tatkalodisha.in

ସତ୍ୟ.. ନିରପେକ୍ଷ.. ତତ୍କାଳ

ବିଧାନସଭାରେ ଅଭିନଵ ପ୍ରତିବାଦ : ‘ଦୁର୍ବଳ ମୁଖ୍ୟମନ୍ତ୍ରୀ, ସବଳ ସ୍ୱାସ୍ଥ୍ୟମନ୍ତୀ’

1 min read

Oplus_151126048

  • ସ୍ଲୋଗାନ ଲେଖାଥିବା ଟି ସାର୍ଟ ପିନ୍ଧି ଗୃହ ପରିକ୍ରମା କଲେ ବିରୋଧୀ
  • ନବୀନ ପୂର୍ବରୁ କହିଥିଲେ, କାର୍ଯ୍ୟାନୁଷ୍ଠାନ ନିଆ ନଯିବା ଯାଏଁ ବିଜେଡିର ପ୍ରତିବାଦ ଜାରି ରହିବ
    ଭୁବନେଶ୍ୱର,//TATKAL ODISHA//

ମୁଖ୍ୟମନ୍ତ୍ରୀ ଦୁର୍ବଳ, ସ୍ୱାସ୍ଥ୍ୟ ମନ୍ତ୍ରୀ  ଶବଳ I  କାହିଁକି ଇସ୍ତଫା ଦେଉ ନାହାନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଳିଙ୍ଗ? ମୁଖ୍ୟମନ୍ତ୍ରୀ କଣ ପାଇଁ ନିରବ?”

 ଏଭଳି ଅଭିଯୋଗ କରି  ବିରୋଧୀ ବିଜେଡି ଓ କଂଗ୍ରେସ ସଦସ୍ୟମାନେ କଳା ଟି ସାର୍ଟ ପିନ୍ଧି ଅଭିନଵ ଢଙ୍ଗରେ  ପ୍ରତିବାଦ କରି ବିଧାନସଭା ଚତୁର୍ପାଶ୍ୱ ପରିକ୍ରମା କରିଛନ୍ତି I ସେମାନେ ଏସସିବି ଅଗ୍ନିକାଣ୍ଡ ଘଟଣାରେ ଗୃହକୁ ଚଳାଇ ଦେଉ ନାହାନ୍ତି I ଫଳରେ ବାଚସ୍ପତି ସୁରମା ପାଢ଼ୀ ଗୃହକୁ ବାରମ୍ବାର ମୁଲତବି କରିଛନ୍ତି I 

Oplus_153223200

   ଗୃହ ଭିତରର ସ୍ଥିତି ଯଥା ପୂର୍ବଂ ତଥା ପର।  ବୁଧବାର  ଧାର୍ଯ୍ୟ ସାଢ଼େ ଦଶରେ ପ୍ରଶ୍ନକାଳକୁ ବାଚସ୍ପତି  ଆରମ୍ଭ କରିଥିଲେ ହେଁ  ବିରୋଧୀଙ୍କ  ହଟ୍ଟଗୋଳ ଓ ନାରାବାଜି ଯୋଗୁଁ  ଗୃହ ସୁରୁଖୁରୁରେ ଚାଲି ପାରିନାହିଁ I 

ସ୍ୱାସ୍ଥ୍ୟମନ୍ତ୍ରୀ ଇସ୍ତଫା ଦିଅ’ ଏବଂ ‘ଏସ୍‌ସିବି ଅଧିକ୍ଷକଙ୍କୁ ଗିରଫ କର’ ଶ୍ଲୋଗାନରେ ଫାଟି ପଡିଛି  ବିଧାନସଭା ପରିସର । 

Oplus_153223168

 ପୂର୍ବ ଦିନ ଭଳି ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଟ୍ରମା କେୟାର ଆଇସିୟୁରେ ଘଟିଥିବା ଅଗ୍ନିକାଣ୍ଡ ପ୍ରସଙ୍ଗ ଉଠାଇ ବିରୋଧୀ କଂଗ୍ରେସ ଓ ବିଜେଡି ସଭ୍ୟ ହଙ୍ଗାମା କରିଥିଲେ। ଗୃହର ମଧ୍ୟଭାଗକୁ ଆସି ସେମାନେ ହାତରେ ପ୍ଲାକାର୍ଡ଼ ଧରି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଇସ୍ତଫା ଦାବିରେ ହୋହାଲ୍ଲା ଏବଂ ନାରାବାଜି କରିଥିଲେ। ହଟଗୋଳ ମଧ୍ୟରେ ବାଚସ୍ପତି ଶ୍ରୀମତୀ ପାଢ଼ୀ ପ୍ରଶ୍ନକାଳ ଚାଲୁ ରଖିଥିଲେ ହେଁ ସଫଳ ହୋଇ ନଥିଲେ I 

 ଉଲ୍ଲେଖନିୟଯେ, ମଙ୍ଗଳବାର  ଅଗ୍ନିକାଣ୍ଡ ଘଟଣାରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ I ସେ କହିଥିଲେ, ଏହା ଦୁଃଖର ବିଷୟ। ଏସ୍‌ସିିବି ମେଡିକାଲରେ ନିଆଁକୁ ୯ ଦିନ ପରେ ବି ଜଣେ ବି କେନ୍ଦ୍ର ମନ୍ତ୍ରୀ କଟକ ଯାଇନାହାନ୍ତି । ଆମ ସରକାର ସମୟରେ ଅନେକ କେନ୍ଦ୍ରମନ୍ତ୍ରୀ ନିଆଁ ଲାଗିଥିବା ସେହି ଘରୋଇ ହସ୍ପିଟାଲ ଯାଇଥିଲେ। ଏଥିରୁ ଆପଣ ତୁଳନା କରି ପାରିବେ ଯେ, ମୃତ୍ୟୁବରଣ କରିଥିବା ରାଜ୍ୟବାସୀଙ୍କ ପାଇଁ ଏହି ସରକାର କେତେ ଚିନ୍ତିତ। ସ୍ୱାସ୍ଥ୍ୟମନ୍ତ୍ରୀ ତୁରନ୍ତ ଇସ୍ତଫା ଦିଅନ୍ତୁ। ପଦକ୍ଷେପ ନିଆ ନଯିବା ଯାଏଁ ବିଜେଡି ପ୍ରତିବାଦ ଜାରି ରଖିବ । 

Share

Leave a Reply