ଦେବାଶିଷ ସିଂହ ସୁବର୍ଣ୍ଣପୁର ଜିଲ୍ଲାର ନୂଆ ଜିଲ୍ଲାପାଳ
1 min read
ଭୁବନେଶ୍ୱର,//Tatkal Odisha//
ସୁବର୍ଣ୍ଣପୁର ଜିଲ୍ଲାର ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ୍ ଭାବେ ଦେବାଶିଷ ସିଂହଙ୍କୁ ନିଯୁକ୍ତି ଦିଆଯାଇଛି। ସେ ଏବେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗରେ ଅତିରିକ୍ତ ସଚିବ ଭାବେ କାର୍ଯ୍ୟରତ ଅଛନ୍ତି।
ବୁଧବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶ କ୍ରମେ ଦେବାଶିଷ ସିଂହ ନୂଆ ନିଯୁକ୍ତି ପାଇଛନ୍ତି। ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।
