tatkalodisha.in

ସତ୍ୟ.. ନିରପେକ୍ଷ.. ତତ୍କାଳ

ଫେବୃଆରୀ ୨୮:କେମିତି ବିତିବ ଦିନ

1 min read

Oplus_16908288

  • ═════•❁❀❁•═════✧
    ଅଦ୍ୟ ଫେବୃଆରୀ ମାସ ୨୮ ତାରିଖ ୨୦୨୬ ମସିହା (ଶନିବାର)
    ଶକାବ୍ଦ -୧୯୪୭
    ସମ୍ବତ -୨୦୮୨
    ଦିଲ୍ଲୀସ୍ୱରାଦ୍ଧ-୧୪୩୩
    ସମ୍ବତ୍ସର-ସିଦ୍ଧାର୍ଥ
    ଫାଲଗୁନମାସ- ଶୁକ୍ଳପକ୍ଷ
    ତିଥି- ଦ୍ୱାଦଶୀ ରାତ୍ରି ଘ୦୮/୫୬ ଗତେ ତ୍ରୟୋଦଶୀ
    ନକ୍ଷତ୍ର- ପୁନର୍ବସୁ ଦିବା ଘ୧୦/୨୩ ଗତେ ପୂଷ୍ୟା
    ଚନ୍ଦ୍ର- କର୍କଟ
    ଯୋଗ- ସୌଭାଗ୍ୟ
    କରଣ – ବବ
    ସୌରମାସ- କୁମ୍ଭ ୧୬ ଦିନ
    ✧═════•❁❀❁•════✧
    ସୁର୍ୟୋଦୟ-ପ୍ରାତଃଘ୦୬/୧୧/୫୮
    ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୪୮/୩୬
    *✧═════•❁❀
    *ଯୋଗିନୀ ନୈରୁତେ ରାତ୍ରି ଘ୦୮/୫୬ ଗତେ ଦକ୍ଷିଣେ*
    ବୃଷ,ସିଂହ ଓ କନ୍ୟା ରାଶିର ଘାତବାର
    ଦ୍ୱ।ଦଶୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ
    ମୃତେ ତ୍ରିପାଦ ଓ ଦିବା ଘ୧୦/୨୩ ଗତେ ଦ୍ଵି ପାଦ ଓ ରାତ୍ରି ଘ୦୮/୫୬ ଗତେ ଏକପାଦ ପୁଷ୍କର ଦୋଷ
    ✧═════•❁❀❁•═══
    କାଳବେଳା -ଦିବା ଘ୦୭/୪୮ ମଧ୍ୟେ ଓ ଘ୦୪/୨୦ ଗତେ ଘ୦୫/୪୬ ମଧ୍ୟେ
    ବାରବେଳା- ଦିବା ଘ୦୧/୨୯ ଗତେ ଘ୦୨/୫୬ ମଧ୍ୟେ
    ══•❁❀❁•═
    ବିଶୁଦ୍ଧ ଅମୃତ ବେଳା- ଦିବା ଘ୧୦/୧୧ ଗତେ ଘ୦୧/୨୮ ମଧ୍ୟେ ଓ ରାତ୍ରି ଘ୦୮/୧୦ ଗତେ ଘ୧୦/୩୪ ମଧ୍ୟେ ରାତ୍ରି ଘ୧୨/୧୦ ଗତେ ଘ୦୧/୪୬ମଧ୍ୟେ
    ବିଶୁଦ୍ଧ ମାହେନ୍ଦ୍ର ବେଳ।- ନା ସ୍ତି
    ═✧══•❁❀❁•═════✧
    ଅଦ୍ୟ ପୋଇ ଭକ୍ଷଣ ନିଷେଧ
    ═✧══•❁❀❁•═════✧


