତ ଭାବେ ଚାଷ କରୁଥିଲେ। ପରବର୍ତ୍ତୀ କାଳ ରେ ଭୂମି ଆବଣ୍ଟିତ ହେଲା କିନ୍ତୁ ପାରସ୍ପରିକ ସହଭାଗୀତା ବଳବତ୍ତର ରହିଥିଲା।
ପ୍ରଚଳିତ କିମ୍ବଦନ୍ତୀ ଅନୁଯାୟୀ ଷଡଯନ୍ତ୍ର ର ଶିକାର ହୋଇ କଳାହାଣ୍ଡି ଅଞ୍ଚଳ ର ଶେଷ ଗଙ୍ଗ ରାଜାଙ୍କ ମୃତ୍ୟୁ ହେଲା, ଘରଜ୍ଵାଇଁ ରଘୁନାଥ ସାଏ ଙ୍କ ସିଂହସନ ଆହୋରଣ ସହ ନାଗବଂଶ ଶାସନ ର ଅୟମାରମ୍ଭ ହେଲା। ରାଜାଙ୍କ ମୃତ୍ୟୁ କୁ ନେଇ ଜନସାଧାରଣ ଙ୍କ ମଧ୍ୟ ରେ ତୀବ୍ର ଅସନ୍ତୋଷ ଦେଖା ଦେଖାଦେଇଥିଲା।

ବିଶେଷ କରି କନ୍ଧମାନଙ୍କର ସହିତ ରାଜଙ୍କର ବହୁତ ନିବିଡ ସମ୍ପର୍କ ଥିବାରୁ ସେମାନେ ପ୍ରତିବାଦ ର ମୁଖ୍ୟ ପୁରୋଧା ଥିଲେ ବୋଲି ଅନେକ ଐତିହାସିକ ମତ ବ୍ୟକ୍ତ କରନ୍ତି। ଏହି ପ୍ରତିବାଦ ବିଦ୍ରୋହ ର ରୂପ ନେଇଥିଲା ଓ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ରେ ବଡ ସମସ୍ୟା ଦେଖିବାକୁ ମିଳିଥିଲା। ଏହି ନାଗବଂଶ ର ଷଷ୍ଠ ରାଜା ହରିଶଚନ୍ଦ୍ର ଦେବଙ୍କ ଶାସନକାଳ ରେ ପରିସ୍ଥିତି ଅଣାୟତ୍ତ ହୋଇ ରାଜାଙ୍କ ମୃତ୍ୟୁ ହୋଇଥିଲା ଓ ଗର୍ଭବତୀ ବିଧବା ରାଣୀ ତାଙ୍କ ପିତାଙ୍କ ଘର ଗଦାପୁର କୁ ପଳାୟନ କରିଥିଲେ। କିନ୍ତୁ ଶୂନ୍ୟ ରାଜଗାଦି ଓ ରାଜା ବିହୀନ ହୋଇଯିବା ହେତୁ କଳାହାଣ୍ଡି ଅଞ୍ଚଳ ରେ ଅରାଜକତା ବୃଦ୍ଧି ପାଇବାକୁ ଲାଗିଲା ଶେଷ ରେ କିଛି ବାଟ ନପାଇ କନ୍ଧ ସମାଜର ମୁଖୀୟାମାନେ ରାଣୀଙ୍କ ମନରେ ବିଶ୍ବାସ ବୋଧ କରାଇ ତଥା ଯୁବରାଜଙ୍କ ସୁରକ୍ଷା ର ପ୍ରତିଶୃତି ଦେଇ ଦୁଇ ମା ପୁଅ କୁ ରାଜ୍ୟ କୁ ଫେରାଇ ଆଣିଥିଲେ। ପ୍ରକାଶ ଥାଉ କି କନ୍ଧ ମାନେ ଯୁବରାଜ କୁ ଯେତେବେଳେ ଗଦାପୁର ସମ୍ମାନର ସହିତ ଆଣିବାକୁ ଗଲେ ସେହି ସମୟ ରେ ଯୁବରାଜଙ୍କ ଅଜା ତାଙ୍କୁ ଦୈବୀ ସୁରକ୍ଷା ପ୍ରଦାନ କରିବା ପୂର୍ବକ ତାଙ୍କ ବଂଶ ( ଗଙ୍ଗ ବଂଶ )ର ଅଧିଷ୍ଠାତ୍ରୀ ଦେବୀ ମା ମଣିକେଶ୍ଵରୀ ଙ୍କୁ ସାଙ୍ଗ ରେ ପ୍ରେରଣ କରିଥିଲେ, ଯାହା କାଳ କ୍ରମେ ନାଗବଂଶ ର ଇଷ୍ଟ ଦେବୀ ଓ କଳାହାଣ୍ଡି ଜିଲ୍ଲା ର ଅଧିଷ୍ଠାତ୍ରୀ ଭାବେ ପୂଜିତା ହେଲେ।
ସାମାଜିକ ଏକତା ଓ ସଂଖ୍ୟା ଗରିଷ୍ଠତା ଦୃଷ୍ଟି ରୁ ଦେଶୀଆ କନ୍ଧ ମାନଙ୍କ ପ୍ରତିମୂର୍ତ୍ତି ରହିଥିଲା। ମଧ୍ୟ ଯୁଗ ରେ ( ଏକାଦଶ ଶତାବ୍ଦୀ) ରେ ଗଙ୍ଗବଂଶ ର ପ୍ରଥମ ରାଜା ଚୋଡ ଗଙ୍ଗ ଦେବଙ୍କ ଭାଇ ପରମାଦି ଦକ୍ଷିଣ ଓଡ଼ିଶା ସମେତ କଳାହାଣ୍ଡି – ବଲାଙ୍ଗୀର ପ୍ରଭୃତି ଅଞ୍ଚଳ ର ଶାସକ ଥିଲେ।
ପରବର୍ତ୍ତୀ କାଳ ରେ ଗଙ୍ଗବଂଶ ର ପ୍ରତିନିଧି ଭାବେ ଏହ ବଂଶ ର ସାମନ୍ତ ରାଜା ମାନେ କଳାହାଣ୍ଡି ଓ ଅନ୍ୟ ପଡୋଶୀ ଅଞ୍ଚଳ ରେ ଶାସନ କରୁଥିଲେ। କନ୍ଧ ମାନଙ୍କ ସଂଖ୍ୟା ଗରିଷ୍ଠତା ଦୃଷ୍ଠି ରୁ ଏହି ଗଙ୍ଗ ରାଜା ମାନେ କନ୍ଧମାଝୀ ଓ ଉମରା ଙ୍କ ସହ ସୁସମ୍ପର୍କ ରଖି ଚଳୁଥିଲେ ଏବଂ ସେମାଙ୍କର ସାମାଜିକ ଓ ସ୍ଵାୟତ୍ତ ଶାସନ ବ୍ୟବସ୍ଥା ରେ ହସ୍ତକ୍ଷେପ କରୁନଥିଲେ। ଏହି ରାଜବଂଶ ର ଶେଷ ସାମନ୍ତ ରାଜା ଜଗନ୍ନାଥ ଦେବଙ୍କ ପରେ ତାଙ୍କ ଘରଜ୍ଵାଇଁ ନାଗବଂଶ ରାଜା ଙ୍କ ଦ୍ବାରା ଶାସିତ ହେଲା। କନ୍ଧପାଟ ମାଝୀ ଙ୍କ ଝିଅ ସହ ନାଗବଂଶ ର ସପ୍ତମ ରାଜା ରାମଚନ୍ଦ୍ର ଦେଓ ଙ୍କ ବିବାହ କଳାହାଣ୍ଡି ର ନାଗବଂଶୀୟ ଶେଷ ରାଜାଙ୍କ ପର୍ଯନ୍ତ ବଳବତ୍ତର ରହିଲା। ଐତିହାସିକ ଙ୍କ ମତ ରେ ଏହି ବିବାହ ଉତ୍ସବ ଯୁଗସାଇପାଟଣା ଠାରେ ଅନୁଷ୍ଠିତ ହୋଇଥିଲା ।
