ଅସ୍ତବ୍ୟସ୍ତ କରିବ ଘନ କୁହୁଡି଼
1 min read
ଭୁବନେଶ୍ୱର //TATKAL ODISHA//
ରାଜ୍ୟରେ ଖୁବଶୀଘ୍ର ଅସ୍ତ ବ୍ୟସ୍ତ ଘନ କୁହୁଡି଼ I ଉପକୂଳ ଓଡ଼ିଶା ସମେତ ମାଳ ଅଞ୍ଚରେ କୁହୁଡି଼ ଗାଡ଼ି ଚାଳକ ଓ ପଥଯାତ୍ରୀଙ୍କୁ ଅସ୍ତବ୍ୟସ୍ତ କରିବ I ସେଥିପାଇଁ ରାତିରେ ସତର୍କତାର ସହ ଯିବାକୁ ହେବ ବୋଲି ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ କହିଛି I
ଆଇଏମଡି କହିଛି ଯେ, ରାଜ୍ୟରେ କମିବ ଶୀତ। ବିଭିନ୍ନ ସ୍ଥାନରେ ରାତି ତାପମାତ୍ରା ୨ରୁ ୪ ଡିଗ୍ରୀ ସେଲସିୟସ ବଢ଼ିଯିବ। ସୋମବାର ଠାରୁ ବୁଧବାର ୨୧ ତାରଖ ଯାଏ ସମଗ୍ର ରାଜ୍ୟରେ ପାରଦ ଉପରମୁହାଁ ହେବ । ଅଧିକାଂଶ ସ୍ଥାନରେ ରାତି ତାପମାତ୍ରା ୧୨ରୁ ୧୫ ଡିଗ୍ରୀ ରହିବ I
ବିଶେଷକରି ପୁରୀ, ବାଲେଶ୍ୱର, ଭଦ୍ରକରେ ୧୩ରୁ ୧୪ ଡିଗ୍ରୀ ରହିବ । ସେହିପରି ସମ୍ବଲପୁର, ସୁନ୍ଦରଗଡ଼, ବଲାଙ୍ଗୀର, କୋରାପୁଟ, ମୟୁରଭଞ୍ଜ ଆଦି ଜିଲ୍ଲାରେ ତାପମାତ୍ରା ୦୫ରୁ ୦୮ ଡିଗ୍ରୀ ସେଲସିଅସ ଭିତରେ ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।
