tatkalodisha.in

ସତ୍ୟ.. ନିରପେକ୍ଷ.. ତତ୍କାଳ

ଏସ୍‌ସିବି ଅଗ୍ନିକାଣ୍ଡ, ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଇସ୍ତଫା ଦାବି କଲେ ନବୀନ

1 min read

  • ମୃତକ ପରିବାରକଙ୍କୁ ତୁରନ୍ତ ୫୦ ଲକ୍ଷ କରି ସହାୟତା ଦିଅ

ଭୁବନେଶ୍ୱର,//TATKAL ODISHA//

“ନ୍ୟାୟିକ ତଦନ୍ତ ସ୍ୱାଗତଯୋଗ୍ୟ। କିନ୍ତୁ ଏହା ରାଜନୈତିକ ନେତୃତ୍ୱକୁ ଏହାର ଦାୟିତ୍ୱରୁ ମୁକ୍ତ କରେନାହିଁ। ପରିବାରମାନେ ଶୋକ କରୁଥିବା ବେଳେ ସ୍ୱାସ୍ଥ୍ୟ ବିଭାଗ ପଛରେ ଲୁଚି ରହିପାରିବ ନାହିଁ। ତେଣୁ, ମୁଁ ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ମୁକେଶ ମହାଲିଙ୍ଗଙ୍କ ତୁରନ୍ତ ଇସ୍ତଫା ଦାବି କରୁଛି। ସୁରକ୍ଷା ତଦାରଖରେ ଏହି ଭୟଙ୍କର ତ୍ରୁଟି ପାଇଁ ତାଙ୍କୁ ନୈତିକ ଦାୟିତ୍ୱ ନେବାକୁ ପଡ଼ିବ। ଦ୍ୱିତୀୟରେ ରାଜ୍ୟ ସରକାର ଘୋଷଣା କରିଥିବା ୨୫ ଲକ୍ଷ ସହାୟତା ରାଶି ଯଥେଷ୍ଟ ନୁହେଁ। ତେଣୁ ପ୍ରତି ମୃତକ ପରିବାରକଙ୍କୁ ତୁରନ୍ତ ୫୦ ଲକ୍ଷ ଟଙ୍କାର ସହାୟତା ଦେବାକୁ ପଡ଼ିବ”

ମଙ୍ଗଳବାର ଶୂନ୍ୟକାଳରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଦାବି ଜୋର୍‌ଦାର୍ କରିଛନ୍ତି।


ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଟ୍ରମା କେୟାର ଆଇସିୟୁରେ ଘଟିଥିବା ଅଗ୍ନିକାଣ୍ଡ ଘଟଣା ସାରା ଦେଶରେ ଚର୍ଚ୍ଚାର ବିଷୟ ହୋଇଥିଲାବେଳେ ବିଧାନସଭାରେ ଏହାକୁ ନେଇ ଉଷ୍ଣ ହୋଇଛି। ବିରୋଧୀ ବିଜେଡି ଓ କଂଗ୍ରେସ ସଭ୍ୟ ଗୃହ ମଝିରେ ହୋହାଲ୍ଲା କରିବା ସହ ରାଜ୍ୟ ସରକାରଙ୍କ ଅପାଗତାକୁ ଦାୟୀ କରିଛନ୍ତି।

ନବୀନ କହିଛନ୍ତି ଯେ’ ସୋମବାର ପ୍ରତ୍ୟୁଷରେ ଟ୍ରମା କେୟାର ଆଇସିୟୁରେ ଘଟିଥିବା ଅଗ୍ନିକାଣ୍ଡ ମୂଲ୍ୟବାନ ଜୀବନ ନେଇଛି। ଏମାନେ ରୋଗୀ ଥିଲେ, ଯେଉଁମାନେ ସୁସ୍ଥ ହେବାର ଆଶା ନେଇ ହସ୍ପିଟାଲକୁ ଆସିଥିଲେ। କିନ୍ତୁ ପ୍ରଶାସନିକ ଅବହେଳା ଯୋଗୁଁ ଏକ ଭୟଙ୍କର ମୃତ୍ୟୁ ଘଟିଥିଲା। ଶୋକସନ୍ତପ୍ତ ପରିବାର ପ୍ରତି ମୋର ଗଭୀର ସମବେଦନା।

