tatkalodisha.in

ସତ୍ୟ.. ନିରପେକ୍ଷ.. ତତ୍କାଳ

୧୫ ସାଙ୍ଗଠନିକ ଜିଲ୍ଲା ପାଇଁ ବ୍ଲକ ଓ ନଗର ସଭାପତିଙ୍କ ନାମ ଘୋଷଣା

1 min read

ଭୁବନେଶ୍ୱର, /TATKAL ODISHA//

ବିଜୁ ଜନତା ଦଳର ମାନ୍ୟବର ସଭାପତି ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଆଜି ଦେବୀ ପ୍ରସାଦ ମିଶ୍ର, ବରିଷ୍ଠ ଉପସଭାପତି, ବିଜୁ ଜନତା ଦଳ ୧୫ଟି ସାଙ୍ଗଠନିକ ଜିଲ୍ଲା ଅନ୍ତର୍ଗତ ୧୨୬ ବ୍ଲକ ସଭାପତି ଓ ୪୧ ନଗର ସଭାପତିଙ୍କ ନାମ ଘୋଷଣା କରିଛନ୍ତି ।

୧୫ଟି ସାଙ୍ଗଠନିକ ଜିଲ୍ଲା ହେଲା

  • ବୌଦ୍ଧ,
  • ବରଗଡ,
  • କଟକ,
  • ଦେଓଗଡ,
  • ଗଜପତି,
  • ଜଗତସିଂହପୁର,
  • ଝାରସୁଗୁଡା,
  • କନ୍ଧମାଳ,
  • କୋରାପୁଟ,
  • ନୟାଗଡ,
  • ନୂଆପଡା,
  • ରାଉରକେଲା,
  • ରାୟଗଡା,
  • ସୁନ୍ଦରଗଡ
  • ସୁବର୍ଣ୍ଣପୁର ।

 ପୂର୍ବରୁ ୯ଟି ସାଙ୍ଗଠନିକ ଜିଲ୍ଲାର ବ୍ଲକ ଓ ନଗର ସଭାପତିଙ୍କ ନାମ ଘୋଷଣା କରାଯାଇଥିଲା । ଆଜିର ଘୋଷଣା ସହିତ ମୋଟ ୨୪ଟି ସାଙ୍ଗଠନିକ ଜିଲ୍ଲାର ବ୍ଲକ ଓ ନଗର ସଭାପତିଙ୍କ ନାମ ଘୋଷଣା ସମ୍ପୂର୍ଣ୍ଣ ହୋଇଛି । 

ଏହି ସାଙ୍ଗଠନିକ ନିଯୁକ୍ତି ପ୍ରକ୍ରିୟା ଦଳର ତୃଣମୁଳ ସ୍ତରର ସଙ୍ଗଠନକୁ ଅଧିକ କି୍ରୟାଶୀଳ କରିବା ସହ ନବନିଯୁକ୍ତ ବ୍ଲକ ଓ ନଗର ସଭାପତିମାନେ ଦଳୀୟ ସଂଗଠନକୁ ଶକ୍ତିଶାଳୀ କରିବା ସହ ବିଜୁ ଜନତା ଦଳର ଦୃଷ୍ଟିକୋଣ ଓ ନୀତିକୁ ସାଧାରଣ ଲୋକଙ୍କ ନିକଟକୁ ପହଞ୍ଚାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ । 

ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜୁ ଜନତା ଦଳ ସାଙ୍ଗଠନିକ ଶିଷ୍ଟାଚାର, ତୃଣମୂଳ ସଶକ୍ତିକରଣ ଓ ଓଡ଼ିଶାର ଜନସାଧାରଣଙ୍କ ସେବା ପ୍ରତି ଦୃଢ଼ ପ୍ରତିବଦ୍ଧ ।

Share

Leave a Reply