ଡ:ବାୟୁନନ୍ଦନ ମିଶ୍ର
ଜ୍ୟୋତିଷ ଓ ବାସ୍ତୁ ପରାମର୍ଶକେନ୍ଦ୍ର
ଅଦୃଶ୍ୟଶକ୍ତି ଭବନ
ଇଟାମୁଣ୍ଡଳୀ, ହଳଦିଆ, କଟକ-୭୫୪୨୦୭
ମୋବାଇଲ-9437064130
www.adrushyashaktiastro.com
✧═════•❁❀❁•═════✧
🌼🌹꧁ ଆଜିର ରାଶିଫଳ꧂🌹🌼
✧═════•❁❀❁•═════✧
🌹ମେଷ🌹👉
ଆଜି ବନ୍ଧୁମିଳନରୁ ଆନନ୍ଦିତ ହେବେ ଓ ଆନୁଷ୍ଠାନିକ କାମରେ ବ୍ୟସ୍ତ ରହିବେ ସମସ୍ୟା ସମାଧାନ ସକାଶେ ବନ୍ଧୁଙ୍କ ସହ ଅଧିକାଂଶ ସମୟ ଆଲୋଚନା କରିପାରନ୍ତି। ଅପରାହ୍ନେ ଖୋଜୁଥିବା ଜିନିଷଟି ପାଇ ଖୁସୀ ହୋଇଯିବେ। ବ୍ୟବସାୟ ଏବଂ ବାଣିଜ୍ୟ କ୍ଷେତ୍ରରେ ସମସ୍ୟା ମଧ୍ୟ ଦୂରହୋଇଯିବ।
✧═════•❁❀❁•═════✧

🌹ବୃଷ🌹👉
ଶାରୀରିକ ଅସୁସ୍ଥତା ମଧ୍ୟରେ କାମ କରିବାକୁ ବାଧ୍ୟ ହେବେ । ପରିବାର, ଯାନବାହନ, ପରିବହନ ଏବଂ ବାଣିଜ୍ୟ, ଶିଳ୍ପ କ୍ଷେତ୍ରରେ ମଧ୍ୟ ଶିଥିଳତା ଦେଖାଦେଇପାରେ। ବିଗତ ଦିନର ସମସ୍ୟାଗୁଡ଼ିକର ସମାଧାନ ସକାଶେ ବିଭିନ୍ନ ପ୍ରକାର ଚିନ୍ତା ମନକୁ ଆନ୍ଦୋଳିତ କରିବ। ଖଳଲୋକଙ୍କ କଥାକୁ ସତ ମଣି ଘରେ ଝଗଡ଼ା ହେବ।

✧═════•❁❀❁•═════✧
🌹ମିଥୁନ🌹👉
ଆଜିର ଯାତ୍ରା ସମୟରେ ଅପରିଚିତ ବ୍ୟକ୍ତିଙ୍କଠାରୁ ଦୂରେଇ ରହିବା ଭଲ । ଅନ୍ୟମନସ୍କ ହେତୁକ କୌଣସି ଭୁଲ୍‌ କାମ କରି ଅନୁତପ୍ତ ହୋଇପାରନ୍ତି। ହାତକୁ ନେଇଥିବା ଅସମ୍ପୂର୍ଣ୍ଣ କାମକୁ ସମ୍ପୂର୍ଣ୍ଣ କରିବେ । ବ୍ୟବସାୟ ଓ ବାଣିଜ୍ୟ କ୍ଷେତ୍ର ମନ୍ଦ ହେବନି, ତଥାପିି ରୋଜଗାରଠାରୁ ଖର୍ଚ୍ଚ ବଳିଯିବ।

✧═════•❁❀❁•═════✧
🌹କର୍କଟ🌹👉
କୌଣସି କ୍ଷେତ୍ରରେ ତରବରିଆ ପଦକ୍ଷେପ ନେଲେ ଅସୁବିଧାରେ ପଡ଼ିବେ। ଦୀର୍ଘଦିନର ଆଶା ଫଳବତୀ ହେବାରେ କୌଣସି ଅସୁବିଧା ରହିବ ନାହିଁ କିନ୍ତୁ ବିବାଦୀୟ ପରିସ୍ଥିତି କିମ୍ବା ମାଲି ମକଦ୍ଦମାରେ ସଫଳତା ପାଇବେ ନାହିଁ । ଉଚ୍ଚ ପଦାଧିକାରୀଙ୍କ ନିକଟରେ ନିଜର ମନର ଭାବକୁ ପ୍ରକାଶ କରିବାରେ ପଛେଇଯିବେ।
✧═════•❁❀❁•═════✧

