tatkalodisha.in

ସତ୍ୟ.. ନିରପେକ୍ଷ.. ତତ୍କାଳ

ସାମ୍ବାଦିକଙ୍କୁ ପେନସନ ପ୍ରଦାନ ପ୍ରସ୍ତାବ ବିଚାରଧୀନ : ମୁଖ୍ୟମନ୍ତ୍ରୀ

1 min read

ଭୁବନେଶ୍ୱର //TATKAL ODISHA //

ସାମ୍ବାଦିକମାନଙ୍କୁ ପେନସନ ପ୍ରଦାନ ପ୍ରସ୍ତାବ ସରକାରଙ୍କ ବିଚାରାଧନ ରହିଛି । ବିଧାନସଭାରେ ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ I

ଗୁରୁବାର ବିଜେପି ବିଧାୟକ ସିଦ୍ଧାନ୍ତ ମହାପାତ୍ରଙ୍କ ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ଯେ, ସାମ୍ବାଦିକମାନଙ୍କୁ ପେନସନ୍ ପ୍ରଦାନ ପାଇଁ ବିଭିନ୍ନ ସଂଘ ପକ୍ଷରୁ ପ୍ରଦାନ କରାଯାଇଥିବା ଅନୁରୋଧ ପତ୍ର ସରକାରଙ୍କ ହସ୍ତଗତ ହୋଇଛି । ଏହି ପ୍ରସ୍ତାବ ସରକାରଙ୍କ ବିଚାରାଧନ ଅଛି ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସୂଚନା ଓ ଲୋକ ସମ୍ପର୍କ ବିଭାଗରେ ଅନୁମୋଦିତ ସମସ୍ତ ମୁଦ୍ରିତ, ବୈଦ୍ୟୁତିକ ଏବଂ ଡିଜିଟାଲ ବା ୱେବ ଗଣମାଧ୍ଯମରେ କାର୍ଯ୍ୟରତ ସାମ୍ବାଦିକମାନଙ୍କୁ ଗୋପବନ୍ଧୁ ସାମ୍ବାଦିକ ସ୍ବାସ୍ଥ୍ୟବୀମା ଯୋଜନାରେ ୫ ଲକ୍ଷ ଟଙ୍କାର ସ୍ବାସ୍ଥବୀମା ପ୍ରଦାନ କରାଯାଉଛି I

Share

Leave a Reply