tatkalodisha.in

ସତ୍ୟ.. ନିରପେକ୍ଷ.. ତତ୍କାଳ

ରାଜ୍ୟର ପ୍ରାୟ ୩୩ ହଜାର ଗାଁରେ ଭୟଙ୍କର ପାଣି ସମସ୍ୟା

1 min read
  • ମହାଭାରତ, ରାମାୟଣ କଥା ସ୍ମରଣ କରାଇଲେ ବିଧାୟିକା ସୁବାସିନୀ

ଭୁବନେଶ୍ୱର //TATKAL ODISHA//

 ଆମ ରାଜ୍ୟରେ ପ୍ରାୟ ୩୩ ହଜାର ଗ୍ରାମ ଭୟଙ୍କର ପାଣି ସମସ୍ୟା ଦେଇ ଗତି କରୁଛନ୍ତି। ୭୫%ରୁ ଅଧୁକ ନଳକୂପରେ ଭୂତଳ ଜଳର ସ୍ତର ଖଯିବାକୁ ରିପୋର୍ଟ ଆସିଲାଣି । ବହୁତ ଯାଗାରେ ପାଇପ ଅଛି,କିନ୍ତୁ ପାଣି ନାହିଁ । ଖାଲି ପାଣିର ପରିମାଣ ନୁହଁ, ଗୁଣବତ୍ତାରେ ମଧ୍ୟ ଭୟଙ୍କର ଅବନତି ଘଟୁଛି I ଆମ ଜିଲ୍ଲା ବାଲେଶ୍ବରର ରେମୁଣା ହଜର ପତ୍ରିପାଳ ପଂଚାୟତରେ ଉୟାନକ ଭାବରେ ଫ୍ଲୋରାଇଡ ମାତ୍ରା ଅଧିକ ଥିବାରୁ ଲୋକମାନେ ଗମ୍ଭୀର ରୋଗରେ ଆକ୍ରାନ୍ତ ହେଉଛନ୍ତି । 

  ବିଧାନସଭାରେ ଏଭଳି ପ୍ରସଙ୍ଗ ଉତ୍ଥାପନ କରିଛନ୍ତି ବସ୍ତା ବିଧାୟିକା ସୁବାସିନୀ ଜେନା I

 ପଞ୍ଚାୟତିରାଜ ବିଭାଗର ଅତିରିକ୍ତ ଖର୍ଚ୍ଚ ଦାବି ଆଲୋଚନାରେ ଅଂଶ ଗ୍ରହଣ କରି ଶ୍ରୀମତୀ ଜେନା କହିଛନ୍ତି ଯେ, ମୋ ନିର୍ବାଚନମଣ୍ଡଳୀର ବାଲିଆପାଳରେ ମେଗା ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ ୨୦୨୩ରେ ସରିବା କଥା, କିନ୍ତୁ ଆଜି ପର୍ଯ୍ୟନ୍ତ ସରିବାକୁ ନାହିଁ ।

“ରାମାୟଣ, ମହାଭାରତରେ ଯୁଦ୍ଧ ଜଣେ ମହିଳାଙ୍କୁ ନେଇ ଓ ଜମିକୁ ନେଇ ହୋଇଥିଲା। ଯଦି ପାଣି ସମସ୍ୟାକୁ ଆଜି ସରକାର ତୁରନ୍ତ ସମାଧାନ ନକରିବେ, ହୁଏତ ପାଣି ପାଇଁ ଦିନେ ଯୁଦ୍ଧର ସାମନା କରିବାକୁ ପଡ଼ିବ”-ସୁବାସିନୀ

 ଶ୍ରୀମତୀ ଜେନା କହିଛନ୍ତି ଯେ, ଜଳ ସମସ୍ୟା ଉପରେ ଅଧିକ ଯତ୍ନ ଶୀଳ ହେବା ଜରୁରୀ I ଏହା ଏକ ଗମ୍ଭୀର ପ୍ରସଂଗ I

 ଆମର ପଡୋଶୀ ଛତିଶଗଡ଼ ସହ ଆମର ମାଁ ମହାନଦୀର ଜଳକୁ ନେଇ ବିବାଦ ଦେଖାଦେଇଛି । ମାମଲା ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ ଓ ସୁପ୍ରିମକୋର୍ଟକୁ ଯାଇଥିଲା । ପରେ ସୁପ୍ରିମକୋର୍ଟଙ୍କ ନିର୍ଦେଶ ଅନୁଯାୟୀ ସ୍ବତନ୍ତ୍ର ଭାବେ ଗଠିତ ଆନ୍ତଃରାଜ୍ୟ ଜଳ ବିବାଦ ଟ୍ରିବ୍ୟୁନାଲରେ ଏହି ମାମଲାର ଶୁଣାଣୀ ଚାଲିଛି । ହେଲେ ଓଡିଶା କେବେ ନ୍ୟାୟ ପାଇବ? ଓଡିଶାର ଚାଷୀ ନିଜର ଜମିକୁ କେବେ ପାଣି ପାଇପାରିବେ?  କେବେ ପଶ୍ଚିମ ଓଡ଼ିଶାବାସୀକଂର ପାନୀୟ ଜଳର ସମସ୍ୟା ସମାଧାନ ହେବ? ତାହା ଏବେ ବଡ଼ ପ୍ରଶ୍ନ I

  ଶ୍ରୀମତୀ ଜେନା କହିଛନ୍ତି ଯେ, ରାମାୟଣ, ମହାଭାରତରେ ଯୁଦ୍ଧ ଜଣେ ମହିଳାଙ୍କୁ ନେଇ ଓ ଜମିକୁ ନେଇ ହୋଇଥିଲା ବୋଲି ଆମେ ଶୁଣିଛୁ ବା ପଡିଛୁ । ଯଦି ପାଣି ସମସ୍ୟାକୁ ଆଜି ସରକାର ତୁରନ୍ତ ସମାଧାନ ନକରିବେ, ହୁଏତ ପାଣି ପାଇଁ ଯୁଦ୍ଧର ସାମନା କରିବାକୁ ପଡ଼ିବ I 

Share

Leave a Reply