tatkalodisha.in

ସତ୍ୟ.. ନିରପେକ୍ଷ.. ତତ୍କାଳ

ରାଶିଫଳ : ଜୁନ ୮ରେ କେଉଁ ଫଳ

1 min read
  • ✧═════•❁❀❁•═════✧
    ଅଦ୍ୟ ଜୁନ୍ ମାସ ୦୮ ତାରିଖ ୨୦୨୬ ମସିହା (ସୋମବାର)
    ଶକାବ୍ଦ -୧୯୪୮
    ସମ୍ବତ -୨୦୮୩
    ଦିଲ୍ଲୀସ୍ୱରାଦ୍ଧ-୧୪୩୩
    ସମ୍ବତ୍ସର- ରୌଦ୍ର
    ଜ୍ୟେଷ୍ଠ ମାସ(ମଳ)- କୃଷ୍ଣପକ୍ଷ
    ତିଥି- ଅଷ୍ଟମୀ ରାତ୍ରି ଘ୦୩/୩୨ ଗତେ ନବମୀ
    ନକ୍ଷତ୍ର-ଶତଭିଷା ଦିବା ଘ୦୯/୫୮ଗତେ ପୂର୍ବଭାଦ୍ର
    ଚନ୍ଦ୍ର- କୁମ୍ଭ ରାତ୍ରି ଘ୦୪/୨୫ ଗତେ ମୀନ
    ଯୋଗ- ବିସ୍କୁମ୍ଭ
    କରଣ – ବାଳବ
    ସୌରମାସ- ବୃଷ ୨୫ ଦିନ
    ✧═════•❁❀❁•════✧
    ସୁର୍ୟୋଦୟ-ପ୍ରାତଃଘ୦୫/୧୧/୩୬
    ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୨୧/୪୭
    *✧═════•❁❀
    *ଯୋଗିନୀ ଐଶ।ନ୍ୟେ ରାତ୍ରି ଘ୦୩/୩୨ ଗତେ ପୂର୍ବେ*
    ମିଥୁନ ରାଶିର ଘାତବାର
    ମିଥୁନ ଓ ମୀନ ରାଶି ର ଘାତଚନ୍ଦ୍ର
    ଅଷ୍ଟମୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ
    ମୃତେ ଦିବା ଘ୦୯/୫୮ ଗତେ ଏକପ।ଦ ପୁଷ୍କର ଦୋଷ
    ✧═════•❁❀❁•═══
    କାଳବେଳା-ଦିବା ଘ୦୬/୪୭ ଗତେ ଘ୦୮/୨୫ ମଧ୍ୟେ
    ବାରବେଳା- ଦିବା ଘ୦୩/୦୫ ଗତେ ଘ୦୪/୪୫ ମଧ୍ୟେ
    ══•❁❀❁•═*
    ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୮/୨୬ ଗତେ ଘ୧୦/୦୦ ମଧ୍ୟେ ଓ ରାତ୍ରି ଘ୦୯/୩୩ ଗତେ ମଧ୍ୟେ ରାତ୍ରି ଘ୦୯/୩୫ ଗତେ ଘ୧୨/୪୦ ମଧ୍ୟେ
    ବିଶୁଦ୍ଧ ମାହେନ୍ଦ୍ର ବେଳ।- ରାତ୍ରି ଘ୦୪/୪୦ ଗତେ ଘ୦୫/୦୮ ମଧ୍ୟେ ═✧══•❁❀❁•═*════✧
    *ଅଦ୍ୟ ନଡ଼ିଆ ରାତ୍ରି ଘ୦୩/୩୨ ଗତେ ଲାଉ ଭକ୍ଷଣ ନିଷେଧ*
    ═✧══•❁❀❁•═════✧
