Skip to content
- ଦେଓ ରଞ୍ଜନଙ୍କୁ ଖଣି ଓ ଇସ୍ପାତ, ଅରବିନ୍ଦଙ୍କୁ ରାଜସ୍ୱ ଓ ବିପର୍ଯ୍ୟୟ
ଭୁବନେଶ୍ୱର,//TATKAL ODISHA//
ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଥିବା ଦେଓ ରଞ୍ଜନ କୁମାର ସିଂ ଯୋଜନା ଓ ସଂଯୋଜନା ବିଭାଗ ସହ ଖଣି ଓ ଇସ୍ପାତ ବିଭାଗର ଅତିରିକ୍ତ ଦାୟିତ୍ୱ ମିଳିଥିବାବେଳେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେନ୍ଦ୍ର କୁମାରଙ୍କୁ ସାଧାରଣ ପ୍ରଶାସନ ବିଭାଗ ସହ ସଂସଦୀୟ ବ୍ୟାପାର ବିଭାଗରେ ଅତିରିକ୍ତ ଦାୟିତ୍ୱ ମିଳିଛି। କୃଷି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ ପାଢ଼ୀ ନୂଆ ରାଜସ୍ୱ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେବେ। ସେ ପୂର୍ବପରି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଦାୟିତ୍ୱରେ ବି ରହିବେ।
- ଗୁରୁବାର ବରିଷ୍ଠ ଆଇଏଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ ହୋଇଛି।ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ପ୍ରକାଶ ବିଜ୍ଞପ୍ତି ପ୍ରକାଶ ପାଇଛି।
- ବରିଷ୍ଠ ଆଇଏଏସ୍ ବିଷ୍ଣୁପଦ ସେଠୀ ଓଡ଼ିଶା ବନ ଉନ୍ନୟନ ନିଗମ ଅଧ୍ୟକ୍ଷ ହୋଇଥିବାବେଳେ କେବିକେ ମୁଖ୍ୟ ପ୍ରଶାସକ ଭାବେ ସେ ଅତିରିକ୍ତ ଦାୟିତ୍ୱ ତୁଲାଇବେ। ଗୃହ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀଙ୍କୁ ନିଜ ବିଭାଗ ସହ ଇଡ୍କୋ ଅଧ୍ୟକ୍ଷା ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି।
- ଅତିରିକ୍ତ ମୁଖ୍ୟ ଶାସନ ସଚିବ ଚିତ୍ରା ଅରୁମୁଗମଙ୍କୁ ଶ୍ରମ ଓ ନିୟୋଜନ ବିଭାଗ ସହ ଗୋପବନ୍ଧୁ ଏକାଡେମୀ ମହାନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ। ପ୍ରମୁଖ ଶାସନ ସଚିବ ସୁରେଶ କୁମାର ବଶିଷ୍ଟଙ୍କୁ ମତ୍ସ୍ୟ ଓ ପ୍ରାଣୀ ସଂପଦ ବିଭାଗରୁ ବଦଳି କରାଯାଇଛି। ସେ ଏସଏସ୍ଇପିଡି ବିଭାଗର ପ୍ରମୁଖ ଶାସନ ସଚିବ ଭାବେ କାର୍ଯ୍ୟ କରିବେ। ବରିଷ୍ଠ ଆଇଏଏସ୍ ପ୍ରେମଚନ୍ଦ ଚୌଧୁରୀ ନୂଆ ମତ୍ସ୍ୟ ପଶୁ ସମ୍ପଦ ସଚିବ ଭାବେ କାର୍ଯ୍ୟ ସାଂପାଦନ କରିବେ।
- ମହିଳା ଓ ଶିଶୁ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଶୁଭା ଶର୍ମାଙ୍କୁ ବଦଳି କରାଯାଇ ଜଳସମ୍ପଦ ବିଭାଗର ନୂଆ ପ୍ରମୁଖ ସଚିବ ଭାବେ ଅବସ୍ଥାପିତ କରାଯାଇଛି। ସେହିପରି ଏନ୍ବିଏସ୍ ରାଜପୁତ ନୂଆ ପରବହନ ପ୍ରମୁଖ ସଚିବ ଭାବେ ବଦଳି ହୋଇଛନ୍ତି। ସେ ମଧ୍ୟ ଓଏସ୍ଆର୍ଟିସି ଅତିରିକ୍ତ ଦାୟିତ୍ୱରେ ବି ରହିବେ।
- ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରମୁଖ ଶାସନ ସଚିବ ଗିରିଶ ଏସଏନ୍ଙ୍କୁ ନିଜ ବିଭାଗ ସହିତ ଓଡ଼ିଶା ଖଣି ନିଗମରେ ଅଧ୍ୟକ୍ଷ ଭାବେ କାର୍ଯ୍ୟ ସଂପାଦନ କରିବେ।
- ନୂଆଦିଲ୍ଲୀରେ ଅବସ୍ଥାପିତ ରେସିଡେଣ୍ଟ କମିଶନର ମୃଣାଳିନୀ ଦର୍ଶୱାଲ ନୂଆ ମହିଳା ଶିଶୁ ବିକାଶ ବିଭାଗ ସଚିବ ଭାବେ ବଦଳି ହୋଇଥିବାବେଳେ ପର୍ଯ୍ୟଟନ ବିଭାଗର ସଚିବ ଥିବା ବଲୱନ୍ତ ସିଂହଙ୍କୁ ଓଡ଼ିଶା ହାଇୱେ ଅଥରିଟିର ପରିଚାଳନା ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ନୂଆ କୃଷି ସଚିବ ହୋଇଛନ୍ତି ସଚିନ ରାମଚନ୍ଦ୍ର ଯାଦବ। ଏଥିସହ ସେ କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗର ଅତିରିକ୍ତ ଦାୟିତ୍ୱରେ କାର୍ଯ୍ୟ କରିବେ।
- ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ଶାସନ ସଚିବ ଅନୁପମ ଶାହଙ୍କୁ ନିଜ କାର୍ଯ୍ୟ ସହ ଓବିସିସି ଏମଡିର ଭାବେ ଅତିରିକ୍ତ ଦାୟିତ୍ୱ ସଂପାଦନ କରିବେ। ସେହିପରି ଦକ୍ଷିଣାଞ୍ଚଳ ଆର୍ଡିସି ସଂଗ୍ରାମ କେଶରୀ ମହାପାତ୍ର ଦକ୍ଷିଣାଞ୍ଚଳ ଆରଡିସି ସହ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ୱ ସାଂପାଦନ କରିବେ। ସାଧାରଣ ଉଦ୍ୟୋଗ ବିଭାଗର ସଚିବ ଦାୟିତ୍ୱରେ ରହିବେ ସାଦୀକ୍ ଆଲମ। ଉଠା ଜଳସେଚନ ବିଭାଗର ପରିଚାଳନା ନିର୍ଦ୍ଦେଶିିକା ମାନ୍ସୀ ନିମ୍ଭାଲ ନୂଆ କରି ମିଶନ ଶକ୍ତି ବିଭାଗ ସଚିବ ଭାବେ ବଦଳି ହୋଇଛନ୍ତି।