tatkalodisha.in

ସତ୍ୟ.. ନିରପେକ୍ଷ.. ତତ୍କାଳ

୨୫ ଅକ୍ଟୋବର : ବାଲେଶ୍ୱରବାସୀଙ୍କ ପାଇଁ ‘ମହାମିଳନର ଦିନ’

1 min read

“ବାଲେଶ୍ୱରବାସୀଙ୍କ ପାଇଁ ‘ଏକତ୍ର’ ହେବାର ବେଳ ଆସିଛି I ଜିଲ୍ଲାର ପ୍ରାଚୀନ ଐତିହ୍ୟ, ସଂସ୍କୃତି ଓ ପରମ୍ପରାକୁ ପୁନର୍ଜୀବିତ କରିବା ସହ ନୂଆ ପିଢ଼ିଙ୍କୁ ଇତିହାସ ବିଷୟରେ ଅବଗତ କରିବା ଉଦେଶ୍ୟରେ ଅକ୍ଟୋବର ୨୫ରେ ମହାମିଳନ ପର୍ବ ଆୟୋଜିତ ହେଉଛି I ଆସନ୍ତୁ… ଏକାଠି ହୋଇ ସମ୍ପର୍କକୁ ସୁଦୃଢ ସହ ଆମର ସ୍ୱରକୁ ଶାଣିତ କରିବା”

ବାଲେଶ୍ୱର, ଭୁବନେଶ୍ୱର//TATKAL ODISHA //

ଏକତ୍ର ବାଲେଶ୍ୱର ମହାସଭା


ଆପଣମାନେ ଜାଣି ଖୁସି ହେବେଯେ, ଭୁବନେଶ୍ୱର, କଟକ ଓ ପୁରୀରେ ବସବାସ କରୁଥିବା ଆମ ପ୍ରବାସୀ ବାଲେଶ୍ଵରିଆଙ୍କ ମଧ୍ୟରେ ସୁସମ୍ପର୍କ ପ୍ରତିଷ୍ଠା କରିବା ପାଇଁ ଏକତ୍ର ହୋଇ ସହଯୋଗ ଲକ୍ଷ୍ୟରେ ଆମର ଏହି
ଏକତ୍ର ବାଲେଶ୍ୱର ପରିକଳ୍ପନା।

ଫକୀରମୋହନ, ଦୀନକୃଷ୍ଣ, ରାଧାନାଥଙ୍କ ପୁଣ୍ୟ ମାଟି ଦିନେ ସାରା ଉତ୍କଳକୁ ନବଦିଶା ଦେଖାଇଥିଲା,ସ୍ୱାଭିମାନ ସହ ଓଡ଼ିଆ ବୋଲି ବଞ୍ଚିବାର ପରିଚୟ ଦେଇଥିଲା, ଗଢିଥିଲା ନବଉତ୍କଳ।

ସେହି ପୁଣ୍ୟଭୂମିର ଦାୟଦ ଭାବରେ ଯୁଗଜନ୍ମାଙ୍କ ପଦାନୁସାରଣ କରି, ଆମର ଦାଇତ୍ୱ କର୍ତ୍ତବ୍ୟପାଳନ କରିବାର ବେଳ ଆସିଛି। ଅଧୁନା ସଫଳ ଯୁବ ନେତୃତ୍ୱଙ୍କ ହାତରେ ଦାଇତ୍ୱ, ଏକଜୁଟ ହେବାର ବେଳ ଆସିଛି, ବାଲେଶ୍ୱରକୁ ତାର ପୁର୍ବ ଗୌରବ ଫେରେଇ ଦେବାର ବେଳ ଆସିଛି।

ପ୍ରତିଭାମାନଙ୍କୁ ଶ୍ରଦ୍ଧାର ସହ ଉପଯୁକ୍ତ ସନମାନ ଦେବାସହ ଶିକ୍ଷା,ସଂସ୍କୃତି, ସ୍ୱାସ୍ଥ୍ୟ, ପର୍ଯ୍ୟଟନ, ଭିତ୍ତିଭୂମିର ବିକାଶ ପାଇଁ ସମସ୍ତଙ୍କୁ ଆଗେଇ ଆସିବାର ବେଳ ଆସିଛି
EKATRA BALESHWAR
ଭାବରେ ଏକ ସଂଗଠନ ର ପରିପ୍ରକାଶିତ ହୋଇଅଛି, ଏହାକୁ ଚଳ ଚଞ୍ଚଳ କରିବାର ପ୍ରୟାସ ଜାରି ରଖିଛୁ I ସେଥିପାଇଁ ଆପଣ ଙ୍କ ଅକୁଣ୍ଠ ସମର୍ଥନ ରେ ହିଁ ଆମେମାନେ ଆଗକୁ ଯାଇ ପାରିବୁ I ଏହି ଅବସରରେ ଭୁବନେଶ୍ୱର ବୁଦ୍ଧ ମନ୍ଦିର ପରିସରରେ ଏକ ମହାସଭାର ଆୟୋଜନ କରାଯାଇଛି I

ଏଥିରେ
ଆପଣ ମାନଙ୍କ ଯୋଗଦାନ ଏବଂ ଅକୁଣ୍ଠ ସମର୍ଥନ ନିତାନ୍ତ ଆବଶ୍ୟକ I ତେଣୁ ସେଦିନ ଆପଣ ଏହି ସଭାରେ ଉପସ୍ଥିତ ରହିବାକୁ ଆମେ ଅନୁରୋଧ ରଖୁଛୁ ବୋଲି ଏକତ୍ର ବାଲେଶ୍ୱର ପକ୍ଷରୁ ସରୋଜ ଦାସ ଓ କେଶୁ ଦାସ ନିବେଦନ କରିଛନ୍ତି I

  • ସ୍ଥାନ – ବୁଦ୍ଧ ମନ୍ଦିର
    (Kalinga Buddha Vihar, Plot No-4, Unit – 9, Bhubaneswar – 751022
    ସମୟ – 10AM
    ତାରିଖ – 25.10.2025
    ଦିନାଙ୍କ – ଶନିବାର
    Google map link – https://share.google/Di3OicxajjulJ8p0L
  • 1PM onwards Lunch.

ନିବେଦନ
ସରୋଜ ଦାସ
ସମ୍ପାଦକ(ଏକତ୍ର ବାଲେଶ୍ୱର)
ଫୋନ୍ – 8088188516, 7008398002, 8658590732, 94371 79881

Share

Leave a Reply