    ଡ:ବାୟୁନନ୍ଦନ ମିଶ୍ର
    ଜ୍ୟୋତିଷ ଓ ବାସ୍ତୁ ପରାମର୍ଶକେନ୍ଦ୍ର
    ଅଦୃଶ୍ୟଶକ୍ତି ଭବନ
    ଇଟାମୁଣ୍ଡଳୀ, ହଳଦିଆ, କଟକ-୭୫୪୨୦୭
    ମୋବାଇଲ-9437064130
    www.adrushyashaktiastro.com
    ✧═════•❁❀❁•═════✧
    🌼🌹꧁ ଆଜିର ରାଶିଫଳ꧂🌹🌼
    ✧═════•❁❀❁•═════✧
    🌷ମେଷ🌷👉 – ଆଜି ବ୍ୟାପାରରେ ନୂତନ ଯୋଜନାକୁ କାର୍ଯ୍ୟକାରୀ କରନ୍ତୁ ନାହିଁ | ପରିବାରରେ ମନୋମାଳିନ୍ୟ ଦେଖାଦେବ । ଆଧ୍ୟାତ୍ମିକ ଦିଗରେ ରୁଚି ବଢିବ | ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ | କର୍ମକ୍ଷେତ୍ରରେ ଉଚ୍ଚସ୍ଥଧିକାରୀଙ୍କ ସହ ଦେଖିଚାହିଁ କଥାବାର୍ତ୍ତା କରନ୍ତୁ |
    ✧═════•❁❀❁•═════✧
    🌷ବୃଷ🌷👉 – ଆଜି ମିତ୍ରଙ୍କ ସହ ସାକ୍ଷାତ ହୋଇପାରେ | କର୍ମକ୍ଷେତ୍ରରେ ଉଚ୍ଚସ୍ଥଅଧିକାରୀଙ୍କ ପ୍ରଶଂସା ମିଳିପାରେ | ବ୍ୟାପାରରେ ନୂତନ ନିବେଶ ଶୁଭ ରହିବ | ପରିବାରରେ ସଦସ୍ୟଙ୍କ ସହ କୌଣସି ପର୍ଯ୍ୟଟନସ୍ଥଳୀକୁ ବୁଲିବାକୁ ଯାଇପାରନ୍ତି ।ସାମାଜିକ ପ୍ରତିଷ୍ଠା, ଯଶ କୀର୍ତ୍ତି ମିଳିପାରେ ।
    ✧═════•❁❀❁•═════✧
    🌷ମିଥୁନ🌷👉 – ଆଜି ପରିବାରରେ ସୁଖ-ଶାନ୍ତିରେ ସମୟ କାଟିବେ ।ସ୍ବାସ୍ଥ୍ୟବାନ ରହିବା ସହ ଅର୍ଥପ୍ରାପ୍ତି ହେବ ।ଅଯଥା କଥାରେ ରାଗନ୍ତୁ ନାହିଁ;ନଚେତ ଅସୁବିଧା ହୋଇପାରେ | କର୍ମକ୍ଷେତ୍ରରେ ସହଯୋଗୀଙ୍କ ସାହାଯ୍ୟ ମିଳିପାରେ ।ବ୍ୟାପାରରେ ପାର୍ଟନରଙ୍କ ସହଯୋଗ ଦ୍ୱାରା ନୂତନ ଯୋଜନାକୁ କାର୍ଯ୍ୟକାରୀ କରି ଲାଭ ମିଳିବ।
    ✧═════•❁❀❁•═════✧
