03/09/2026

tatkalodisha.in

ସତ୍ୟ.. ନିରପେକ୍ଷ.. ତତ୍କାଳ

PUC ଫାଇନ ମନ୍ତ୍ରୀଙ୍କ “ଭାଇନା”

1 min read

ନାରାୟଣ … ନାରାୟଣ

ଭାଇନା I କେତେବେଳେ ଓ କେଉଁଠି କୁହାଯିବ ଏବଂ କାହାକୁ ସମ୍ବୋଧନ କରିଯିବା କଥା, ତାହାକୁ ଆମର ପରମ୍ପରା ଶିଖାଇଛି I ହେଲେ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ସରକାରୀ କାର୍ଯ୍ୟକ୍ରମରେ ଜଣେ ମନ୍ତ୍ରୀ ଅନ୍ୟ ଜଣେ ମନ୍ତ୍ରୀଙ୍କୁ “ଭାଇନା” ବୋଲି ସମ୍ବୋଧନ କରିବା କେତେଦୂର ଠିକ??

ଆସନ୍ତୁ ଦେଖିବା ମନ୍ତ୍ରୀ PUC ଫାଇନ ମନ୍ତ୍ରୀ କଣ କହୁଛନ୍ତି..

  • ଓଡିଶା ସରକାରଙ୍କ ପରିବହନ ମନ୍ତ୍ରୀ ବିଭୂତି ଜେନା I ଗଣ ମାଧ୍ୟମରେ ଏବେ ଖୁବ ଚର୍ଚିତ ନାମ I ସେ ବିଳବିଳେଇ ହେଲେ ବି ନ୍ୟୁଜ ହେଉଛି I କେତେବେଳେ ସେ ଜୀବନ ତତ୍ତ୍ୱ ଉପରେ ଦୀକ୍ଷାନ୍ତ ଭାଷଣ ଦେଉଛନ୍ତି ତ କେତେବେଳେ ସରକାରୀ ତଥ୍ୟ ଦେଇ ଭାସୁଛନ୍ତି I ଏଇ ନିକଟରେ ଏକ ସରକାରୀ କାର୍ଯ୍ୟକ୍ରମରେ କହୁ କହୁ ଅନେକ କଥା କହିଥିଲେ I
  • ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କୁ “ଭାଇନା” “ଭାଇନା” ବୋଲି ବାରମ୍ବାର ସମ୍ବୋଧନ କରି ତାଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଚେଷ୍ଟା କରିଥିଲେ।
  • ମାତ୍ର ପୂର୍ତ୍ତ ମନ୍ତ୍ରୀ ତାହା ଶୁଣି ସ୍ମିତ ହାସ୍ୟ କରିଥିଲେ I
  • କୌଣସି ସରକାରୀ କାର୍ଯ୍ୟକ୍ରମରେ ମନ୍ତ୍ରୀଙ୍କୁ “ଭାଇନା” କୁହା ଯାଇ ପାରିବ କି?? ଏହା ଉପରେ ଉପସ୍ଥିତ ଲୋକେ ଭାଇନା ସମ୍ବୋଧିତ କରିବା ଶବ୍ଦରେ ଖୁଵ ହାସ୍ୟରୋଳ ସୃଷ୍ଟି କରିଥିଲେ I

ପରେ ମନ୍ତ୍ରୀ ମହାଶୟ ଟିଭି ଚ୍ୟାନେଲ ଓ ସାମାଜିକ ଗଣମାଧ୍ୟମକୁ ଟାର୍ଗେଟ କରି କହିଥିଲେ…

  • ମିଛ ଦେଖେଇବାର ସାହସ ଯଦି ଅଛି, ସତ ଦେଖେଇବାର ସତସାହସ ବି ରହିବା ଦରକାର I

ଏହା ପରେ ମନ୍ତ୍ରୀ ଗଦ ଗଦ ହୋଇ ପିପିଲି ଠାରେ ନିଜ ବିଭାଗର ଭୁଲ ପାଇଁ ହୋଇଥିବା ସାମ୍ବାଦିକାଙ୍କ ମୃତ୍ୟୁକୁ ଦୋହରାଇ ଥିଲେ ଏବଂ ପୂର୍ତ୍ତ ମନ୍ତ୍ରୀଙ୍କୁ ମଧ୍ୟ ଏହି ଭଳି ଭୁଲ ପାଇଁ ଆଗକୁ ନିଜ ନିଜ ମନ୍ତ୍ରାଳୟର ଗାରିମା କ୍ଷୟରୁ ବର୍ତ୍ତିବା ପାଇଁ ସହଯୋଗ ଲୋଡିଥିଲେ..

ଏଥିରେ କୌଣସି ପ୍ରକାରରେ ମଧ୍ୟ ପିପିଲି ଠାରେ ହୋଇଥିବା ଦୁଃଖଦ ମୃତ୍ୟୁକୁ କେହି ଉପହାସ କରି ନଥିଲେ..

ମୃତ୍ୟୁବରଣ କରିଥିବା ସାମ୍ବାଦିକା ଏବଂ ତାଙ୍କ ବାନ୍ଧବୀ ଆମର ବି ଭଉଣୀ, ତାଙ୍କର ମୃତ୍ୟୁରେ ଆମେ ମଧ୍ୟ ଦୁଃଖିତ ବୋଲି ଉଭୟ ମନ୍ତ୍ରୀ ଦୋହରାଇ ଥିଲେ।

ହେଲେ ସେଠାରେ କିଛି ଚେଙ୍ଗଡ଼ା ଟୋକା କହିଥିଲେ… PUC ଫାଇନ ମନ୍ତ୍ରୀ ଏବେ “ଚାଲୁଛନ୍ତି

Share

Leave a Reply