ହୀରାକୁଦ ଡିଏଫଓ ଅଫିସରେ ଟେଣ୍ଡର ଫିକ୍ସିଂ? ଫିଟୁଛି ଗୁମର??
1 min read
Oplus_16908288
- ଦୁଇ ଦିନରେ ଦୁଇଟି କଥା କହିଲେ ଡିଏଫଓ ଅଂଶୁ ପ୍ରଜ୍ଞା
- ବିଭାଗୀୟ ତଦନ୍ତ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଥିବା ଚର୍ଚ୍ଚା
- କେଉଁ ସଂସ୍ଥା ଏଲ ୧( L 1 ) ହେଲେ ଜଣାଗଲା ନାହିଁ କାହିଁକି??
- ମାର୍କିଙ୍ଗ ବ୍ୟବସ୍ଥା ଥିଲେ ହେଁ କିଏ କେତେ ମାର୍କ ପାଇଲା ତାହା ଅସ୍ପଷ୍ଟ
- ସମ୍ବଲପୁର,ହୀରାକୁଦ, ବୁର୍ଲା,//TATKAL ODISHA//
ସମ୍ବଲପୁର ସହରସ୍ଥ ମୋତିଝରଣରେ ଥିବା ହୀରାକୁଦ-ଦେବ୍ରିଗଡ଼ ବନ୍ୟଜନ୍ତୁ ବନଖଣ୍ଡ (DFO) କାର୍ଯ୍ୟାଳୟରେ “ଟେଣ୍ଡର ଫିକ୍ସିଂ” ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ସାରା ରାଜ୍ୟରେ ହଇଚଇ ସୃଷ୍ଟି ହୋଇଛି I

ବିଭାଗୀୟ ତଦନ୍ତ ବି ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଥିବା ଚର୍ଚ୍ଚା ଜୋର ଧରିଛି I ତେଣୁ “ଟେଣ୍ଡର ଫିକ୍ସିଂ” ଅଭିଯୋଗର ଅସଲ ଗୁମର ଖୋଲିବ I
ଏଭଳି ସ୍ଥିତିରେ ବର୍ତ୍ତିବା ପାଇଁ ବିବାଦୀୟ ଡିଏଫଓ ଅଂଶୁ ପ୍ରଜ୍ଞା ଦାସ ବାଉଳା ଚାଉଳା ହୋଇ କିମ୍ବୁତକିମାକାର ମିଛ ଗପ ଗପୁଛନ୍ତି I ତାଙ୍କ ବିରୋଧରେ ମାରାତ୍ମକ ଅଭିଯୋଗ ଆସିଵା ପରେ ସେ କହିଛନ୍ତି ଯେ,
- “ସମସ୍ତ ନୀତିନିୟମ ଅନୁସାରେ ଟେଣ୍ଡର ଚୂଡ଼ାନ୍ତ କରାଯାଇଛି। ଟେଣ୍ଡର ନ ପାଇଲା ବ୍ୟକ୍ତି ଅଭିଯୋଗ କରିବା ସ୍ଵାଭାବିକ, କିନ୍ତୁ ଅଭିଯୋଗରେ ତିଳେମାତ୍ର ସତ୍ୟତା ନାହିଁ। ଡେବ୍ରିଗଡ଼ର ଜୈବ ବିବିଧତା, ପରିବେଶ ପର୍ଯ୍ୟଟନ, ହୀରାକୁଦ ଆର୍ଦ୍ରଭୂମି ଭଳି ମହତ୍ତ୍ଵପୂର୍ଣ୍ଣ ପ୍ରକଳ୍ପର ପ୍ରାମାଣିତ ଚିତ୍ରଣ କରିବାକୁ ଯଥେଷ୍ଟ ଅଭିଜ୍ଞତା ଆବଶ୍ୟକ। ଯେଉଁସଂସ୍ଥାକୁ ଟେଣ୍ଡର ଦିଆଯାଇଛି ଅଭିଜ୍ଞତା ଆଧାରରେ ମନୋନୟନ କରାଯାଇଛିI”