🌹ସିଂହ🌹👉
ପରୋକ୍ଷ ଶତ୍ରୁତା କାରଣରୁ କାର୍ଯ୍ୟ ସାଧନରେ ନିଜର ଲୋକମାନଙ୍କ ତରଫରୁ ସହଯୋଗ ପାଇବେନି । ଯାନବାହନ, ବ୍ୟବସାୟ ଓ ବାଣିଜ୍ୟରୁ ଲାଭବାନ୍‌ ହେବେ । ନିର୍ମାଣାଧୀନ ଗୃହ, ରାସ୍ତାକାମ, ହଠାତ୍‌ କିଛିଦିନ ସକାଶେ ଅଟକି ରହିଯାଇପାରେ । ଲେଖାପଢ଼ା, ଆଲୋଚନା, ଚୁକ୍ତିପତ୍ର କ୍ଷେତ୍ରରେ ସୁଫଳ ପାଇବେ ।

✧═════•❁❀❁•═════✧
🌹କନ୍ୟା🌹👉
ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଘଟିବା କାରଣରୁ ମନ ଏକ ପ୍ରକାର ହାଲୁକା ହୋଇଯିବ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ବିଶେଷ ଉନ୍ନତି କରିବେ। କୌଣସି ଗୃହ, ଜମିଜମା ସମ୍ବନ୍ଧୀୟ ବିଷୟରେ ଯୋଗାଯୋଗ କଲେ ଅବଶ୍ୟ ଉପକୃତ ହେବେ। ଧାରକରଜ କରି ଆବଶ୍ୟକତା ପୂରଣ କରିବା ପାଇଁ ମନସ୍ଥ କରିପାରନ୍ତି।

✧═════•❁❀❁•═════✧
🌹ତୁଳା🌹👉,
ବିଭିନ୍ନ ପ୍ରକାର କାମରେ ଅନୁପ୍ରବେଶକରି ମନକୁ ଭାରାକ୍ରାନ୍ତ କରିପାରନ୍ତି। କର୍ମକ୍ଷେତ୍ରରେ ଏକ ସାଧାରଣ ଘଟଣାରେ ଉଚ୍ଚବାଚ ଓ ବିତର୍କ ଘଟିପାରେ। ଖର୍ଚ୍ଚଭାର ଯୋଗୁ ଚିନ୍ତାପ୍ରକଟ କରିବେ, କିନ୍ତୁ କୌଣସି ଉପାୟ ପାଇବେ ନାହିଁ । ପାଖ ପଡ଼ୋଶୀଙ୍କ ସହ ସୁସମ୍ପର୍କ ରକ୍ଷା କରିବାରେ ସମର୍ଥ ହେବେ ।

✧═════•❁❀❁•═════✧
🌹ବିଛା🌹👉
ଆଶା କରୁଥିବା ଦିଗରୁ ଅର୍ଥ ପାଇବେ, କିନ୍ତୁ ଏଥିପାଇଁ ଆପଣଙ୍କୁ ସାମାନ୍ୟ କଷ୍ଟ ସ୍ବୀକାର କରିବାକୁ ପଡ଼ିବ। ଅତି ଭଲ ସମ୍ପର୍କ ରହିଥିବା ବନ୍ଧୁମାନଙ୍କ ଆଚରଣରେ ଅସନ୍ତୁଷ୍ଟ ରହିବେ। ପରିବାରର ଆବଶ୍ୟକତା ପୂରଣ କରିବା ସକାଶେ ପର ପାଖରେ ମୁଣ୍ଡ ନୂଆଁଇବାକୁ ବାଧ୍ୟ ହୋଇପାରନ୍ତି।ସୁସ୍ବାଦୁ ଭୋଜନ ଉପୋଭୋଗ କରିବେ।

