tatkalodisha.in

ସତ୍ୟ.. ନିରପେକ୍ଷ.. ତତ୍କାଳ

ରବିନ୍ଦ୍ର ଜେନା ଇମ୍ପାକ୍ଟ: ଶଙ୍ଖ ଧରିଲେ ରଘୁନାଥ, ଜୀବନ ପ୍ରଦୀପ

1 min read

  • ଜୋର୍ ସେ’ ଝଟକା, ଧୀରେ ସେ ନୁହେଁ, ଜୋର୍ ସେ’ ଲଗା

ଭୁବନେଶ୍ୱର,//TATKAL ODISHA//
ପୂର୍ବତନ ସାଂସଦ ରବିନ୍ଦ୍ର ଜେନାଙ୍କ ଇସ୍ତଫା ଇମ୍ପାକ୍ଟ। ଜୋର୍ ସେ’ ଝଟକା, ଧୀରେ ସେ ନୁହେଁ, ଜୋର୍ ସେ’ ଲଗା। ଅର୍ଥାତ ରବିନ୍ଦ୍ର ବାବୁ ଶଙ୍ଖଛାଡ଼ି ପଦ୍ମ ଧରିଲା ପରେ ଏଭଳି ସ୍ଥିତି ଉପୁଜିଛି।

ବିଜେଡିରୁ ପୂର୍ବରୁ ତଡ଼ା ଖାଇଥିବା ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି ଏହି ସୁଯୋଗକୁ ହାତଛନା ନକରି ତତ୍କାଳ ଶଙ୍ଖ ଧରିଛନ୍ତି। ତାଙ୍କ ପଦାଙ୍କ ଅନୁସରଣ କରିଛନ୍ତି ପୂର୍ବତନ ବିଧାୟକ ତଥା ପ୍ର‌୍ୟାରିବାବୁ ମିଡ୍ ନାଇଟ୍ ଅପରେସନର ଅନ୍ୟତମ ନାୟକ ଜୀବନ ପ୍ରଦୀପ ଦାସ। ଫଳରେ ବାଲେଶ୍ୱର ରାଜନୀତିର ସମୀକରଣ ବଦଳୁଛି।


ବାଲେଶ୍ୱର ରାଜନୀତି ଏବେ ଉଷ୍ଣ। ବୁଧବାର ନବୀନ ନିବାସରେ ହୋଇଥିଲା ମିଶ୍ରଣ ପର୍ବ। ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ହିଁ ଦୁଇ ବରିଷ୍ଠ ନେତା ବିଜେଡିରେ ଯୋଗ ଦେଇଛନ୍ତି। ଉଭୟ ଶ୍ରୀ ମହାନ୍ତି ଓ ଶ୍ରୀ ଦାସଙ୍କୁ ବିଜୁ ଜନତା ଦଳକୁ ସ୍ୱାଗତ କରି ଶ୍ରୀ ପଟ୍ଟନାୟକ କହିଥିଲେ ଯେ, ଏ ଦୁଇ ନେତାଙ୍କ ଯୋଗଦାନ ଦ୍ୱାରା ବିଜେଡି ବାଲେଶ୍ୱର ଜିଲ୍ଲାରେ ଆହୁରି ମଜ୍‌ଭୁ୍‌ତ ହେବ। ଜିଲ୍ଲାରେ ଦଳର ସାଂଗଠନିକ କାର୍ଯ୍ୟକୁ ଆହୁରି ବ୍ୟାପକ କରାଯିବ।


ଅନ୍ୟପକ୍ଷରେ ବିଜେଡିରେ ସେମାନଙ୍କୁ ଗ୍ରହଣ କରିଥିବାରୁ ରଘୁନାଥ ଓ ଜୀବନ ପ୍ରଦୀପ ନବୀନଙ୍କୁ କୃତଜ୍ଞତା ଜଣାଇବା ସହ ଜିଲ୍ଲାର ଆଠ ଗୋଟି ବିଧାନସଭା ନିର୍ବାଚନ ମଣ୍ଡଳୀ ସହ ବଡ଼ସାହି ନିର୍ବାଚନ ମଣ୍ଡଳୀରେ ବିଜେଡିକୁ ଆହୁରି ଶକ୍ତିଶାଳୀ କରିବା ପାଇଁ ସେମାନେ କାମ କରିବେ ବୋଲି ଘୋଷଣା କରିଥିଲେ।


ଉକ୍ତ ମିଶ୍ରଣ ପର୍ବରେ ବିଜେଡି ଉପ ସଭାପତି ତଥା ପୂର୍ବତନ ମନ୍ତ୍ରୀ ଶରୀ ଦେବ, ଅଶ୍ୱିନୀ ପାତ୍ର, ଅରୁଣ ସାହୁ, ମାଧବ ଧଡା, ଗୌତମ ବୁଦ୍ଧ ଦାସ, ପୂର୍ବତନ ମନ୍ତ୍ରୀ ସର୍ବଶ୍ରୀ ପ୍ରତାପ ଜେନା, ଅତନୁ ସବ୍ୟସାଚୀ ନାୟକ, ଜ୍ୟୋତିରଞ୍ଜନ ପାଣିଗ୍ରାହୀ, ପୂର୍ବତନ ବିଧାୟକ ସ୍ୱରୂପ ଦାସ, ସୁକାନ୍ତ ନାୟକ, ବରିଷ୍ଠ ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ଓ ଭୃଗୁ ବକ୍ସିପାତ୍ରଙ୍କ ସମେତ ଜିଲ୍ଲାର ବିଜେଡି ନେତୃବୃନ୍ଦ ଓ ଶହ ଶହ କର୍ମୀ ଉପସ୍ଥିତ ଥିଲେ।

Share

Leave a Reply