ମହାପ୍ରଭୁଙ୍କ ବିରଳ ‘ନବଯୌବନ ଦର୍ଶନ’
1 min read
Oplus_16908288
ଅନବସର ଚତୁର୍ଦଶୀରେ ବନକଲାଗି କାର୍ଯ୍ୟ ଦତ୍ତ ମହାପାତ୍ରମାନେ କରନ୍ତି |ତା’ପରେ ଚକା ଅପସରଲାଗି ହୁଏ | ନୂଆ କନା ପଡି ଏସବୁ ତିଆରି ହୋଇଥାଏ | ଏହା ଲାଗିପରେ ଏବଂ ‘ଦଶାବତାର ‘ ଠାକୁରମାନଙ୍କର ଆଳତି ଓ ଅବକାଶ ନୀତି ପରେ ମହାଜନମାନେ ‘ଦଶାବତାର ‘ରୁ ପାଞ୍ଚମୂର୍ତ୍ତି ଦକ୍ଷିଣଘରକୁ ନିଅନ୍ତି |
ଶ୍ରୀଦେବୀ ଓ ଭୁଦେବୀଙ୍କୁ ଖଟଶେଯ ଘରେ ବିଜେ କରାନ୍ତି | ପଟି ଦିଅଁଙ୍କୁ ବିମଳା ମନ୍ଦିର ନିକଟସ୍ଥ ମଣ୍ଡଣୀ ଘରକୁ ବିଜେ କରାନ୍ତି |ଏହାପରେ କୋଠ ସୁଆଁସିଆ ମାନେ ଅଣସର ଘରୁ ତାଟି ଓ ଖଟ ବାହାର କରନ୍ତି |
ଭିତରେ ପାଣି ପଡିବା ପରେ ସେବକମାନେ ଓ ସର୍ବ ସାଧାରଣ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରନ୍ତି |ସେତେବେଳକୁ ଅମାବାସ୍ୟାର ସକାଳ ହୋଇଯାଇଥାଏ |
ଏହି ଦିଅଁ ଦର୍ଶନକୁ “ନବ ଯୌବନ “ଦର୍ଶନ କହନ୍ତି |

ନବ ଯୌବନ ଦର୍ଶନ ଦିନ ମନ୍ତ୍ର ଉଚ୍ଚାରଣ କରି ଦିଅମାନଙ୍କର ନେତ୍ର ପଦ୍ମରେ ଦୁଇଟି କଜ୍ଜଳ ବିନ୍ଦୁ ପ୍ରଦାନ କରାଯାଏ |ଏହା ନେତ୍ରୋତ୍ସବ ନାମରେ ବିଖ୍ୟାତ |ଏହି ତ୍ରାଟକ ବିନ୍ଦୁ ଅତି ଶକ୍ତିଶାଳୀ ଓ ପ୍ରଭାବଶାଳୀ ମନେକରାଯାଏ |
ତାହା ଜୀଉ ମାନଙ୍କୁ ପ୍ରଦତ୍ତ ହେଲାପରେ ଶ୍ରଦ୍ଧାଳୁ ମାନେ ସବୁ ସ୍ଥାନରେ ଅନୁଭବ କରନ୍ତି ଯେପରି ପ୍ରଭୁ ତାଙ୍କରି ଆଡକୁ ଅପଲକ ନୟନରେ ଅନାଇ ରହିଛନ୍ତି |ଜୟ ଜଗନ୍ନାଥ 🙏🙏
- ଶ୍ରୀକାନ୍ତ ଦାଶ
ସାଧାରଣ ସମ୍ପାଦକ, ଓଡ଼ିଆ ଜାତୀୟ ସମ୍ମିଳନୀ, ଓ ସଭାପତି, “ଅବି “
Email :
srikantadash.bpc@gmail.com
