ଖେଳ ସାମଗ୍ରୀ କିଣାରେ ଦୁର୍ନୀତି? ଆବେଦନକାରୀ ହାଇକୋର୍ଟଙ୍କ ଦ୍ଵାରସ୍ଥ
1 min read
- ଜୁନାଗଡ ବ୍ଲକରେ ଚାଲିଛି ହରିଲୁଟ??
- ୮୫ ଲକ୍ଷ ଟଙ୍କାର ହିସାବ ନାହିଁ
କଳାହାଣ୍ଡି//TATKAL ODISHA//
- ରିପୋର୍ଟ :ଦୁଷ୍ମନ୍ତ ପଣ୍ଡା
- ++++++++++++
‘ସରକାର କା ମାଲ, ଦରିଆ ମେ ଡାଲ I’ ଏହି ଢଗ ଏବେ କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକରେ ଦେଖିବାକୁ ମିଳିଛି I ଦିନ ଦ୍ବିପହରରେ କେମିତି ଲକ୍ଷାଧିକ ଟଙ୍କା ହଡ଼ପ ତାହା ମଧ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି I
କଳାହାଣ୍ଡି ଜିଲ୍ଲାର ବିଭିନ୍ନ ବ୍ଲକମାନଙ୍କରେ ବିଗତ ସରକାରଙ୍କ ଅମଳରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ଗତ 2023-24 ମସିହାରେ ପ୍ରତି ପଂଚାୟତରେ ଖେଳ ସାମଗ୍ରୀ କିଣା ଯିବାକୁ ଅଢେଇ ଲକ୍ଷ ଟଙ୍କା ଲେଖାଏ ସମ୍ପୃକ୍ତ ବ୍ଲକମାନଙ୍କୁ ମଞ୍ଜୁର କରାଯାଇଥିଲା । ଏହି କ୍ରମରେ ଜୁନାଗଡ ବ୍ଲକର 34 ଗୋଟି ଗ୍ରାମ ପଂଚାୟତକୁ ଅଢେଇ ଲକ୍ଷ ଟଙ୍କା ହିସାବରେ 85 ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା I

ମାତ୍ର ଜୁନାଗଡ ବ୍ଲକ ତରଫରୁ ଖେଳ ସାମଗ୍ରୀ କିଣା କାରବାରରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି I
ପ୍ରତି ପଂଚାୟତ ପକ୍ଷରୁ ଟେଣ୍ଡର ପ୍ରକ୍ରିୟାରେ ଖେଳ ସାମଗ୍ରୀ କିଣାଯିବାର ବ୍ୟବସ୍ଥା ଥିବାବେଳେ ସମଗ୍ର ପଂଚାୟତ ପାଇଁ ଜୁନାଗଡ ବ୍ଲକ ପକ୍ଷରୁ କେବଳ କାଗଜ ପତ୍ରରେ ହିଁ ଟେଣ୍ଡର କରାଯାଇ ପଡୋଶୀ ଛତିଶଗଡ ରାଜ୍ୟର ରାୟପୁର ଏମ ଜି ରୋଡ଼ ସ୍ଥିତ ଖେଳ ସାମଗ୍ରୀ ଯୋଗାଣ ସଂସ୍ଥା Surana Store ନାମରେ ବିଲ ଭାଉଚର କରାଯାଇ ଅଳ୍ପ କିଛି ଖେଳ ସାମଗ୍ରୀ ଲେଖାଏ ପଂଚାୟତମାନଙ୍କୁ ଯୋଗାଇ ଦିଆଯାଇଥିବା ଅଭିଯୋଗ ହୋଇଥିଲା ।
ଏହି ସମ୍ପର୍କରେ ସୂଚନା ଅଧିକାର ଆଇନ ମାଧ୍ୟମରେ ତଥ୍ୟ ସଂଗ୍ରହ କରାଯାଇ ରାଜ୍ୟ ଭିଜିଲାନ୍ସ ବିଭାଗରେ ଅଭିଯୋଗ ହେବା ପରେ KPT/PPR/10/2025 ଅନୁସାରେ ଏକ ମାମଲା ରୁଜ୍ଜୁ କରାଯାଇଛି ।
ଭିଜିଲାନ୍ସ ତଦନ୍ତକରି ପଦାଧିକାରୀମାନଙ୍କ ପକ୍ଷରୁ ଜୁନାଗଡ ବ୍ଲକର ବିଭିନ୍ନ ପଂଚାୟତ କୁ ଯାଇ ତଦନ୍ତ ଚାଲିଥିବା ଜଣାପଡିଛି ।

ଇତି ମଧ୍ୟରେ ଦୀର୍ଘ ଦିନ ବିତି ଯାଇଥିବା ବେଳେ ତଦନ୍ତ ପ୍ରକ୍ରିୟା ଧିମେଇ ଯାଇଥିବା ହେତୁ ଅବେଦନକାରୀ ଙ୍କ ପକ୍ଷରୁ ରାଜ୍ୟ ଭିଜିଲାନ୍ସ ନିର୍ଦ୍ଦେଶକଙ୍କ ଦୃଷ୍ଟି ଆକର୍ଷଣ କରିଥିବା ପ୍ରକାଶ ।
ସମଗ୍ର ଜିଲ୍ଲାରେ ଏଭଳି ଅନେକ ବ୍ଲକରେ ଖେଳ ସାମଗ୍ରୀ କିଣା କରବାରରେ ବ୍ୟାପକ ହରିଲୁଟ ସମ୍ପର୍କରେ ଅଭିଯୋଗ ହେଉଥିବା ବେଳେ ଜୁନାଗଡ ବ୍ଲକ ର ଘଟଣା ସମ୍ପର୍କରେ ସେଭଲଇ ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରାଯାଉ ନ ଥିବା ହେତୁ ଆବେଦନ କାରୀଙ୍କ ପକ୍ଷରୁ ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିବା ଜଣାପଡିଛି ।
ହାଇକୋର୍ଟ ଉକ୍ତ ଘଟଣାକୁ ବିଚାର ପାଇ ଗ୍ରହଣ କରିଥିବା ଜଣାପଡିଛି ।
