03/09/2026

tatkalodisha.in

ସତ୍ୟ.. ନିରପେକ୍ଷ.. ତତ୍କାଳ

ଶାଲୁ ଜିନ୍ଦଲଙ୍କ ଜନ୍ମଦିନ: ଜିନ୍ଦଲ ଫାଉଣ୍ଡେସନ ପାଳିଲା ସେବା ଦିବସ

1 min read

ଭୁବନେଶ୍ୱର, ଅନଗୁଳ,//TATKAL ODISHA //

ଜିନ୍ଦଲ ଷ୍ଟିଲର ସାମାଜିକ ଶାଖା ଜିନ୍ଦଲ ଫାଉଣ୍ଡେସନ ପକ୍ଷରୁ, ଏହାର ଅଧ୍ୟକ୍ଷା ଏବଂ ଓପି ଜିନ୍ଦଲ ବିଶ୍ୱବିଦ୍ୟାଳୟର କୁଳପତି ତଥା ବିଶିଷ୍ଠ ସମାଜସେବୀ ଶ୍ରୀମତୀ ଶାଲୁ ଜିନ୍ଦଲଙ୍କ ଜନ୍ମଦିନକୁ ଦେଶର ବିଭିନ୍ନ ସ୍ଥାନରେ ‘ସେବା ଦିବସ’ ଭାବରେ ପାଳନ କରାଯାଇଛି ।  ଏହି ଅବସରରେ ଫାଉଣ୍ଡେସନ ଦ୍ବାରା ବିଭିନ୍ନ ସେବା ମୂଳକ କାର୍ଯ୍ୟକ୍ରମ ଆୟୋଜନ କରାଯାଇ ଶ୍ରୀମତୀ ଶାଲୁ ଜିନ୍ଦଲ ଜୀଙ୍କ ମାନବିକ ସେବା ଏବଂ ସାମାଜିକ ଦାୟିତ୍ୱର ବାର୍ତ୍ତା ପ୍ରସାର କରା ଯାଇଥିଲା ।  

ଫାଉଣ୍ଡେସନର କାର୍ୟ୍ୟକ୍ରମ ଗୁଡ଼ିକ ଓଡ଼ିଶାର ଅନୁଗୁଳ, ବଡ଼ବିଲ, କାସିଆ, ଟେନସା ଏବଂ ଭୁବନେଶ୍ୱର; ଛତିଶଗଡ଼ର ରାୟଗଡ଼ ଏବଂ ତାମନାର; ଝାଡ଼ଖଣ୍ଡର ପାତ୍ରାଟୁ; ଆନ୍ଧ୍ର ପ୍ରଦେଶର ନେଲୋର ଏବଂ ମହାରାଷ୍ଟ୍ରର ଧୂଲେ ସମେତ ବିଭିନ୍ନ ଅଞ୍ଚଳରେ ପରିବ୍ୟାପ୍ତ ହୋଇଥିଲା। କାର୍ୟ୍ୟକଳାପ ମଧ୍ୟରେ ସାମାଜିକ ଦୁର୍ବଳ ଗୋଷ୍ଠୀଗୁଡ଼ିକୁ ସହାୟତା କରିବା, ବରିଷ୍ଠ ନାଗରିକମାନଙ୍କୁ ସହାୟତା କରିବା, ଗ୍ରାମୀଣ ମହିଳାମାନଙ୍କୁ ଆତ୍ମନିର୍ଭରଶୀଳ କରିବା ପାଇଁ ସୁଯୋଗ ସୃଷ୍ଟି କରିବା ଏବଂ ତୃଣମୂଳ ସ୍ତରରେ ପରିବେଶଗତ ସ୍ଥାୟୀ ପ୍ରକଳ୍ପ କାର୍ୟ୍ୟକାରୀ କରିବା ଆଦି ଅନ୍ତର୍ଭୁକ୍ତ ଥିଲା।