ଦୁଇ ଦିନ ଭିତରେ ଡିଏଫଓ ଅଂଶୁପ୍ରଜ୍ଞା ଦୁଇଟି କଥା କହିଛନ୍ତି I ପ୍ରଥମ ଦିନ ସେ ସୂଚନା ଓ ଲୋକସମ୍ପର୍କ ବିଭାଗର ନିୟମ ଅନୁସାରେ ସବୁ କାର୍ଯ୍ୟ କରିଵା ସହ ସରକାରୀ ନିୟମ ଅନୁଯାୟୀ ଧାର୍ଯ୍ୟ ଅର୍ଥ ଦେବାର ବ୍ୟବସ୍ଥା କରିଛୁ ବୋଲି କହିଥିଲେ I ଦ୍ଵିତୀୟ ଦିନ ନିୟମ ଅନୁସାରେ ଟେଣ୍ଡର ପ୍ରକ୍ରିୟା ଠିକ ହୋଇଛି ବୋଲି ସଫେଇ ଦେଇଛନ୍ତି I ତାହାଲେ କେଉଁଠି ଠିକ? ସେ ଆଗକୁ ବି ଏମିତି ଅନେକ ଦ୍ୱନ୍ଦ୍ୱIତ୍ମକ କଥା କହିବାର ଯଥେଷ୍ଟ ସମ୍ଭାବନା ରହିଛି I
ପ୍ରକୃତ ଘଟଣା ଲୋକେ ଜାଣିବା ଦରକାର I

ଯଦି ହୀରାକୁଦ ଜୈବ କ୍ଷେତ୍ର, ଦେବ୍ରିଗଡ଼ ଅଭୟାରଣ୍ୟ ଓ ପରିବେଶ ପର୍ଯ୍ୟଟନ ଉପରେ ବିଶ୍ୱର କୌଣସି ନାମିଦାମୀ ପ୍ରଯୋଜକ-ନିର୍ଦେଶକ ଆସି କାମ କରିଥାନ୍ତେ, କିଛି ସମସ୍ୟା ନ ଥିଲା… ମାତ୍ର ଏକ ଅନାମଧେୟ ସଂସ୍ଥାକୁ କାର୍ଯ୍ୟାଦେଶ ଦେବା ଅର୍ଥ “ଟେଣ୍ଡର ଫିକ୍ସିଂ” ଜଳ ଜଳ “
ପଦାକୁ ଆସିଲା ଅସଲ କଥା :
ଟେଣ୍ଡର ଡକ୍ୟୁମେଣ୍ଟରେ ତିନୋଟି ସେକ୍ସନରେ ଫର୍ମ ପୂରଣ ପାଇଁ କୁହାଯାଇଛି I
- ଏଲିଜିବିଲିଟି କ୍ରାଇଟେରିଆ
- ଟେକ୍ନିକାଲ ବିଡ
- ଫାଇନାନସିଆଲ ବିଡ
ଏହି ନିୟମକୁ ହୀରାକୁଦ ଡିଏଫଓ ଦଳି ତକଟି ଦେଇଥିବା ଅଭିଯୋଗ ହୋଇଛି I ମାର୍କିଙ୍ଗ ବ୍ୟବସ୍ଥା ଥିଲେ ହେଁ କିଏ କେତେ ମାର୍କ ପାଇଲା ଜଣା ଯାଇ ନାହିଁ I
- ଯଦି ସ୍ୱଚ୍ଛତା ରହିଛି ତାହାଲେ ଟେଣ୍ଡରରେ କେଉଁ ସଂସ୍ଥା ଏଲ ୧( L 1 )କିଏ ହେଲେ ଜଣାଗଲା ନାହିଁ କାହିଁକି??
- ଦ୍ୱିତୀୟରେ ପାଇଥିବା ପ୍ରଡକ୍ସନ ସଂସ୍ଥାର କୌଣସି ପ୍ରତିନିଧି ଉପସ୍ଥିତ ନ ଥିବା ସତ୍ୱେ କିଭଳି କାର୍ଯ୍ୟାଦେଶ ଦିଆଗଲା?? ତାହା ଅନୁସନ୍ଧାନ ସାପେକ୍ଷ I
- ତୃତୀୟତରେ ଭିଡିଓ କନଫରେନ୍ସ ଜରିଆରେ କେମିତି ଅନୁମତି ଦିଆଗଲା??
