tatkalodisha.in

ସତ୍ୟ.. ନିରପେକ୍ଷ.. ତତ୍କାଳ

୭ ଜିଲ୍ଲା ସମେତ ୨୪ ସ୍ଥାନର ଇଂରାଜୀ ନାମ ହେବ ସଂଶୋଧନ

1 min read

– ରାଜସ୍ବ ବିଭାଗରୁ ବାହାରିଲା ବିଜ୍ଞପ୍ତି

ଭୁବନେଶ୍ବର//TATKAL ODISHA//: 

ରାଜ୍ୟର ମୋଟ ୭ଟି ଜିଲ୍ଲା ସମେତ ୨୪ଟି ସ୍ଥାନର ଇଂରାଜୀ ନାମ ସଂଶୋଧନ ହେବ। ଯଦି କାହାର ଅପତ୍ତି ଅଭିଯୋଗ ଥିବା ତାହାଲେ ସେମାନେ ପନ୍ଦର ଦିନ ମଧ୍ୟରେ ଆବେଦନ କରିପାରିବେ। 

  ଗୁରୁବାର ରାଜସ୍ବ ବିଭାଗ ପକ୍ଷରୁ ଏନେଇ  ବିଜ୍ଞପ୍ତି ପ୍ରକାଶ ପାଇଛି। ରାଜ୍ୟର ବିଭିନ୍ନ ସ୍ଥାନର ବନାନ ଇଂରାଜୀ ଓ ଓଡିଆରେ ଭିନ୍ନ ଭିନ୍ନ ଲେଖାଯାଉଛି। ବିଭିନ୍ନ ବିଭାଗ ଭିନ୍ନ ଭିନ୍ନ ବନାନ ଲେଖୁଛନ୍ତି। 

 ଯେମିତି ଖୋର୍ଦ୍ଧା ଜିଲ୍ଲାର ନାଁ ଅନେକ ସ୍ଥାନରେ ଓଡିଆରେ  ଖୋର୍ଦ୍ଧା, ଖୁରଧା ବା ଖୋରଧା ରହିଛି। 

ହେଲେ ବିଭାଗ ତାହାକୁ ସଂଶୋଧନ କରି କେବଳ ‘ଖୋରଧା’ ଲେଖା ହେବ I 

ଅନ୍ୟ ଜିଲ୍ଲାଗୁଡି଼କ ହେଉଛି…ବାଲେଶ୍ୱର, କେନ୍ଦ୍ରାପଡ଼ା, କେନ୍ଦୁଝର, ସମ୍ବଲପୁର ଓ ରାୟଗଡ଼, ଦେବଗଡ଼,କଟକ I

Share

Leave a Reply