ଏହି ଅବସରରେ ଅନାଥାଶ୍ରମ, ଆଶ୍ରମ ଏବଂ ଅସହାୟ ପରିବାରକୁ ଖାଦ୍ୟ ଏବଂ ଅତ୍ୟାବଶ୍ୟକୀୟ ସାମଗ୍ରୀ ବଣ୍ଟନ କରାଯାଇଥିଲା। ରାୟଗଡ଼ର ପରସାଡା ଗ୍ରାମ ପଞ୍ଚାୟତରେ ସ୍ଥାନୀୟ ସମ୍ପ୍ରଦାୟ ପାଇଁ ସ୍ୱଚ୍ଛ ଜଳ ଉପଲବ୍ଧତାକୁ ଉନ୍ନତ କରିବା ପାଇଁ ଏକ ପାଣି ପମ୍ପ ସ୍ଥାପନ କରାଯାଇଥିଲା। ମହିଳା ସଶକ୍ତିକରଣକୁ ଆହୁରି ଆଗକୁ ବଢ଼ାଇବା ପାଇଁ, ଟେନସାରେ ଏକ ମୁଢି ଉତ୍ପାଦନ କେନ୍ଦ୍ରର ଉଦଘାଟନ କରାଯାଇଥିଲା । ଫାଉଣ୍ଡେସନ ପକ୍ଷରୁ ବରିଷ୍ଠ ନାଗରିକଙ୍କ ପାଇଁ ଆୟୁର୍ବେଦିକ ଚିକିତ୍ସା ଏବଂ ଫିଜିଓଥେରାପି ସୁବିଧାର ଆୟୋଜନ କରାଯାଇଥିଲା । ସେହିପରି ଯକ୍ଷ୍ମା ରୋଗୀଙ୍କ ସମେତ ଚିକିତ୍ସାଧୀନ ରୋଗୀଙ୍କୁ ପୁଷ୍ଟିକର ସହାୟତା ପ୍ରଦାନ କରାଯାଇଥିଲା ।

ଶ୍ରୀମତୀ ଶାଲୁ ଜିନ୍ଦଲଙ୍କ ନେତୃତ୍ୱ, ତୃଣମୂଳ ସ୍ତରର କର୍ମୀମାନଙ୍କୁ ସେବାରେ ନିଜକୁ ଉତ୍ସର୍ଗ କରିବା ପାଇଁ ପ୍ରେରଣା ଦେଇ ଆସୁଛି । ତାହା ଏକ ଭବିଷ୍ୟତକୁ ପ୍ରୋତ୍ସାହିତ କରୁଛି ଯେଉଁଠାରେ ସମସ୍ତେ ଏକ ମର୍ୟ୍ୟାଦାପୂର୍ଣ୍ଣ ଏବଂ ପରିପୂର୍ଣ୍ଣ ଜୀବନଯାପନ କରିପାରିବେ।

ଜିନ୍ଦଲ ଷ୍ଟିଲର ସିଏସ୍ଆର୍ ଗୋଷ୍ଠୀ ମୁଖ୍ୟ ଶ୍ରୀ ପ୍ରଶାନ୍ତ ହୋତା ଶ୍ରୀମତୀ ଜିନ୍ଦଲଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇ କହିଥିଲେ ଯେ, “ଶ୍ରୀମତୀ ଶାଲୁ ଜିନ୍ଦଲ ଜୀଙ୍କ ମାର୍ଗଦର୍ଶନରେ ଜିନ୍ଦଲ ଫାଉଣ୍ଡେସନ୍ ଅପହଞ୍ଚ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ନିଜ ମିଶନରେ ଅଟଳ ରହିଛି। ଆମର ଟିମ୍ ତାଙ୍କ ନେତୃତ୍ୱରେ ଅନୁପ୍ରାଣିତ ହୋଇ ପ୍ରତିଦିନ ଲୋକଙ୍କ ସେବା କରିବା ପାଇଁ ଆଗକୁ ଆଗକୁ ବଢ଼ି ଚାଲିଛନ୍ତି । ଦୀପାବଳି ସହିତ ତାଙ୍କ ଜନ୍ମଦିନ ଆମକୁ କେବଳ ଆମର ପରିବେଶକୁ ନୁହେଁ ବରଂ ଆମର ଆତ୍ମାକୁ ମଧ୍ୟ ଆଲୋକିତ କରିବାକୁ ମନେ ପକାଇ ଦିଏ ଏବଂ ଅବହେଳିତ ଲୋକଙ୍କ ସେବା ଜାରି ରଖିବା ପାଇଁ ପ୍ରେରଣା ଦିଏ ।”

Share

Leave a Reply