ଗୋଟିଏ କଥା ସ୍ପଷ୍ଟ ଯେ, ଜାତୀୟ ଟେଣ୍ଡର ଜରିଆରେ ସୂଚନା ଓ ଲୋକସମ୍ପର୍କ ବିଭାଗରେ ହୋଇଥିବା ଏମ୍ପାନେଲଲେଡ଼ ସଂସ୍ଥା ସବୁ ସରକାରୀ ସର୍ତ୍ତ ପୂରଣ କରିଥାନ୍ତି I
ତାହାଲେ ଉକ୍ତ ସଂସ୍ଥା ଫାଇନାନସିଆଲ ବିଡ ଦେବ କଣ ପାଇଁ?? ସରକାରଙ୍କ ଧାର୍ଯ୍ୟ ଅର୍ଥ ଉପରେ ଟେଣ୍ଡର ଡକାଯାଇଛି ବୋଲି ଡିଏଫଓ ପୂର୍ବରୁ ସଫେଇ ଦେଇଥିଲେ ମଧ୍ୟ ତାହା କଲେ କିପରି??
ତେଣୁ ଟେଣ୍ଡର ଫିକ୍ସିଂ ଜଳ ଜଳ I
ହାତ ଚିକ୍କଣ ପାଇଁ ସବୁ କରସାଦି ହୋଇଥିବା ଅଭିଯୋଗ ହୋଇଛି I ଟେଣ୍ଡର ପୂର୍ବରୁ ସୁଟିଂ ଚାଲିଥିବା କଥା ବି ଖୋଦ ଡିଏଫଓ ଗଣ ମାଧ୍ୟମ ଆଗରେ ମାନିଛନ୍ତି I

ସମ୍ବଲପୁର ଭଳି ସଂସ୍କୃତି ସମ୍ପନ୍ନ, ସ୍ୱାଭିମାନ ଇଲାକାରେ ଆସ୍ୱଚ୍ଛ କାର୍ଯ୍ୟକୁ ପ୍ରୋତ୍ସାହନ ଦେଇଥିବା ସେଇ ଡିଏଫଓ ଅଂଶୁ ପ୍ରଜ୍ଞାଙ୍କ ବିରୋଧରେ ଆଇନ ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ବେଳ ଆସିଛି ବୋଲି ବିଭିନ୍ନ ମହଲରୁ ଦାବି ହୋଇଛି I ସେ କାହା ବଳରେ ବଳିଆନ ହୋଇ ଏଭଳି ବେଆଇନ କାର୍ଯ୍ୟ କରୁଛନ୍ତି ତାହା ଉପରେ ତଦନ୍ତ ପରେ ପର୍ଦାଫାଶ ହୋଇ ପାରିବ I
କାମ ପାଇବା ପାଇଁ ଏହି ଲଢେଇ ନୁହେଁ, କେବଳ ଅନ୍ୟାୟ ବିରୋଧରେ ସ୍ୱର ଶାଣିତ କରିବା ପ୍ରୟାସ ହୋଇଛି I
ତେଣୁ ଲୋକ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତଦନ୍ତ ନିର୍ଦେଶ ଦେଇ ଏଭଳି କେଳେଙ୍କାରୀ କରୁଥିବା ଅଧିକାରୀଙ୍କ ଅସଲ ମୁଖା ଖୋଲିବାକୁ ସମ୍ବଲପୁରର ସଚେତକ ବ୍ୟକ୍ତି ବିଶେଷ, ସାଧାରଣ ଲୋକେ ଓ ଗଣମାଧ୍ୟମ ପ୍ରତିନିଧି ଦାବି କରିଛନ୍ତି I
(କ୍ରମଶଃ )
ଦେଖନ୍ତୁ..TATKAL ODISHAର ପୂର୍ବ ରିପୋର୍ଟ..
// TENDER FIXING!!: //
INVESTIGATION
ହୀରାକୁଦ ବନ୍ୟଜନ୍ତୁ ‘ଡିଏଫଓ’ ଅଫିସରେ ‘ଟେଣ୍ଡର ଫିକ୍ସିଂ’?
.
