ଆରପାରିରେ ବରିଷ୍ଠ ସାମ୍ବାଦିକ ଆଶୁତୋଷ ମିଶ୍ର
1 min read
Oplus_16908288
- ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ
ଭୁବନେଶ୍ୱର // TATKAL ODISHA//
ଆଉ ଇହ ଜଗତରେ ନାହାନ୍ତି ବରିଷ୍ଠ ସାମ୍ବାଦିକ ଆଶୁତୋଷ ମିଶ୍ର I ମୃତ୍ୟୁ ବେଳକୁ ତାଙ୍କୁ ୬୨ ହୋଇଥିଲା I
ସ୍ବର୍ଗତ ମିଶ୍ରଙ୍କ ହୃଦଘାତରେ ଆକସ୍ମିକ ପରଲୋକ ହୋଇଥିବା ତାଙ୍କ ପରିବାର ସୂତ୍ରରୁ ଜଣା ପଡିଛି ।
ସେ ଟାଇମସ ଅଫ ଇଣ୍ଡିଆ, ଟେଲିଗ୍ରାଫ ଏବଂ ୱେୟାର ଜାତୀୟ ସମ୍ବାଦପତ୍ରରେ କାର୍ଯ୍ୟ କରିଥିଲେ ।
ଶୋକ ପ୍ରକାଶ
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ ଆଶୁତୋଷ ମିଶ୍ରଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି I
ସାମାଜିକ ଗଣମାଧ୍ୟମ ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ,ବରିଷ୍ଠ ସାମ୍ବାଦିକ ଆଶୁତୋଷ ମିଶ୍ରଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଅତ୍ୟନ୍ତ ଦୁଃଖିତ। ତାଙ୍କର ବିୟୋଗ ଓଡ଼ିଶାର ସାମ୍ବାଦିକତା ଜଗତ ପାଇଁ ଏକ ଅପୂରଣୀୟ କ୍ଷତି। ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇବା ସହ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ଦିବଙ୍ଗତ ଆତ୍ମାର ସଦ୍ଗତି କାମନା କରୁଛି।
