tatkalodisha.in

ସତ୍ୟ.. ନିରପେକ୍ଷ.. ତତ୍କାଳ

କରିତକର୍ମା ଗାଦିମଡ଼ା ‘ବାବୁ’

1 min read

ନାରାୟଣ. .. ନାରାୟଣ.. 

କି କଥା ଇଏ..

ବାବୁ ତ ଅନେକ ଅଛନ୍ତି, ହେଲେ ଗାଦିମଡ଼ା ବାବୁଙ୍କ କଥା ନିଆରା I ଚୌକିରେ ବସିବା ମାତ୍ରେ ତାକୁ କବଜା କରନ୍ତି, ଆଉ ଛାଡ଼ନ୍ତି ନାହିଁ I 

ସରକାର ବଦଳୁ କି ରହୁ ତାଙ୍କର କିଛି ଯା’ଆସେ ନାହିଁ I ଜେନ ତେନ ପ୍ରକାରେଣ ଗାଦି ଛାଡ଼ନ୍ତି ନାହିଁ I ହାତ ଚିକ୍କଣରେ ଭାରି ବ୍ୟସ୍ତ ଥାନ୍ତି I

ଏମିତି ଜଣେ ଗାଦି ମଡ଼ା ବାବୁ ରାଜୀବ ଭବନରେ ଥିବା ଜଳସମ୍ପଦ ବିଭାଗରେ ଅଛନ୍ତି I ତାଙ୍କ ନାଁ “କିରଣ” ବାବୁ I

 ଶୁଣିବାକୁ ମିଳୁଛି ସେ ଭାରି କରିତକର୍ମା I କଳାକୁ ଧଳା କରିବାରେ ସେ ଭାରି ମାହିର I 

ଜଳ ସମ୍ପଦ ବିଭାଗରେ ସେ ପ୍ରାୟ ସାତ ବର୍ଷ ଧରି ଦୁଇଟି ବଡ଼ ପଦବୀ ହାତେଇଛନ୍ତି I ବଡ଼ ହାକିମଙ୍କୁ ଧରି ସେ ତାଙ୍କ କେଳେଙ୍କାରୀ ଚଳାଇଛନ୍ତି I 

ପୂର୍ବ ସରକାର ବେଳେ ତୃତୀୟ ମହଲାର ନିକଟତ୍ତର ଥିଲେ ବୋଲି ଢେର ପ୍ରଚାର କରୁଥିଲେ I ସରକାର ବଦଳିଲା ପରେ ନିଜ ରଙ୍ଗ ବଦଳ କରି ଗୋଟା ପଣେ ତୁଳସୀ ପାଲଟି ଯାଇଛନ୍ତି I ଏବେ ସୁଯୋଗ ଉଣ୍ଡି ସରକାରଙ୍କ ନିଜ ଅଧିକାରୀ ଭାବେ ପ୍ରଚାର କରୁଛନ୍ତି I ଏପରିକି ଗୋଟିଏ ବଡ଼ କମିଟିରେ ବି ସଦସ୍ୟ ହୋଇ କାର୍ଯ୍ୟ କରିଛନ୍ତି I

“ବାବୁ ଜଣକ ଜଳ ସମ୍ପଦ ବିଭାଗରେ ଯେତେ ଠିକା କାମ ହୁଏ ସେଠି ମୁଣ୍ଡ ପୁରାଅନ୍ତି I କାହିଁକି କରୁଥିବେ, ତାହା ଅନୁମାନ କରିପାରୁଥିବେ I  ସେ ନ ଚାହିଁଲେ କିଛି କାମ ହେଉ ନାହିଁ “

ଶୁଣିଲେ ଆଖି ତାରାଟି ଯିବ ଯେ’ ବାବୁ ଜଣକ  ଜଳ ସମ୍ପଦ ବିଭାଗରେ ଯେତେ ଠିକା କାମ ହୁଏ ସେଠି ମୁଣ୍ଡ ପୁରାଅନ୍ତି I କାହିଁକି କରୁଥିବେ, ତାହା ଅନୁମାନ କରିପାରୁଥିବେ I  ସେ ନ ଚାହିଁଲେ କିଛି କାମ ହେଉ ନାହିଁ I

ବାବୁଙ୍କ ବିଭାଗର କିଛି କର୍ମଚାରୀଙ୍କ କହିବା କଥା, ସମ୍ପୃକ୍ତ ବାବୁ ଜଣଙ୍କ ବହୁ ବେନାମୀ ସମ୍ପତିର ମାଲିକ I ତାଙ୍କର ତିନୋଟି ଘର,  ତିନୋଟି ମୂଲ୍ୟବାନ ଯାଗା ରହିଛି I ସେ ଯେଉଁ ପଦବୀକୁ ଯାଇଛନ୍ତି, ସେଠି ରାମ୍ପିଛନ୍ତି I 

ଖୋଦ ରାଜଧାନୀରେ ଛାତି ଉପରେ ହେଉଛି I ଲୋକସେବା ଭବନର ଅନତି ଦୂରରେ ରାକେଟ ସକ୍ରିୟ ରହିଛି I

 ଭିଜିଲାନ୍ସ କେମିତି ବାବୁଙ୍କ ଉପରେ ନଜର ପକାଉ ନାହିଁ ତାକୁ ନେଇ ଉଠିଛି ପ୍ରଶ୍ନ I ଦ୍ଵିତୀୟରେ ବିଭାଗୀୟ ମୁଖ୍ୟ କଣ ପାଇଁ ଏହି କରିତକର୍ମା ବାବୁଙ୍କୁ ଭରସା କରି ସବୁ କାମ ତାଙ୍କ ଜରିଆରେ କରୁଛନ୍ତି, ତାହା ମଧ୍ୟ ଅନୁସନ୍ଧାନ ସାପେକ୍ଷ I 

ତେଣୁ ଲୋକଙ୍କ ସରକାରଙ୍କର ଟିକିଏ ନଜର ପଡ଼ୁ… କେଳେଙ୍କାରୀ ବାବୁଙ୍କ ଅସଲ ମୁଖା ଖୋଲୁ….

ନହେଲେ, ଲୋକେ କହିବେ…. କି କଥା ଇଏ??

Share

Leave a Reply