“ଆଜି ମୁଁ ଭାରାକ୍ରାନ୍ତ ହୃଦୟରେ ଏଠାରେ ଠିଆ ହୋଇଛି। ଗତକାଲି, ମୁଁ କଟକର ଶ୍ରୀରାମ ଚନ୍ଦ୍ର ମେଡିକାଲ କଲେଜ ଏବଂ ହସ୍ପିଟାଲ ପରିଦର୍ଶନ କରିଥିଲି। ମୁଁ ଯାହା ଦେଖିଲି ତାହା କେବଳ ଏକ ଦୁଃଖଦ ଦୁର୍ଘଟଣାର ଦୃଶ୍ୟ ନୁହେଁ, ବରଂ ଆମ ରାଜ୍ୟର ପ୍ରମୁଖ ସ୍ୱାସ୍ଥ୍ୟସେବା ପ୍ରତିଷ୍ଠାନର ଭୁଶୁଡ଼ିପଡ଼ୁଥିବା ସୁରକ୍ଷା ମାନଦଣ୍ଡର ଏକ ସ୍ପଷ୍ଟ ସ୍ମରଣକାରୀ।”


ନବୀନ କହିଛନ୍ତି ଯେ, ନ୍ୟାୟିକ ତଦନ୍ତ ସ୍ୱାଗତଯୋଗ୍ୟ। କିନ୍ତୁ ଏହା ରାଜନୈତିକ ନେତୃତ୍ୱକୁ ଏହାର ଦାୟିତ୍ୱରୁ ମୁକ୍ତ କରେନାହିଁ। ପରିବାରମାନେ ଶୋକ କରୁଥିବା ବେଳେ ସ୍ୱାସ୍ଥ୍ୟ ବିଭାଗ ପଛରେ ଲୁଚି ରହିପାରିବ ନାହିଁ। ତେଣୁ, ମୁଁ ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ମୁକେଶ ମହାଲିଙ୍ଗଙ୍କ ତୁରନ୍ତ ଇସ୍ତଫା ଦାବି କରୁଛି। ସୁରକ୍ଷା ତଦାରଖରେ ଏହି ଭୟଙ୍କର ତ୍ରୁଟି ପାଇଁ ତାଙ୍କୁ ନୈତିକ ଦାୟିତ୍ୱ ନେବାକୁ ପଡ଼ିବ। ଦ୍ୱିତୀୟରେ ରାଜ୍ୟ ସରକାର ଘୋଷଣା କରିଥିବା ୨୫ ଲକ୍ଷ ସହାୟତା ରାଶି ଯଥେଷ୍ଟ ନୁହେଁ। ତେଣୁ ପ୍ରତି ମୃତକ ପରିବାରକଙ୍କୁ ତୁରନ୍ତ ୫୦ ଲକ୍ଷ ଟଙ୍କାର ସହାୟତା ଦେବାକୁ ପଡ଼ିବ ବୋଲି ବିରୋଧୀ ଦଳ ନେତା ଶ୍ରୀ ପଟ୍ଟନାୟକ ଦାବି ଦୋହରାଇଛନ୍ତି। ଏହାକୁ ନେଇ ଗୃହ ସରଗରମ୍ ହୋଇଥିଲା।


ଅପରାହ୍ନ ବୈଠକ ହେବା ମାତ୍ରେ ବିରୋଧୀ ବିଜେଡି ଓ କଂଗ୍ରେସ ସଭ୍ୟ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରି ବାଚସ୍ପତିଙ୍କ ପୋଡ଼ିଅମ ତଳେ ପ୍ରବଳ ହୋହାଲ୍ଲା, ନାରାବାଜି କରିଥିଲେ। ଫଳରେ ଗୃହର ସ୍ଥିତି ଅସ୍ୱାଭାବିକ ହୋଇଥିଲା। ଏହା ସତ୍ତ୍ୱେ ବାଚସ୍ପତି ସୁରମା ପାଢ଼ୀ ତାହା ନଶୁଣି ଗୃହରେ ଖଣି ଓ ଇସ୍ପାତ ଏବଂ ବାଣିଜ୍ୟ ଓ ପରିବହନ ବିଭାଗର ଖର୍ଚ୍ଚ ଦାବି ଉପସ୍ଥାପନ କରିବାକୁ ବିଭାଗୀୟ ମନ୍ତ୍ରୀଙ୍କୁ ଡାକିଥିଲେ।
ମନ୍ତ୍ରୀ ଉତ୍ତର ରଖୁଥିବାବେଳେ ବିରୋଧୀ ସଭ୍ୟମାନେ ଏହାକୁ ବିିରୋଧ କରି କକ୍ଷତ୍ୟାଗ କରି ଚାଲିଯାଇଥିଲେ। ମାତ୍ର ଏକ ତରଫା ଭାବେ ଖର୍ଚ୍ଚ ଦାବି ଆଲୋଚନା ଜାରି ରହିଥିଲା। ପରେ ଗୃହକୁ ବୁଧବାର ପୂର୍ବାହ୍ନ ସାଢ଼େ ଦଶ ଯାଏ ମୁଲତବୀ କରିଥିଲେ ବାଚସ୍ପତି।

Share

Leave a Reply