    🌷କର୍କଟ🌷👉 – ଆଜି ପରିବାରରେ ସନ୍ତାନଙ୍କ ସ୍ୱାସ୍ଥ୍ୟ ସମସ୍ୟା ଚିନ୍ତାବୃଦ୍ଧି କରିପାରେ । କଟୁବାକ୍ୟ କହିବାରୁ ନିକଟ ସମ୍ପର୍କୀୟଙ୍କ ସହ କଳହ ହୋଇପାରେ | ଅଯଥା ଖର୍ଚ୍ଚବୃଦ୍ଧି ଯୋଗୁଁ ଚିନ୍ତିତ ରହିବେ | କାର୍ଯ୍ୟକ୍ଷେତ୍ରରେ ଉଚ୍ଚସ୍ଥଅଧିକାରୀଙ୍କ ନିନ୍ଦା ଅପବାଦ ମିଳିପାରେ | ବ୍ୟାପାରରେ ନୂତନ ନିବେଶରୁ ଦୂରେଇ ରୁହନ୍ତୁ |
    ✧═════•❁❀❁•═════✧
    🌷ସିଂହ🌷👉 – ଆଜି ବ୍ୟାପାରରେ ଦିନଟି ମଧ୍ୟମ ରହିବ ।ପରିବାରରେ ମାତାଙ୍କ ସ୍ୱାସ୍ଥ୍ୟ ନେଇ ଚିନ୍ତିତ ରହିବେ । ନିଜ ପ୍ରିୟଜନଙ୍କ ସହ କିଛି କଥା କଟାକଟି ହେବାରୁ ମନ ଅଶାନ୍ତ ରହିବ | ଦୁଃସମ୍ବାଦମିଳିପାରେ ।କାର୍ଯ୍ୟକ୍ଷେତ୍ରରେ ଜରୁରୀ କାଗଜପତ୍ରରେ ଭୁଲ ହେବାରୁ ଚିନ୍ତିତ ରହିବେ |
    ✧═════•❁❀❁•═════✧
    🌷କନ୍ୟା🌷👉 – ଆଜି ଶତ୍ରୁ ପରାଜୟ ହୋଇପାରେ | ବନ୍ଧୁଙ୍କ ସହ ଉତ୍ତମ ସମୟ ବିତେଇବେ | ଆଧ୍ୟାତ୍ମ୍ୟ ଦିଗରେ ସମୟ ନିୟୋଜିତ କରିବେ | କାର୍ଯ୍ୟକ୍ଷେତ୍ରରେ ଉଚ୍ଚସ୍ଥଅଧିକାରୀଙ୍କ ସହ କିଛି ନୂଆ ଯୋଜନା ପାଇଁ ବିଦେଶ ଯାତ୍ରା କରିବେ ।ବ୍ୟାପାରରେ ଲାଭବାନ ହେବେ ।ପରିବାରରେ ସୁଖରେ ସମୟ ବିତିବ।
    ✧═════•❁❀❁•═════✧
    🌷ତୁଳା🌷👉 – ବନ୍ଧୁ ପରିଜନଙ୍କ ସହ ଉତ୍ତେଜିତ ହୋଇ ବାର୍ତ୍ତାଳାପ କରନ୍ତୁ ନାହିଁ | ଜିଦି ସ୍ଵଭାଵ ଯୋଗୁଁ କାର୍ଯ୍ୟ ବିଗିଡିଯାଇପାରେ | କାର୍ଯ୍ୟକ୍ଷେତ୍ରରେ ଉଚ୍ଚସ୍ଥଅଧିକାରୀଙ୍କ ସହ ବାକବିତଣ୍ଡା ହୋଇପାରେ | ବ୍ୟାପାରରେ ହାନି ହୋଇପାରେ | ପରିବାରରେ ସଦସ୍ୟଙ୍କ ସହ ମନୋମାଳିନ୍ୟ ହୋଇପାରେ ।ଆଜି କୌଣସି ଜରୁରୀ ନିର୍ଣ୍ଣୟ ନିଅନ୍ତୁ ନାହିଁ ।
    ✧═════•❁❀❁•═════✧
    🌷ବିଛା🌷👉 – ଆଜି ନିଜ ବନ୍ଧୁପରିଜନ ଠାରୁ ଉପହାର ମିଳିପାରେ | କୌଣସି ଶୁଭସମାଚାର ପାଇ ମନ ଉଲ୍ଲସିତ ହେବ | କାର୍ଯ୍ୟକ୍ଷେତ୍ରରେ ସହଯୋଗୀଙ୍କ ସାହାଯ୍ୟ ଦ୍ୱାରା ନିଜ କାମ ସଫଳ ହେବ | ବ୍ୟବସାୟରେ ଉନ୍ନତି ଯୋଗୁଁ ମାନସିକ ଶାନ୍ତି ମିଳିପାରେ | ପରିବାରରେ ସୁଖ-ଆନନ୍ଦରେ ସମୟ ବିତିବା ସହ ଉତ୍ତମ ଭୋଜନ ମିଳିବ ।
