ବିଶିଷ୍ଟ ବାମପନ୍ଥୀ ନେତା ଜନାର୍ଦନ ପତି ଅସୁସ୍ଥ : ଡାକ୍ତରଖାନାରେ ଭର୍ତ୍ତି
1 min read
Oplus_16908288
ଭୁବନେଶ୍ୱର //TATKAL ODISHA//
ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ମାର୍ଟୀବାଦୀ) ବା CPI(M) ର ବରିଷ୍ଠ ନେତା ତଥା ଲେଖକ, ସ୍ତମ୍ଭକାର ଜନାର୍ଦନ ପତି ଅସୁସ୍ଥ ହୋଇ ସ୍ଥାନୀୟ କଳିଙ୍ଗ ହସପିଟାଲରେ ଭର୍ତ୍ତି ହୋଇଛନ୍ତି।
ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କର ହାର୍ଟ ଅପରେସନ କରିବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି I
ବୁଧବାର ସନ୍ଧ୍ୟା ପୂର୍ବରୁ ଅପରେସନହେବ ବୋଲି ଜଣାପଡିଛି I
ଏଥିପାଇଁ ତାଙ୍କର ସମସ୍ତ କାର୍ଯ୍ୟକ୍ରମ ବାତିଲ କରାଯାଇଛି।

ରାଜନୈତିକ ଜୀବନ ଓ ପରିଚୟ :
- ରାଜନୈତିକ ଦଳ: ସିପିଆଇ(ଏମ୍) – CPI(M)
- ପଦବୀ: ସେ ଦୀର୍ଘକାଳୀନ ରାଜ୍ୟ ସମ୍ପାଦକ (ପ୍ରାୟ ୨୪ ବର୍ଷ) ଏବଂ ସେଣ୍ଟ୍ରାଲ କମିଟି ସଦସ୍ୟ ଭାବେ କାର୍ଯ୍ୟ କରିଛନ୍ତି। ଏହାସହ ସେ ଟ୍ରେଡ୍ ୟୁନିୟନ (CITU) ର ରାଜ୍ୟ ସଭାପତି ଭାବେ ମଧ୍ୟ ଦାୟିତ୍ୱ ତୁଲାଇଛନ୍ତି।
- ସାମାଜିକ କାର୍ଯ୍ୟ: ଶ୍ରମିକ, କୃଷକ ଏବଂସାଧାରଣ ଜନତାଙ୍କ ଅଧିକାର ପାଇଁ ଆନ୍ଦୋଳନ ଏବଂ ସଂଗଠନ ଗଠନରେ ସେ ସବୁବେଳେ ଆଗରେ ଅଛନ୍ତି ।
