ପୂର୍ବ ସରକାରରେ ଯିଏ ଭୁଲ କରିଥିବ,ତାଙ୍କ ବିରୋଧରେ ଭିଜିଲାନ୍ସ ଲଗାଅ : ଅରବିନ୍ଦ
1 min read
ଭୁବନେଶ୍ୱର //TATKAL ODISHA//
‘ପୂର୍ବ ସରକାରରେ ଯିଏ ଭୁଲ କରିଥିବ,ତାଙ୍କ ବିରୋଧରେ ଭିଜିଲାନ୍ସ ଲଗାଅ ଏବଂ କାର୍ଯ୍ୟାନୁଷ୍ଠାନ ଗ୍ରହଣ କର I’
ଶୁକ୍ରବାର ବିଧାନସଭାରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ଖର୍ଚ୍ଚ ଦାବୀ ଆଲୋଚନାରେ ଅଂଶ ଗ୍ରହଣ କରି ଏଭଳି ଆହ୍ୱାନ ଦେଇଛନ୍ତି ବିଜେଡିର ଯୁବ ବିଧାୟକ ଅରବିନ୍ଦ ମହାପାତ୍ର I
ସେ କହିଛନ୍ତି ଯେ, ସୁଟିଂରେ କ୍ୟାମେରା -ଲାଇଟ ଅନ ହେବା ପରେ ଯେମିତି ଗୋଟିଏ ଘୋଷା ଡାଇଲଗ କୁହାଯାଏ, ସେମିତି ବିଜେପି ସଭ୍ୟମାନେ ନିଜର ବ୍ୟକ୍ତବ୍ୟ ଆରମ୍ଭ କରିବା ମାତ୍ରେ ‘ପୂର୍ବ ୨୪ ବର୍ଷରେ ଘୋଟଲା ହୋଇଛି’ ବୋଲି ଘୋଷା କଥା କହୁଛନ୍ତି I
ହେଲେ ସରକାର ଅନୁସନ୍ଧାନ କରୁନାହାନ୍ତି I ଏହାର କାରଣ କଣ ବୋଲି ସେ ପ୍ରଶ୍ନ କରିଛନ୍ତି I
ତେଣୁ ଭାଷଣ ନ ଦେଇ ଦୋଷୀ ବିରୋଧରେ ଭିଜିଲାନ୍ସ ଲଗାଇ ନିଜର କାର୍ଯ୍ୟ ଦକ୍ଷତା ପ୍ରମାଣ କର ବୋଲି ଶ୍ରୀ ମହାପାତ୍ର ଗୃହ ଭିତରେ ଓ ବାହାରେ ମତ ଦେଇଛନ୍ତି I