✧═════•❁❀❁•═════✧
🌹ଧନୁ🌹👉
କୌଣସି କାର୍ଯ୍ୟସାଧନ କ୍ଷେତ୍ରରେ ଟେନ୍‌ସନ ଲାଗି ରହିବା କାରଣରୁ ମାନସିକ ସ୍ଥିତି ଠିକ୍‌ ରହିବନାହିଁ। କିନ୍ତୁ କାରବାର ବୃଦ୍ଧି ହେତୁ ଆର୍ଥିକ ସ୍ବଚ୍ଛଳତା ଫେରି ଆସିବା କାରଣରୁ ସାମୟିକ ଆମତ୍ତୃପ୍ତି ଲାଭ କରିବେ। ଆଧ୍ୟାତ୍ମିକ ଭାବଧାରାରେ ଉଦ୍‌ବୁଦ୍ଧ ହେବେ। ସଭାସମିତିରେ ଆଲୋଚନାରେ ଏକମତ ହେବାକୁ ବାଧ୍ୟ ହେବେ ।

✧═════•❁❀❁•═════✧
🌹ମକର🌹👉
ଆପଣଙ୍କ ପରାମର୍ଶ ବନ୍ଧୁମାନଙ୍କ ମନକୁ ବେଶ୍‌ ପାଇବ, ଫଳରେ ପ୍ରଶଂସା ପାଇ ଖୁସୀ ହେବେ। ପ୍ରକାଶନ, ଏଜେନ୍ସିପ୍‌, ଆଇନ ଅଦାଲତ କ୍ଷେତ୍ରରେ ଶୁଭଫଳ ପାଇପାରନ୍ତି। ଉପରିସ୍ଥଙ୍କ ନିର୍ଦ୍ଦେଶରେ ହଠାତ୍‌ ଯାତ୍ରା କରିବାକୁ ପଡ଼ିପାରେ। ମାତ୍ର ରାସ୍ତାରେ ଅପରିଚିତ ବ୍ୟକ୍ତିବିଶେଷ ଚିନ୍ତାର କାରଣ ହୋଇପାରନ୍ତି।

✧═════•❁❀❁•═════✧
🌹କୁମ୍ଭ🌹
କର୍ମକ୍ଷେତ୍ରରେ ଲୋକସମ୍ପର୍କ ବୃଦ୍ଧି ସକାଶେ ନୂତନ ଉପାୟ ଖୋଜି ବାହାର କରିବାରେ ସମର୍ଥ ହେବେ। ପ୍ରତୀକ୍ଷା କରିଥିବା କୌଣସି ଖବର ପାଇ ଖୁସି ହୋଇପାରନ୍ତି। ପାରିବାରିକ ସମସ୍ୟା, ହଜିଯାଇଥିବା ଜିନିଷ ପାଇଁ ବ୍ୟସ୍ତତା ବଢ଼ିଯିବ। ଅଫିସରେ ଛୋଟ ଘଟଣାକୁ ଚିନ୍ତା କରି ଟେନ୍‌ସନରେ ରହିପାରନ୍ତି।

✧═════•❁❀❁•═════✧
🌹ମୀନ🌹👉
ଆଜିର ଆନୁଷ୍ଠାନିକ କାମରେ ସମ୍ମାନନୀୟ ବ୍ୟକ୍ତି ବିଶେଷ ସହାୟତା କରିବେ। ସାହିତ୍ୟ, ସାମ୍ବାଦିକତା କାମରେ ଉଚ୍ଚ ପ୍ରଶଂସା ପାଇବେ। କଥା କଟାକଟି କାରଣରୁ ପରିବାରରେ ଅଶାନ୍ତ ପରିସ୍ଥିତି ସୃଷ୍ଟି ହେବା ସମ୍ଭାବନାକୁ ଏଡ଼ିହେବ ନାହିଁ। ଆର୍ଥିକ ସ୍ଥିତି ସେତେଟା ଭଲ ନ ଥିଲେ ମଧ୍ୟ କୌଣସି କାମ ଅଟକିବ ନାହିଁ।
✧═════•❁❀❁•═════✧

Share

Leave a Reply