ଲୋକସେବା ଭବନରେ ନୂତନ ଲାଇବ୍ରେରୀର ଉଦଘାଟିତ
1 min read
ଭୁବନେଶ୍ୱର //TATKAL ODISHA//
ଲୋକସେବା ଭବନରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପାଇଁ ଏକ ନୂତନ ଲାଇବ୍ରେରୀର ଉଦଘାଟନ କରିଛନ୍ତି ବିଭାଗୀୟ ମନ୍ତ୍ରୀ ସୁରେଶ ପୂଜାରୀ ।
ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ ଅରବିନ୍ଦ ପାଢ଼ୀ କହିଛନ୍ତି ଯେ, ଲାଇବ୍ରେରୀରେ ସମସ୍ତ ଆଇନ ଓ ନିୟମାବଳୀ ବହି ସହ ଅନ୍ୟାନ୍ୟ ଉପାଦେୟ ପାଠ୍ୟ ପୁସ୍ତକ ଉପଲବ୍ଧ ରହିବା ସହ ଅନେକ ପୁସ୍ତକ ଭୌତିକ (Vertual) ଭାବରେ ଉପଲବ୍ଧ ରହିବ। ସରକାରୀ କର୍ମଚାରୀମାନେ ଏହାର ସୁଫଳ ନେଇ ପାରିବେ I
ଅଧିକାରୀମାନଙ୍କୁ ସେମାନଙ୍କର ଜ୍ଞାନ ବୃଦ୍ଧିରେ ଏହା ସହାୟତା କରିବ। ନିରନ୍ତର ଶିକ୍ଷା, କ୍ଷମତା ବିକାଶ ଓ ଉତ୍ତମ ଲୋକସେବା ପାଇଁ ଏହା ଏକ ସକାରାତ୍ମକ ପଦକ୍ଷେପ।
