ବିଶ୍ୱର ୪ ବିଶିଷ୍ଟ ବ୍ୟକ୍ତିଙ୍କୁ କିଟ୍ ଜୀବନବ୍ୟାପୀ ସାଧନା ପୁରସ୍କାର
1 min read
- କିଟ୍ ବିଶ୍ୱବିଦ୍ୟାଳୟର ୨୨ତମ ପ୍ରତିଷ୍ଠା ଦିବସ
- ଭୁବନେଶ୍ୱର,//TATKAL ODISHA//
କିଟ ବିଶ୍ୱବିଦ୍ୟାଳୟ ୨୨ତମ ପ୍ରତିଷ୍ଠା ଦିବସରେ କଲମ୍ବିଆ ହସପିଟାଲିଟି ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ଜନ୍ ଓପେନହାଇମର; କଲମ୍ବୋ ହୁନୁପିଟିଆ ଗଙ୍ଗାରାମାୟ ମନ୍ଦିରର ମୁଖ୍ୟ ପଦାଧିକାରୀ ଡ କିରିଣ୍ଡେ ଆସାଜି ନାୟକ ଥେରୋ; ଦି ପ୍ରିଣ୍ଟର୍ସ (ମହୀଶୂର) ପ୍ରାଇଭେଟ୍ ଲିମିଟେଡର ନିର୍ଦ୍ଦେଶକ ଏବଂ ପ୍ରେସ୍ ଟ୍ରଷ୍ଟ ଅଫ୍ ଇଣ୍ଡିଆ ବୋର୍ଡର ପ୍ରାକ୍ତନ ନିର୍ଦ୍ଦେଶକ କେ.ଏନ୍. ଶାନ୍ତ କୁମାର; ଏବଂ ତିବତୀୟ ବୌଦ୍ଧ ଧର୍ମର ଗୁରୁ ତଥା ସ୍ୱିଜରଲ୍ୟାଣ୍ଡର ରିପା ଇଣ୍ଟରନ୍ୟାସନାଲ୍ ସେଣ୍ଟରର ଆଧ୍ୟାତ୍ମିକ ନିର୍ଦ୍ଦେଶକ ଗେତରୁଲ୍ ଜିଗମେ ରିନପୋଚେ ପ୍ରମୁଖ ଯୋଗଦେଇ ପ୍ରତିଷ୍ଠା ଦିବସ ବକ୍ତୃତ ପ୍ରଦାନ କରିଥିଲେ । ଏହି ଅବସରରେ ସେମାନଙ୍କୁ କିଟ ଜୀବନବ୍ୟାପୀ ସାଧନା ପୁରସ୍କାର ପ୍ରଦାନ କରାଯାଇଥିଲା।
ଏହି ପରିପ୍ରେକ୍ଷୀରେ ଉଦବୋଧନ ଦେଇ ଓପେନହାଇମର କହିଲେ, ସିଆଟେଲର କିଟ ଓ କିସ୍ ପରିଦର୍ଶନ କରି ସେ ଗଭୀର ଭାବରେ ଭାବପ୍ରବଣ ହୋଇଛନ୍ତି। କିଟ୍ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇ ସେ କହିଲେ, ଏହି ସମାଜ ପ୍ରତି ତୁମର ଯେଉଁ ଅବଦାନ ରହିଛି ତାହା କିଛି କମ୍ ନୁହେଁ। ନିଜ ସଂପ୍ରଦାୟ, ପରିବାର, ଦେଶ ଓ ବିଶ୍ୱକୁ ଏକ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେବାର ସୁଯୋଗ ଛାତ୍ରଛାତ୍ରୀଙ୍କ ନିକଟରେ ଅଛି। ଛାତ୍ରଛାତ୍ରୀମାନେ ନିଜ ହୃଦୟକୁ ଅନୁସରଣ କରିବା ଉଚିତ। କାରଣ ଏହା ତୁମମାନଙ୍କୁ ତୁମ ଉଦ୍ଦେଶ୍ୟ ସହିତ ଯୋଡ଼ି ରଖିବା ସହ ନିଷ୍ପତ୍ତି ନେବା ସହଜ କରିଦିଏ। ଯଦି ତୁମେ ତୁମ ହୃଦୟକୁ ଅନୁସରଣ କର, ତେବେ ନିଷ୍ପତ୍ତି ନେବା ସହଜ ହୋଇଯାଏ।