ଏହା ପରେ ଅଘୋଷିତ ରାଜନୈତିକ ସନ୍ଧି ର ଫଳ ସ୍ବରୂପ ରାଜମାନେ କନ୍ଧ ଙ୍କ ସ୍ଵାୟତ୍ତ ଶାସନ ବ୍ୟବସ୍ଥା ଓ ଧର୍ମାଚାର ଉପରେ ହସ୍ତକ୍ଷେପ କଲେ ନାହିଁ ଓ କନ୍ଧ ମାନଙ୍କର ସୁରକ୍ଷା ର ଦାୟିତ୍ବ ରାଜତନ୍ତ୍ର କୁ ମିଳିଲା। ତେବେ ୧୮୫୩ ମସିହା ରେ ମରହଟ୍ଟା ଙ୍କ କରଦ ରାଜ୍ୟ ରୁ ମରହଟ୍ଟା ଙ୍କ ଶାସନର ଅନ୍ତ ସହ କଳାହାଣ୍ଡି ଇଷ୍ଟ ଇଣ୍ଡିଆ କମ୍ପାନୀ ର କରଡା ରାଜ୍ୟ ହେଲା ଓ ପରେ ପରିସ୍ଥିତି ରେ ପରିବର୍ତ୍ତନ ଆସିଲା ବୋଲି ଅନେକ ଐତିହାସିକ ମତବ୍ୟକ୍ତ କରନ୍ତି।
ଉଦିତ ପ୍ରତାପ ଦେଓ ଙ୍କ ଶାସନ କାଳ ପ୍ରାରମ୍ଭ ୧୮୫୫ ମସିହା ରେ ଗ୍ରାମ ମାନକର କର ନିରୂପଣ ୨୨ ହଜାର ଟଙ୍କା ଥିବା ବେଳେ ୧୮୮୧ ବେଳକୁ ଏହା ୧,୨୩,୦୦୦ ତାଙ୍କ ରେ ପହଞ୍ଚିଥିଲା। ସ୍ୱଳ୍ପ ଅବଧ୍ୟ ରେ ଏପରି କର ବୃଦ୍ଧି ନିଶ୍ଚିତ କଢ ଗ୍ରାମ ମାନଙ୍କରେ ଚାପ ସୃଷ୍ଟି କରିଥିବ ।
କାରଣ ନିୟମିତ ଭାବେ ପ୍ରଜାଙ୍କ ଠାରୁ ରାଜସ୍ବ ଆଦାଯ କରିବା ପାଇଁ ଗାଁ ର କାନ୍ଧ ଗୌନ୍ତିଆ ଙ୍କ ଅଭ୍ଯାସ ନଥିବା ବେଳେ, ଜମି ପାଇଁ କର ଦେବାମଧ୍ୟ କାନ୍ଧ ମାନଙ୍କ ପାଇଁ ନୂତନ ଥିଲା। ଏହି ନୂତନ ଭୂ – ବନ୍ଦୋବସ୍ତ ବ୍ୟବସ୍ଥା କ୍ରମଶଃ ଜନାଟ୍ୟ ପାଇଁ କାଳ ସ୍ବରୂପ ହେଲା। ଗାଁ ର ମାଲିକାନା କୁ ସୁରକ୍ଷିତ ରଖିବାକୁ ଅନେକ କ୍ଷେତ୍ର ରେ ଜନଜାତି ର ଗୌନ୍ତିଆ ମାନେ ବହିରାଗତ ଲୋକଙ୍କ ଠୁ ରୁଣ ନେଇ ଓ କ୍ରମେ ପରିଶୋଧ କରି ନପାରି ସର୍ବହରା ହୋଇ ବସିଲେ।
ଜୁନାଗଡ , କଳାହାଣ୍ଡି - ୭୬୬୦୧୪
ମୋ - +91 9437700029