    ✧═════•❁❀❁•═════✧
    🌷ଧନୁ🌷👉 – ଆଜି ଶାରୀରିକ ଅସୁସ୍ଥତା ଯୋଗୁଁ ଧନଖର୍ଚ୍ଚ ହୋଇପାରେ | ବାକ-ସଂଯତ ରୁହନ୍ତୁ; ନଚେତ ବାଦବିବାଦ ହୋଇପାରେ | କାର୍ଯ୍ୟକ୍ଷେତ୍ରରେ ଅଳସୁଆମୀ ବୃଦ୍ଧି ହେତୁ ଉଚ୍ଚସ୍ଥଅଧିକାରୀଙ୍କ ଗାଳି ଶୁଣିବାକୁ ପଡିପାରେ | ବ୍ୟାପାରରେ ଦିନଟି ମଧ୍ୟମ ରହିବ | ପରିବାରରେ ତର୍କ-ବିତର୍କ ଯୋଗୁଁ କଳହ ଦେଖାଦେବ ।
    ✧═════•❁❀❁•═════✧
    🌷ମକର🌷👉 – ଆଜି ସାମାଜିକ ମାନ-ସମ୍ମାନ ମିଳିପାରେ | ମିତ୍ରଙ୍କ ସହ ମନୋରଞ୍ଜନ ପାଇଁ ଭ୍ରମଣରେ ଯାଇପାରନ୍ତି | କାର୍ଯ୍ୟକ୍ଷେତ୍ରରେ କୌଣସି ମହିଳା ସହଯୋଗୀ ସାହାଯ୍ୟ କରିବେ | ବ୍ୟାପାରରେ ନୂତନ ନିବେଶ ଲାଭବାନ କରାଇବ | ପରିବାରରେ କୌଣସି ଶୁଭ କାର୍ଯ୍ୟ ଆୟୋଜନରେ ବ୍ୟସ୍ତ ରହିବେ |
    ✧═════•❁❀❁•═════✧
    🌷କୁମ୍ଭ 🌷👉– ଆଜି ପ୍ରତି କ୍ଷେତ୍ରରେ ସୁଫଳ ମିଳିବା ସହ ଧନବୃଦ୍ଧି ହୋଇପାରେ | କୌଣସି ଦୀର୍ଘଦିନ ଧରି ଅଟକିଥିବା କାର୍ଯ୍ୟ ସମ୍ପୂର୍ଣ ହେବାରୁ ମନ ପ୍ରଫୁଲ୍ଲ ରହିବ | ଗୁରୁଜନଙ୍କ ଆଶୀର୍ବାଦ ମିଳିବ | କାର୍ଯ୍ୟକ୍ଷେତ୍ରରେ ପଦୋନ୍ନତି ମିଳିପାରେ | ବ୍ୟାପାରରେ ନିବେଶ ଶୁଭ ରହିବ | ପରିବାରରେ ସୁଖ-ଆନନ୍ଦରେ ସମୟ କାଟିବେ |
    ✧═════•❁❀❁•═════✧
    🌷ମୀନ🌷👉 – ଆଜି ଆଳସ୍ୟ ଓ ଥକ୍କା ଅନୁଭବ କରିବେ | ଜରୁରୀ କାର୍ଯ୍ୟ କିମ୍ୱା ନିର୍ଣୟ ନିଅନ୍ତୁ ନାହିଁ | କାର୍ଯ୍ୟକ୍ଷେତ୍ରରେ ଉଚ୍ଚସ୍ଥଅଧିକାରୀଙ୍କ ସହ ଦେଖିଚାହିଁ କଥାବାର୍ତ୍ତା କରନ୍ତୁ | ବ୍ୟାପାରରେ ବାଧା ଆସିପାରେ | ପରିବାରରେ ହଠାତ ପ୍ରତିକ୍ରିୟାଶୀଳ ହେବାରୁ କଥା କଟାକଟି ହୋଇପାରେ |
Share

Leave a Reply