୨୦୨୭ ଜାନୁଆରୀ,ଫେବ୍ରୁଆରୀରେ ପଞ୍ଚାୟତ, ପୌର ନିର୍ବାଚନ: ପାଢ଼ୀ
1 min read
- ଆବଶ୍ୟକସ୍ଥଳେ ବୁଥ୍ ପୁନର୍ଗଠନ ହୋଇପାରେ
- ନିର୍ବାଚନ ପୂର୍ବରୁ ଘରକୁ ଘର ଭୋଟର ସର୍ଭେ
ଭୁବନେଶ୍ୱର,//TATKAL ODISHA//
ଆସନ୍ତା ୨୦୨୭ ଜାନୁଆରୀ ସୁଦ୍ଧା ପଞ୍ଚାୟତ ଓ ପୌର କାର୍ଯ୍ୟକାଳ ପ୍ରାୟତଃ ଶେଷ ହେଉଛି। ତେଣୁ ଏହି ସମୟରେ ନିର୍ବାଚନ କରିବାକୁ ଆପାତତଃ ନିଷ୍ପତ୍ତି ହୋଇଛି।
ଶନିବାର ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନର ମଧୁସୂଦନ ପାଢ଼ୀ। ସେ କହିଛନ୍ତି ଯେ, ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ପ୍ରାକ୍ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ତେବେ ନିର୍ବାଚନ ପୂର୍ବରୁ ଘରକୁ ଘର ଭୋଟର ସର୍ଭେ ହେବ। ଆସନ୍ତା ମାର୍ଚ୍ଚ ସୁଦ୍ଧା ଭୋଟର ସର୍ଭେ ସରିବ। ଜନଗଣନା ପାଇଁ ମାସେ ବିଳମ୍ବିତ ହୋଇପାରେ ଭୋଟର ସର୍ଭେ। ହେଲେ ଏସଆଇଆର୍ ସହ ଏହି ସର୍ଭେର କୌଣସି ସମ୍ପର୍କ ନାହିଁ। ଆବଶ୍ୟକସ୍ଥଳେ ବୁଥ୍ ପୁନର୍ଗଠନ ହୋଇପାରେ । ଭୋଟରଙ୍କ ନିକଟରେ ହିଁ ବୁଥ୍ ବ୍ୟବସ୍ଥା କରିବା ପ୍ରାଥମିକ ଲକ୍ଷ୍ୟ ରହିଛି ବୋଲି ରାଜ୍ୟ ନିର୍ବାଚନ କମିଶନର ଶ୍ରୀ ପାଢ଼ୀ ସ୍ପଷ୍ଟ କରିଛନ୍ତି।
