tatkalodisha.in

ସତ୍ୟ.. ନିରପେକ୍ଷ.. ତତ୍କାଳ

ଆରପାରିରେ ପୂର୍ବତନ ବିଧାୟିକା ସଂଚିତା ମହାନ୍ତି

1 min read


– ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଶ୍ରଦ୍ଧାଞ୍ଜଳି, ଶବାଧାରରେ ପୂପ୍ପାର୍ଘ୍ୟ ଅର୍ପଣ
ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଶେଷ ଦର୍ଶନ କରିଥିଲେ ବହୁ ନେତୃବୃନ୍ଦ


ଭୁବନେଶ୍ୱର,//TATKAL ODISHA//
ଆଉ ଇହ ଜଗତରେ ନାହାନ୍ତି ବରିଷ୍ଠ ନେତ୍ରୀ ତଥା କୋରେଇ ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟିକା ସଂଚିତା ମହାନ୍ତି। ଗୁରୁବାର ପୂର୍ବାହ୍ନରେ ସେ ପରଲୋକ ଗମନ କରିଛନ୍ତି। ମୃତ୍ୟୁବେଳକୁ ତାଙ୍କା ବୟସ ୬୬ ହୋଇଥିଲା। ତାଙ୍କ ମୃତ୍ୟୁ ଖବର ପ୍ରଚାର ହେବା ପରେ ବହୁ ମାନ୍ୟଗଣ୍ୟ ଲୋକ, ରାଜନୀତିଜ୍ଞ ଶେଷ ଦର୍ଶନ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବି ତାଙ୍କ ଶବାଧାରରେ ପୂପ୍ପାର୍ଘ୍ୟ ଅର୍ପଣ କରିଛନ୍ତି।


 ସ୍ୱର୍ଗତା ସଂଚିତା ମହାନ୍ତି ଭାରତୀୟ ଜନତା ପାର୍ଟିର ଜଣେ ସକ୍ରିୟ କାର୍ଯ୍ୟକର୍ତ୍ତା ଥିଲେ। ୨୦୦୪ରୁ ୨୦୦୯ ପର୍ଯ୍ୟନ୍ତ ସେ କୋରେଇ ବିଧାନସଭାରେ ବିଧାୟିକା ଭାବେ କାର୍ଯ୍ୟ କରିଥିଲେ। ସେ କେବଳ ଜଣେ ଦକ୍ଷ ରାଜନେତ୍ରୀ ନୁହଁନ୍ତି ବରଂ ଜନସେବା ଓ ସାଙ୍ଗଠନିକ କାର୍ଯ୍ୟରେ ଜଣେ କର୍ମଠ ନେତ୍ରୀ ଥିଲେ। କୋରେଇ ଅଞ୍ଚଳର ବିକାଶ ଏବଂ ଜନକଲ୍ୟାଣ ପାଇଁ ନିରନ୍ତର ପରିଶ୍ରମ କରି ସାଧାରଣ ଜନତାଙ୍କ ହୃଦୟରେ ଏକ ବିଶେଷ ସ୍ଥାନ ଅଧିକାର କରିଥିଲେ। ଦଳର କାୟା ବିସ୍ତାରରେ ସ୍ୱର୍ଗତଃ ସଂଚିତା ଅପାଙ୍କ ଭୁମିକା ଗୁରୁତ୍ୱପୂର୍ଣ୍ଣ ଥିଲା । ଶେଷ ସମୟ ପର୍ଯ୍ୟନ୍ତ ସେ ଦଳ ପାଇଁ କାର୍ଯ୍ୟ କରିଥିଲେ। ରାଜନୀତି ସହ ଜଗନ୍ନାଥ ସଂସ୍କୃତିର ବ୍ୟାପକ ପ୍ରଚାର ପ୍ରସାର କରିଥିଲେ। ତାଙ୍କ ବିୟୋଗରେ ଓଡ଼ିଶା ରାଜନୀତି ଓ ଭାରତୀୟ ଜନତା ପାର୍ଟିର ପ୍ରଭୂତ କ୍ଷତି ହୋଇଛି ବୋଲି ରାଜ୍ୟ ସଭାପତି ମନମୋହନ ସାମଲ ଓ ପୂର୍ବତନ ରାଜ୍ୟ ସଭାପତି ତଥା ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ସମୀର ମହାନ୍ତି କହିଛନ୍ତି ।


 ସ୍ୱର୍ଗତଃ ମହାନ୍ତିଙ୍କ ପାର୍ଥୀବ ଶରୀର ଗୁରୁବାର ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚିବା ପରେ ର୍ପୂବତନ ରାଜ୍ୟ ସଭାପତି ତଥା ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ସମୀର ମହାନ୍ତି ଓ ରାଜ୍ୟ ଉପସଭାପତି ଡ. ଯତୀନ ମହାନ୍ତି ଦଳୀୟ ପତାକା ପ୍ରଦାନ କରି ଶେଷ ସମ୍ମାନ ଜଣାଇବା ସହ ପୁଷ୍ପଗୁଚ୍ଛ ଦେଇ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ। ଭାବବିହ୍ୱଳ ପରିବେଶରେ ଅନ୍ୟମାନଙ୍କ ମଧ୍ୟରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ମନ୍ତ୍ରୀ ସୁରେଶ ପୂଜାରୀ, ରାଜ୍ୟ ସାଧାରଣ ସମ୍ପାଦକ(ସଂଗଠନ) ମାନସ କୁମାର ମହାନ୍ତି, ପୂର୍ବତନ ସାଧାରଣ ସମ୍ପାଦକ (ସଂଗଠନ) ପ୍ରସନ୍ନ ମିଶ୍ର, ବିଧାୟକ ବାବୁ ସିଂ, ପୂର୍ବତନ ମନ୍ତ୍ରୀ ଅରବିନ୍ଦ ଢାଲି, ଉପସଭାପତି ବିଷ୍ଣୁ ଦାସ, ଅଶୋକ ମିଶ୍ର, କେ. ନାରାୟଣ ରାଓ, ରାଜ୍ୟ ସମ୍ପାଦକ ସରୋଜ କର, ରାଜ୍ୟ ସମ୍ପାଦିକା ଡ. ପ୍ରୀତିପ୍ରତିଭା ଭୋଳ, ବରିଷ୍ଠ ନେତା ସୁଦୀପ୍ତ ରାୟ, ମହେଶ ମହାନ୍ତି, ସୁଦର୍ଶନ ନାୟକ, ଅନୁସୂଚିତ ଜାତି ମୋର୍ଚ୍ଚା ସଭାପତି ବାଇଧର ମଲ୍ଲିକ, ଭୁବନେଶ୍ୱର ଜିଲ୍ଲା ସଭାପତି ନିରଞ୍ଜନ ମିଶ୍ର, ପ୍ରିୟଦର୍ଶୀ ମିଶ୍ର, ଜଗନ୍ନାଥ ପ୍ରଧାନଙ୍କ ସମେତ ବହୁ କାର୍ଯ୍ୟକର୍ତା ଉପସ୍ଥିତ ରହି ପୁଷ୍ପଗୁଚ୍ଛ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

Share

Leave a Reply