03/09/2026

tatkalodisha.in

ସତ୍ୟ.. ନିରପେକ୍ଷ.. ତତ୍କାଳ

କୋଲକାତା ନିବେଶକଙ୍କ ସମ୍ମିଳନୀ:୧ ଲକ୍ଷ କୋଟି ନିବେଶ, ୯୦,୦୦୦ଙ୍କୁ ନିଯୁକ୍ତି

1 min read

  • ଭାରତର ଅଭିବୃଦ୍ଧି ଇଞ୍ଜିନ ହେବ ଓଡ଼ିଶା
  • ୪ କ୍ଷେତ୍ର ଉପରେ ନିବେଶ ପାଇଁ ଫୋକସ୍‌
  • ୨୭ କମ୍ପାନୀ ସହ ବୁଝାମଣାପତ୍ର ସ୍ୱାକ୍ଷରିତ
  • ଭିଜନ ୨୦୨୩୬,୨୦୪୭ ନେଇ ଖସଡ଼ା
    ଭୁବନେଶ୍ୱର,//TATKAL ODISHA//
    କୋଲକାତା ନିବେଶକଙ୍କ ସମ୍ମିଳନୀରେ ରେକର୍ଡ଼ ପରିମାଣର ୧ ଲକ୍ଷ କୋଟି ଟଙ୍କାର ନିବେଶ ପ୍ରସ୍ତାବ ଆସିଛି। ଏଥିଯୋଗୁଁ ମୋଟ୍ ୯୦ ହଜାରଙ୍କୁ ନିଯୁକ୍ତି ସୁଯୋଗ ମିଳିବ। ଚାରୋଟି କ୍ଷେତ୍ର ଅର୍ଥାତ ଟେକ୍ସଟାଇଲ୍‌, ମେଟାଲ୍ ଡାଉନ୍‌ଷ୍ଟ୍ରିମ, ଫାର୍ମା ଓ ପ୍ଲାଷ୍ଟିକ୍ ଶିଳ୍ପ ଉପରେ ନିବେଶ ପାଇଁ ଅଧିକ ଫୋକସ୍ କରାଯାଇଛି। ୨୭ କମ୍ପାନୀ ସହ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଭିଜନ ୨୦୨୩୬ ଓ ୨୦୪୭ ଲକ୍ଷ୍ୟ ନେଇ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ ହୋଇଛି। ଆଗାମୀ ଜାନୁଆରୀ ୨୭ ଓ ୨୮ରେ ରାଉରକେଲାରେ ଆୟୋଜିତ ଏଣ୍ଟ୍ରପ୍ରାଇଜ ଓଡ଼ିଶାରେ ତାହା ପ୍ରତିଫଳିତ ହେବ।
    ଶନିବାର କୋଲକାତା ନିବେଶକଙ୍କ ସମ୍ମିଳନୀର ଶେଷ ଦିନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହା ସ୍ପଷ୍ଟ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଶା ସରକାରଙ୍କ ଦ୍ୱାରା କୋଲକାତାର ଆଇଟିସି ହୋଟେଲରେ ଆୟୋଜିତ ନିବେଶକ ସମ୍ମିଳନୀ ଶିଳ୍ପ ସହଭାଗୀତାକୁ ଆହୁରି ମଜ୍‌ଭୂତ କରିଛି। ଜାତୀୟ ଓ ବିଶ୍ୱସ୍ତରର ନିବେଶକଙ୍କ ନିକଟରେ ରାଜ୍ୟର ବିସ୍ତାରିତ ଶିଳ୍ପ କ୍ଷମତାକୁ ଉପସ୍ଥାପନ କରିବା ନିମନ୍ତେ ନିଜ ରାସ୍ତାକୁ ଆହୁରି ପ୍ରଶସ୍ତ ମଧ୍ୟ କରିଛି। ବହୁ ବିଶିଷ୍ଟ ଶିଳ୍ପଦ୍ୟୋଗୀଙ୍କ ସହ ପ୍ରତ୍ୟେକ୍ଷ ଆଲୋଚନା କରିବାର ସୁଯୋଗ ମିଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପୂର୍ବଦ୍ୟୋୟ ସ୍ୱପ୍ନ ସାକାର ହେବାକୁ ଯାଉଛି। ଓଡ଼ିଶା ଏବେ ନିବେଶକଙ୍କ ପାଇଁ ‘ବେଷ୍ଟ ଡେଷ୍ଟିନେଶନ’। ଭୌଗଳିକ ଦିଗରୁ ଦୃଷ୍ଟିରୁ ଏହା ଗୁରୁତ୍ୱପୂର୍ଣ୍ଣ। ଶିଳ୍ପ ସହଭାଗୀତାକୁ ଆହୁରି ମଜ୍‌ଭୂତ କରିବା ସହ ଜାତୀୟ ଓ ବିଶ୍ୱସ୍ତରର ନିବେଶକଙ୍କୁ ଆକୃଷ୍ଟ କରିପାରିଛି। ବିଶ୍ୱ ବଜାରର ଏକ ପ୍ରାକୃତିକ ପ୍ରବେଶ ଦ୍ୱାର ଭାବରେ ସ୍ଥାନିତ ହୋଇଛି ଓଡ଼ିଶା। କାରଣ, ସ୍ପଷ୍ଟ ଶିଳ୍ପ ନୀତି, ସୁଶାସନ ଓ ଭବିଷ୍ୟତ ପାଇଁ ପ୍ରସ୍ତୁତ ଇକୋସିଷ୍ଟମ ଯୋଗୁଁ ଦୀର୍ଘକାଳୀନ ଭବିଷ୍ୟତ ନିର୍ମାଣ ସମ୍ଭବ ହୋଇଛି। ଟେକ୍ସଟାଇଲ୍‌, ମେଟାଲ୍ ଡାଉନ୍‌ଷ୍ଟ୍ରିମ ଓ ପ୍ଲାଷ୍ଟିକ୍ ଶିଳ୍ପ ସହ ରାଜ୍ୟରେ ଔଷଧ, ଚିକିତ୍ସା ଉପକରଣ, ନବୀକରଣୀୟ ଶକ୍ତି ଉପକରଣ, ବୟନ, ଇଲେକ୍ଟ୍ରୋନିକ୍ସ, ଆଇଟି ଓ ଡାଟା ସେଣ୍ଟର, ଏବଂ ଆନୁସଙ୍ଗିକ ଶିଳ୍ପ ଭଳି ଉଦୀୟମାନ କ୍ଷେତ୍ରଗୁଡ଼ିକରେ ଶିଳ୍ପ ପ୍ରତିଷ୍ଠା ପାଇଁ ୨୭ଟି ବୁଝାମଣାପତ୍ର (ଏମ୍‌ଓୟୁ) ସ୍ୱାକ୍ଷରିତ ହୋଇଛି।
    ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ନିବେଶକଙ୍କ ସମ୍ମିଳନୀ ହୋଇଛି ଦୀର୍ଘକାଳୀନ ସହଭାଗୀତା ନିର୍ମାଣ କରିବାର ଏକ ବଡ଼ ମଞ୍ଚ। ଏହାଦ୍ୱାରା ନିବେଶ ଉଦ୍ଦେଶ୍ୟ ଚରିଥାର୍ଥ କରିଛି। ନୀତି ସ୍ଥିରତା, ପ୍ରତିଯୋଗିତାମୂଳକ ମୂଲ୍ୟ ଏବଂ ଏକ ସହଜ ଶାସନ ଢାଞ୍ଚା ମାଧ୍ୟମରେ ଭବିଷ୍ୟତ କାର୍ଯ୍ୟଖସଡ଼ା ସ୍ଥିର ହୋଇଛି। ରାଜ୍ୟ ସରକାର ବନ୍ଦର ଭିତ୍ତିକ ଶିଳ୍ପ ପ୍ରତିଷ୍ଠା, ବହୁମୁଖୀ ସଂଯୋଗୀକରଣ, ଫଳରେ ରାଜ୍ୟର ଆର୍ଥିକ ସ୍ଥିତିର ସୁଧାର ସହ ନିଯୁକ୍ତି ସୁଯୋଗ ସୃଷ୍ଟି ହେଉଛି ବୋଲି ଶ୍ରୀ ମାଝୀ ପ୍ରକାଶ କରିଛନ୍ତି।
    ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ କହିଛନ୍ତି ଯେ, ନିବେଶକ ସମ୍ମିଳନୀ ଆୟୋଜନ ସଫଳ ହୋଇଛି। ପ୍ରଥମ ଦିନରେ ବିଭିନ୍ନ ଶିଳ୍ପସଂସ୍ଥାଙ୍କ ସହ ଚାରି ପର୍ଯ୍ୟାୟରେ ରାଉଣ୍ଡ୍‌ଟେବୁଲ ବୈଠକ ବସିଥିଲା। ଏଥିରେ ଫୋକସ୍‌ରେ ରହିଥିଲା ଟେକ୍ସଟାଇଲ୍‌, ମେଟାଲ୍ ଡାଉନ୍‌ଷ୍ଟ୍ରିମ ଓ ପ୍ଲାଷ୍ଟିକ୍‌। ଅଧିକ ନିବେଶ ପାଇଁ ଶିଳ୍ପପତିଙ୍କୁ ନିବେଦନ କରିଛନ୍ତି ରାଜ୍ୟ ସରକାର। ଦ୍ୱିତୀୟ ଦିନରେ ସେମିତି ଫାର୍ମା ଶିଳ୍ପ ଉପରେ ଆଲୋଚନା କରାଯାଇଛି। ୨୭ ଶିଳ୍ପ ସଂସ୍ଥା ସହ ବୁଝାମଣା ସ୍ୱାକ୍ଷର(ଏମ୍‌ଓୟୁ) ହୋଇଛି। ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ଶିଳ୍ପାନୁଷ୍ଠାନ ବେଶ୍ ଆଗ୍ରହ ପ୍ରକାଶ କରିଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ସହଯୋଗ କରିବା ପାଇଁ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି।
    ଉକ୍ତ କାର୍ଯ୍ୟକ୍ରମରେ ସାରା ଦେଶରୁ ବହୁ ଶିଳ୍ପପତି ଓ ଆନୁସଙ୍ଗିକ ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।
Share

Leave a Reply