tatkalodisha.in

ସତ୍ୟ.. ନିରପେକ୍ଷ.. ତତ୍କାଳ

ବଜେଟ ଅଧିବେଶନ ପାଇଁ  ତ୍ରିସ୍ତରୀୟ ବ୍ୟବସ୍ଥା: ଜଗିବେ ୨୦ ପ୍ଲାଟୁନ ପୁଲିସ ଫୋର୍ସ

1 min read

  • ଭୁବନେଶ୍ୱର //TATKAL ODISHA //

ଗୁରୁତ୍ୱପୂର୍ଣ୍ଣ ବିଧାନସଭା ବଜେଟ ଅଧିବେଶନ ପାଇଁ ସୁରକ୍ଷା ତ୍ରିସ୍ତରୀୟ କରିବା ସହ କଡ଼ାକଡି କରାଯାଇଛି I 

    ବିଧାନସଭା ସାମ୍ନାରେ ୫ଟି ଅସ୍ଥାୟୀ ସୁଲିସ କ୍ୟାମ୍ପ୍ ହାଉସ୍ ନିର୍ମାଣ କରାଯାଇଥିବା ବେଳେ ଗୃହ  ଭିତରେ ଓ ବାହାରେ ଡଗ୍ ସ୍କ୍ୱାର୍ଡ, ବମ୍ ସ୍କ୍ୱାର୍ଡ, ସ୍ନେକ୍ ହେଲ୍ପଲାଇନ, ଅଗ୍ନିଶମ ବିଭାଗ ନିୟୋଜିତ ହୋଇଛନ୍ତି I 

  • ୨୦ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି I ସେମାନେ ବିଧାନସଭା ଚତୁଃପାର୍ଶ୍ଵକୁ ଘେରି ରହିଛନ୍ତି ।
  • ସିସିଟିଭି କ୍ୟାମେରା ସର୍ଭିଲାନ୍ସରେ ରହିଛି ପୂରା ଅଞ୍ଚଳ।
  • ଗୃହ  ଚାଲିବା ସମୟରେ ଯେଉଁ ସଂଗଠନ ଧାରଣା ସ୍ଥଳକୁ ଆସିବେ ସେଥିପାଇଁ କଡା ସୁରକ୍ଷା ବ୍ୟବସ୍ଥା ହୋଇଛି। 
  • ଗାନ୍ଧୀମାର୍ଗକୁ ଏଆଇ କ୍ୟାମେରା ସର୍ଭଲାନ୍ସରେ ରଖାଯାଇଛି। ଗୁଇନ୍ଦା ବିଭାଗ ସାଧା ପୋଷାକରେ ରାଜଧାନୀର ବିଭିନ୍ନ ସ୍ଥାନରେ ନିୟୋଜିତ ହୋଇ ଗୁଇନ୍ଦା ତଥ୍ୟ ସଂଗ୍ରହ କରିବେ। 

    ଅସ୍ଥାୟୀ ପୁଲିସ କଣ୍ଟ୍ରୋଲ ରୁମ ଦ୍ୱାରା ସବୁକିଛି ନିୟନ୍ତ୍ରିତ ହେଉଛି ବୋଲି  ଭୁବନେଶ୍ବର ଡିସିପି ଗଣମାଧ୍ୟମ ଆଗରେ ସ୍ପଷ୍ଟ କରିଛନ୍ତି ।

Share

Leave a Reply